ଅବସର ନେବା ପ୍ରଶ୍ନ ଶୁଣି ଏଭଳି ପ୍ରତିକ୍ରିୟା ଦେଲେ ରୋହିତ ଶର୍ମା – Kalinga News

[ad_1]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୧୧୨ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହିମାଚଳପ୍ରଦେଶର ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଛି। ଟିମ୍ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ସିରିଜକୁ ୪-୧ରେ ଜିତିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୧୨ ବର୍ଷର ଇତିହାସକୁ ପରିବର୍ତ୍ତନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମ୍ୟାଚ୍ ଶେଷ ହେବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅବସର ନେବା ପ୍ରଶ୍ନକୁ ନେଇ ଏକ ବଡ଼ ବିବୃତି ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରୋହିତ କହିଛନ୍ତି ଯେ, ବର୍ତ୍ତମାନ ସେ ଭଲ କ୍ରିକେଟ୍ ଖେଳୁଛନ୍ତି। କିନ୍ତୁ ଯେତେବେଳେ ସେ ଅନୁଭବ କରିବେ ଯେ ସେ ଭଲ ଖେଳୁ ନାହାଁନ୍ତି, ସେତେବେଳେ ସେ ଅବସର ନେବେ | ତାଙ୍କ କହିବା ମୁତାବକ, ‘ଦିନେ ଯେତେବେଳେ ମୁଁ ସକାଳୁ ଉଠି ଅନୁଭବ କରିବି ଯେ ମୁଁ ଆଉ ଭଲ ଖେଳୁ ନାହିଁ, ସେତେବେଳେ ମୁଁ ତୁରନ୍ତ ଅବସର ନେବି | କିନ୍ତୁ ଗତ କିଛି ବର୍ଷ ହେଲାଣି ମୁଁ ମୋ ଜୀବନର ସର୍ବୋତ୍ତମ କ୍ରିକେଟ୍ ଖେଳୁଛି |
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ହାରାହାରି ୪୪.୪୪ରେ ୪୦୦ରନ୍ ସଂଗ୍ରହ କରିଥିଲେ। ଗତ କିଛି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଭଲ ଥିବାରୁ ସେ ଏବେ ଅବସର ନେବାକୁ ଚାହୁଁନଥିବା କହିଛନ୍ତି |
[ad_2]




