ସ୍ୱାସ୍ଥ୍ୟ

ଗର୍ଭବସ୍ତାରେ ସମ୍ପର୍କ ରଖିବା ଠିକ କି ? ଜାଣନ୍ତୁ ଏହାକୁ ନେଇ ଥିବା ସମସ୍ତ ପ୍ରଶ୍ନର ଉତ୍ତର

ବନ୍ଧୁଗଣ ଆଜି ଆମେ ଜାଣିବା ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିବା ଭଲ ନା ଖରାପ। ପ୍ରଥମଥର ଗର୍ଭଧାରଣ କରୁଥିବା ମହିଳାଙ୍କ ମନରେ ଏହି ଧାରଣା ରହିଥାଏ ବା ପ୍ରଶ୍ନ ଉଠି ଥାଏ ଯେ ଗର୍ଭବତୀ ହେବାପରେ ସମ୍ପର୍କ ରଖି ପାରିବ କି ? ଯଦି ରଖିବା କେତେଦିନ ପରେ ରଖିବା ଆବଶ୍ୟକ? ଏହା ଶିଶୁ ପାଇଁ ବି-ପଦ କି ? ଏପରି ଅନେକ ସ୍ବପ୍ନ ଗର୍ଭବତୀ ମହିଳାଙ୍କ ମନରେ ପ୍ରଶ୍ନ ଉଠିଥାଏ। ତେଣୁ ଆଜି ଆମେ ଏହି ସମସ୍ତ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବା

ପ୍ରଥମେ ଜାଣିବା ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖି ପାରିବା କି ? ଏହାର ଉତ୍ତର ହେଉଛି ହଁ। ଆପଣ ସମ୍ପର୍କ ରଖି ପାରିବେ। ଯଦି ଆପଣଙ୍କ ଗର୍ଭାବସ୍ଥାରେ କୌଣସି ସମସ୍ୟା ନାହିଁ ଅର୍ଥାତ କିଛି ସ୍ପେଶାଲ କେସକୁ ଛାଡ଼ି ଗର୍ଭାବସ୍ଥା ସମୟରେ ଆପଣ ସମ୍ପର୍କ ରଖିଲେ ଏହା ଉତ୍ତମ ହୋଇଥାଏ।

Google

ଦ୍ଵିତୀୟ ହେଉଛି ଗର୍ଭବତୀ ହେବାର କେତେଦିନ ପରେ ଆପଣ ସମ୍ପର୍କ ରଖି ପାରିବେ?

ଯଦି ଆମେ ପ୍ରାଇମେରୀ ଷ୍ଟେଜକୁ ଦେଖିବା ତାହେଲେ ମହିଳା ମାନଙ୍କୁ ଗର୍ଭବତୀ ହେବାର ତିନି ମାସରେ ଅନେକ ସମସ୍ୟା ତଥା ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ମନ ଭଲ ନ ଲାଗିବା ଭଳି ସମସ୍ୟା ଆସିଥାଏ। ତେଣୁ ମହିଳା ମାନେ ସମ୍ପର୍କ ରଖିବାରେ ଇଛୁକ ନଥାନ୍ତି। ଗର୍ଭବତୀ ହେବାର ପ୍ରଥମ ତିନି ସପ୍ତାହ ମଧ୍ୟରେ ସମ୍ପର୍କ ନ ରଖିବା ଭଲ ହୋଇଥାଏ। ତଥାପି ଯଦି ଉଭୟ ପାର୍ଟନରଙ୍କୁ ସମ୍ପର୍କ ରଖିବାରେ କୌଣସି ସମସ୍ୟା ନାହିଁ, ତେବେ ଆପଣ ରଖି ପାରିବେ। ଏହା ଆପଣଙ୍କ ଗର୍ଭାବସ୍ଥା ଉପରେ କୌଣସି ପ୍ରଭାବ ପକାଇ ନଥାଏ। କିନ୍ତୁ ଗର୍ଭାବସ୍ଥାର ତିନିରୁ ଛଅ ମାସ ମଧ୍ୟରେ ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା ସମସ୍ୟା ଦୂର ହୋଇ ଯାଇଥାଏ ଏବଂ ୟୁଟେରସର ଆକାର ଅଧିକ ବଡ଼ ହୋଇ ନଥାଏ। ତେଣୁ ଏହି ସମୟରେ ମହିଳାଙ୍କ ପାଇଁ ସମ୍ପର୍କ ରଖିବା ଆରାମଦାୟକ ହୋଇଥାଏ। କିନ୍ତୁ ଛଅରୁ ନଅ ମାସ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ କିଛି ସମସ୍ୟା ଆସିବାକୁ ଲାଗିଥାଏ ଏବଂ ୟୁଟେରସ ବଡ଼ ମଧ୍ୟ ହୋଇ ଯାଇଥାଏ। ତେଣୁ ମହିଳାଙ୍କ ପାଇଁ ସମ୍ପର୍କ ରଖିବା ସେତେଟା ଆରାମଦାୟକ ହୋଇ ନଥାଏ। କିନ୍ତୁ ଆପଣଙ୍କୁ ମନେ ରଖିବାକୁ ପଡିବ ଯେ ଯଦି ଉଭୟ ରାଜି ଅଛନ୍ତି, ତାହେଲେ ସମ୍ପର୍କ ରଖିବାରେ କୌଣସି ଅସୁବିଧା ହୋଇ ନଥାଏ।

ତୃତୀୟରେ ହେଉଛି ପ୍ରଥମ ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିଲେ ଶୀଘ୍ର ମିଷ୍କ୍ୟାରେଜ ହୋଇଥାଏ କି ?

ଅଧିକାଂଶ ସମସ୍ୟା ରହିଥିବା ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିଲେ ମିଷ୍କ୍ୟାରେଜ ହେବାର କୌଣସି ଲକ୍ଷଣ ଦେଖା ଯାଏ ନାହିଁ। କିନ୍ତୁ ଏହି ସମୟରେ ସାବଧାନ ହୋଇ ସମ୍ପର୍କ ରଖିବା ଆବଶ୍ୟକ।

Google

ଚତୁର୍ଥ ହେଉଛି କଣ ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିଲେ ଶିଶୁକୁ ଆ-ଘାତ ଲାଗିବାର ସମ୍ଭାବନା ରହିଛି?

ଏହାର ଉତ୍ତର ହେଉଛି ନା। କାରଣ ଶିଶୁଟି ଗର୍ଭାଶୟ ମଧ୍ୟରେ ଅଧିକ ସୁରକ୍ଷିତ ହୋଇ ରହିଥାଏ। ଶିଶୁ ଗର୍ଭାଶୟ ମଧ୍ୟରେ ପ୍ରଥମେ ଆମ୍ନୁଟି ଫ୍ଲୁଇଡ,ତାପରେ ୟୁଟେରସର ମସଲ, ତଳେ ଚାରି ସେଣ୍ଟି ମିଟର ଲମ୍ବା ସର୍ଫିକ୍ସ ଓ ମ୍ୟୁକସ ସାହାଯ୍ୟରେ ଚାରି ପଟରୁ ଘେରି ହୋଇ ରହିଥାଏ। ତେଣୁ ଶିଶୁକୁ କୌଣସି ଆ-ଘାତ ଲାଗିବାର ସମ୍ଭାବନା ନଥାଏ।

ପଞ୍ଚମ ହେଉଛି ଗର୍ଭାବସ୍ଥାର ଶେଷ ସମୟରେ ସମ୍ପର୍କ ରଖିଲେ ଲେବର ପେନ ଆରମ୍ଭ ହୋଇଥାଏ କି?

ଉତ୍ତର ହେଉଛି, କିଛି ଗବେଷଣାରୁ ଜଣା ଯାଇଛି ଯେ ସମ୍ପର୍କ ରଖିଲେ କିଛି ହରମୋନ ରିଲିଜ ହୋଇଥାଏ। ଯାହା ୟୁଟରସ ରେ କଣ୍ଟ୍ରାକ୍ସନ କରିଥାଏ। ଏହି କଣ୍ଟ୍ରାକ୍ସନ ଯୋଗୁଁ କିଛି ବ୍ୟଥା ଆରମ୍ଭ ହୋଇ ନଥାଏ। ଯଦି ପେନ ଆରମ୍ଭ ହୋଇଯାଇ ଥାଏ ତାହେଲେ ମଧ୍ୟ କିଛି ଅସୁବିଧା ହୋଇ ନଥାଏ।

ଷଷ୍ଠ ହେଉଛି ଅବସ୍ଥା ବିଷୟରେ?

ଗର୍ଭାବସ୍ଥାର ଶେଷ ସମୟରେ ସିଧା ଅବସ୍ଥାରେ ସମ୍ପର୍କ ରଖିଲେ ରକ୍ତକଣିକା ମଧ୍ୟରେ ସଙ୍କୁଚନ ହୋଇଥାଏ। ତେଣୁ ନ୍ୟୁନ ବ୍ଲଡ଼ ପ୍ରେସର ହେବାର ଆଶଙ୍କା ଥାଏ । ତେଣୁ ସାଇଡ ଅବସ୍ଥା ଉତ୍ତମ ହୋଇଥାଏ। ଆପଣ ସମ୍ପର୍କ ରଖିଲେ ଧ୍ୟାନ ରଖନ୍ତୁ ଯେପରି ପେଟ ଉପରେ ଅଧିକ ଚାପ ପଡିବ ନାହିଁ।

Google

ବର୍ତମାନ ଜାଣିବା କେଉଁ ମାନଙ୍କୁ ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିବା ଉଚିତ ନୁହେଁ।

ପ୍ରଥମ ହେଉଛି ସମସ୍ୟା ରହିଥିବା ଗର୍ଭାବସ୍ଥାରେ ବା ଯେଉଁ ମାନଙ୍କ ଠାରେ ବାରମ୍ବାର ପିଲା ନଷ୍ଟ ହେବାର ହିଷ୍ଟ୍ରୀ ରହିଛି ଏହି କିମ୍ବା ବହୁତ ଚେଷ୍ଟା କଲେ ମଧ୍ୟ ଗର୍ଭ ରୋକି ଥାଏ କିମ୍ବା  ଯେଉଁମାନେ ଟେଷ୍ଟ ଟ୍ୟୁବ ବେବି ଗ୍ରହଣ କରିଥାନ୍ତି ଏମାନେ ସମ୍ପର୍କ ରଖିବା ଉଚିତ ନୁହେଁ । କାରଣ ଏହି କ୍ଷେତ୍ରରେ ମିସ କ୍ୟାରେଜ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

ଦ୍ଵିତୀୟ ହେଉଛି ଯେଉଁ ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟରେ ମୁହଁ ଦୁର୍ବଳ ରହିଥାଏ ଏବଂ ଅଳ୍ପ ଓଜନ ପଡ଼ିଲେ ଖୋଲି ଯିବାର ସମ୍ଭାବନା ରହିଥାଏ, ଏଭଳି କିଛି ଅସୁବିଧା ରହିଥିଲେ ସମ୍ପର୍କ ରଖିବାରୁ ନିବୃତ ହେବା ଉଚିତ।

ତୃତୀୟ ହେଉଛି ଲାଫଂ ଟ୍ୟାପ ୟୁଟେରା। ଏହି ସେଲ ଗୁଡ଼ିକ ୟୁଟେରସ ସର୍ଭିକ୍ସ ପାଖରେ ରହିଥାଏ। ଯଦି ସମସ୍ୟା ରହିଛି ତାହେଲେ ସମ୍ପର୍କ ରଖିବାରୁ ନିବୃତ ରହିବା ଉଚିତ। ନଚେତ ଅଧିକ ମାତ୍ରାରେ ବ୍ଲିଡ଼ିଂ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ପ୍ରି ମେଚ୍ୟୋର ଡେଲିଭରି ହେବାର ସମ୍ଭାବନା ରହିଥାଏ

ପଞ୍ଚମ ହେଉଛି କିଛି ମହିଳାଙ୍କ କ୍ଷେତ୍ରରେ ୱାଟର ବେଗ ଲିକ ହୋଇଯିବାର ସମ୍ଭାବନା ରହିଛି। ଏହି ସମୟରେ ସମ୍ପର୍କ ରଖିଲେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ଏହି ସଂକ୍ରମଣ ୟୁଟରସ  ପର୍ଯ୍ୟନ୍ତ ଯାଇପାରେ। ତେଣୁ ଏହି ସମୟରେ ସମ୍ପର୍କ ରଖିବାରୁ ନିବୃତ ହେବା ଉଚିତ।

ଷଷ୍ଠ ହେଉଛି ଯଦି ବର୍ତ୍ତମାନ ଗର୍ଭବତୀ ସମୟରେ ପ୍ରଥମେ ବ୍ଲିଡିଂ ହୋଇଛି ତାହେଲେ ସମ୍ପର୍କ ରଖନ୍ତୁ ନାହିଁ।

Google

ସପ୍ତମ ହେଉଛି ଯଦି ପୁରୁଷ ପାର୍ଟନରଙ୍କୁ କିଛି ରୋଗ ଅଛି ତାହେଲେ ସମ୍ପର୍କ ରଖିବାରୁ ଦୂରେଇ ରୁହନ୍ତୁ। ଯଦି ରଖିଛନ୍ତି ତାହେଲେ ବ୍ୟାରୀୟର ମେଥଡ ବ୍ୟବହାର କରନ୍ତୁ। ଏହା ଥିଲା କିଛି କେସ ଯେଉଁଥିରେ ଆପଣଙ୍କୁ ସମ୍ପର୍କ ରଖିବାରୁ ନିବୃତ ହେବା ଉଚିତ। ବାକି ସମସ୍ୟା କ୍ଷେତ୍ରରେ ସମ୍ପର୍କ ରଖିବା ଉତ୍ତମ ରହିଥାଏ। ଗର୍ଭାବସ୍ଥା ସମୟରେ ସମ୍ପର୍କ ରଖିବା ଦ୍ଵାରା ଅଧିକ ଫାଇଦା ମିଳିଥାଏ। ତଥା ସମ୍ପର୍କ ରଖିବା ସମୟରେ  ଯେଉଁ କ୍ୟାଲୋରୀ ଉତ୍ପନ୍ନ ହୋଇଥାଏ ତାହା ଉଭୟଙ୍କ ଶରୀରର ଫିଟନେସକୁ ସୁଦୃଢ ରଖିଥାଏ। ଯେଉଁ ମହିଳାମାନେ ଅଧିକ ଚାପରେ ରହୁଛନ୍ତି, ସେମାନେ ସମ୍ପର୍କ ରଖିବା ଦ୍ଵାରା କିଛି ହର୍ମୋନ କ୍ଷରଣ ହୋଇଥାଏ ଯାହା ଚାପକୁ ଦୂର କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button