ମନୋରଞ୍ଜନ

ସ୍ୱାମୀଙ୍କ ସହ ଫଟୋ ପୋଷ୍ଟ କରି ଛାଡପତ୍ର ଚର୍ଚ୍ଚା ଉପରେ ବିରାମ ଲଗାଇଲେ ନୟନତାରା – Kalinga News

[ad_1]

ମୁମ୍ବାଇ: କିଛି ଦିନ ତଳେ ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବାରୁ ସାଉଥ ସୁପରଷ୍ଟାର ନୟନତାରା ସ୍ବାମୀ ବିଗ୍ନେଶ ଶିବନଙ୍କୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ନୟନତାରା ସ୍ବାମୀଙ୍କୁ ଫଲୋ କରିବା ସହ ବିଗ୍ନେଶ, ନୟନତାରଙ୍କ ସହ ଭିଡିଓ ଓ ଫଟୋ ସେୟାର କରିଥିଲେ। ଏସବୁ ପୋଷ୍ଟ ଆସିବା ପରେ ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍ ଥିବା ଜାଣି ପ୍ରଶଂସକ ଆଶ୍ବସ୍ତ ହୋଇଥିଲେ। ହେଲେ ପରେ ପୁଣି ନୟନତାରା ଦେଇଥିବା ଷ୍ଟାଟସ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା।

ଇନଷ୍ଟାରେ ସେ ଷ୍ଟାଟସ ଦେଇ ଲେଖିଥିଲେ ଯେ, ଉମମମ…ମୁଁ ହଜିଯାଇଛି। ତାଙ୍କର ଏହି ଷ୍ଟାଟସଟି କାହା ପାଇଁ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ନିଜ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ନରଖି ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ | ଇନଷ୍ଟାରେ ନିଜ ପରିବାର ସହ ଏକ ଫଟୋ ପୋଷ୍ଟ କରି ସେ ସ୍ପଷ୍ଟ କରିଛନ୍ତି ଯେ, ବିଗ୍ନେଶ ଓ ତାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ | ଫଟୋରେ ଦୁହେଁ ହସୁଥିବାର ଦେଖିବାକୁ ମିଳିଛି | ଏହି ଫଟୋ ପୋଷ୍ଟ କରି ନୟନତାରା ଲେଖିଛନ୍ତି ଯେ, ‘ମୋ ପିଲାମାନଙ୍କ ସହ ବହୁତ ଦିନ ପରେ ଯାତ୍ରା କରୁଛି’ | ତାଙ୍କର ଏହି ଫଟୋ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ସବୁ ଠିକ ଥିବା ସ୍ପଷ୍ଟ ହୋଇଛି |

ଉଲ୍ଲେଖଯୋଗ୍ୟ, ଜୁନ ୨୦୨୨ରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯‌ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button