ଅପରାଧ

ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ – Kalinga News

[ad_1]

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ। ଘରେ ପଶି ଲୁଟି ନେଲେ ସୁନା ଗହଣା। ଭୁବନେଶ୍ୱର ଜଗନ୍ନାଥ ବିହାରରେ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁଇଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପ୍ରଥମ ଥର ପାଇଁ ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ଦେଖିବାକୁ ମିଳିଛି।

ଏହାପୂର୍ବରୁ ମଧ୍ୟ ରାଜଧାନୀରେ ଝରକା ତଡ଼ା ଗ୍ୟାଙ୍ଗର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଘରେ କେହି ନଥିବାର ସୁଯୋଗ ନେଇ ଏମାନେ ଝରକା ତାଡ଼ି ଘରକୁ ପଶନ୍ତି ଏବଂ ଟଙ୍କା ପଇସା, ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଆନ୍ତି। ଝରକାତଡ଼ା ଗ୍ୟାଙ୍ଗର ଏଭଳି ଉତ୍ପାତ ଦେଖି ରାଜଧାନୀବାସୀଙ୍କୁ ଭୟ ଘାରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button