ରାଜନୀତି

ରାଉରକେଲା ବିସ୍ଥାପିତ ପରିବାରଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ଭିଟାମାଟି ହରାଇଥିବା ବିସ୍ଥାପିତଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ମାର୍ଶାଲିଂ ୟାର୍ଡ ବିସ୍ଥାପିତ କମିଟି ଲଚ୍ଛୁ ଓରାମ, ମାଙ୍ଗରା ଓରାମ, ଗୋବିନ୍ଦ ତନ୍ତୀ, ହରି ପଶାୟତ, ଫ୍ରାନ୍ସସିସ୍‌ ବାରୁଆ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କୁ ଭେଟି ସେମାନଙ୍କ ସଂଘର୍ଷ କାହାଣୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ତାଲିକାରେ ଅଟକିଥିବା ୧୬୩ ବିସ୍ଥାପିତ ପରିବାରଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ଅନୁରୋଧ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ୧୦୯୮ ବିସ୍ଥାପିତ ପରିବାରଙ୍କ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କହିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିସ୍ଥାପିତ ପରିବାରକୁ କହିଛନ୍ତି। ବିସ୍ଥାପିତ ସଂଘର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସକରାତ୍ମକ ରହିଥିବାରୁ ବର୍ଷ ବର୍ଷ ଧରି ଅଟକିଥିବା ନିଯୁକ୍ତିର ବାଟ ଫିଟିବ ବୋଲି ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିସ୍ଥାପିତ ପରିବାରକୁ କହିଛନ୍ତି। ବିସ୍ଥାପିତ ସଂଘର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସକରାତ୍ମକ ରହିଥିବାରୁ ବର୍ଷ ବର୍ଷ ଧରି ଅଟକିଥିବା ନିଯୁକ୍ତିର ବାଟ ଫିଟିବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ପ୍ରାୟ ୮୦୦୦ ପରିବାର ଆବେଦନ କରିଥିଲେ। ଜିଲ୍ଲା ପ୍ରଶାସନ ଏମାନଙ୍କ ମଧ୍ୟରୁ ୧୬୩ ଜଣଙ୍କୁ ଚିହ୍ନଟ କରି ଆର୍‌ଏସ୍‌ପିରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ଥରେ କି ଦୁଇ ଥର ନୁହେଁ ୬ ଥର ପାର୍ଶ୍ବାଞ୍ଚଳ ବିକାଶ ଓ ଥଇଥାନ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ବୈଠକରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜଣଙ୍କୁ ହେଲେ ନିଯୁକ୍ତି ମିଳି ନାର୍ହି। ପ୍ରତିବାଦରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ମା‌ର୍ଶାଲିଂ ୟାର୍ଡ ବିସ୍ଥାପିତ ସଂଘ ୨୦୦୬ରୁ ଆନ୍ଦୋଳନ ଜାରି ରଖିଛନ୍ତି। ଧାରଣା ଦେଇଛନ୍ତି। ଆମରଣ ଅନଶନରେ ବସିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଗେଟ୍‌ରେ ଅନେକ ବାର ତାଲା ମାରିଛନ୍ତି। ରାଉରକେଲାରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବୈଠକ ବସିଛି। କିନ୍ତୁ ଏଯାଏଁ ଚିହ୍ନଟ ବିସ୍ଥାପିତ ପରିବାକୁ ଆର୍‌ଏସ୍‌ପିରେ ନିଯୁକ୍ତି ମିଳିନି।

ଉଲ୍ଲେଖଯୋଗ୍ୟ, ୧୯୫୫ରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ପାଇଁ ସେଲ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଠାରୁ ପ୍ରାୟ ୨୦ ହଜାରରୁ ଅଧିକ ଜମି ଅଧିଗ୍ରହଣ କରିଥିଲେ। ରାଉରକେଲା, ପୁରୁଣା ରାଉରକେଲା, ଦୁର୍ଗାପୁର, ଛେଣ୍ଡ, ପ୍ରଧାନପାଲି, ବାଙ୍କିଆ, ଲୁଆକେରା, ତୁମକେଲା, ହମିରପୁର, ପ୍ରଧାନପାଲି, ଟାଙ୍ଗରପାଲି, ବିଜୁବନ୍ଧ, ମନ୍ଦିରା ଡ୍ୟାମ ଆଦି ଅଞ୍ଚଳର ୪୦୯୪ରୁ ଅଧିକ ପରିବାର ବିସ୍ଥାପିତ ହୋଇଥିଲେ। ଭିଟାମାଟି, ଚାଷ ଜମି ହରାଇଥିଲେ। ଏମାନଙ୍କୁ ଯେଉଁସବୁ ସ୍ଥାନରେ ଥଇଥାନ କରାଯାଇଛି, ସେମାନଙ୍କୁ ମୌଳିକ ସୁବିଧା ମିଳୁନି। ସବୁଠୁ ଆଶ୍ଚର୍ଯ୍ୟ କଥା, ବିସ୍ଥାପିତଙ୍କ ନାଁରେ ଅନେକ ଲୋକ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button