ରାଜନୀତି

୧୨ରେ ଜିଲ୍ଲା କଂଗ୍ରେସର ଶକ୍ତି ପ୍ରଦର୍ଶନ: ଟିକେଟ୍‌ ନ ମିଳିଲେ କର୍ମୀ ହେବି: ତାରା – Kalinga News

[ad_1]

ଜୟପୁର: କୋରାପୁଟ ଜିଲ୍ଲା କଂଗ୍ରେସ ମୁଖିଆ ବଦଳିବା ପରେ ଆସନ୍ତା ୧୨ତାରିଖରେ ଶକ୍ତି ପ୍ରଦର୍ଶନ କରିବ ଦଳ। ଜୟପୁରରେ ଜିଲ୍ଲାସ୍ତରୀୟ ସମ୍ମିଳନୀ, ସମ୍ବର୍ଦ୍ଧନା ସଭା ସହ ବିଶାଳ ଶୋଭାଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି। ସଭାପତି ଭାବେ ନିଯୁକ୍ତ ହେବାପରେ ଶଶିଭୂଷଣ ପାତ୍ରଙ୍କ ଏହାହେବ ପ୍ରଥମ ସାଂଗଠନିକ ବୈଠକ।

ଆସନ୍ତା ୧୨ତାରିଖରେ ଜିଲ୍ଲାର ସମସ୍ତ ୫ଟି ଯାକ ନିର୍ବାଚନମଣ୍ଡଳୀରୁ ୨୦ହଜାର କର୍ମୀଙ୍କ ସମା‌ଗମ ହେବ। ଜୟପୁର ନିର୍ବାଚନମଣ୍ଡଳୀର ୧୦ହଜାର ଓ ଅନ୍ୟ ନିର୍ବାଚନମଣ୍ଡଳୀର ୧୦ହଜାର କର୍ମୀ ସାମିଲ ହେବେ। ଗ୍ଲୋକାଲ ଛକରୁ ଦଶହରା ପଡ଼ିଆ ପର୍ଯ୍ୟନ୍ତ ରାଲି ହେବ। ଏଥିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସହ ସମସ୍ତ ବରିଷ୍ଠ ନେତା ଭାଗ ନେବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି।

ନିର୍ବାଚନ ପୂର୍ବରୁ କର୍ମୀଙ୍କ ମଧ୍ୟରେ ଜୋସ୍‌ ଭରିବାକୁ କଂଗ୍ରେସର ଆଗାମୀ କାର୍ଯ୍ୟକ୍ରମ ପାଇଁ ଆଜି ଜୟପୁରରେ ପ୍ରସ୍ତୁତି ବୈଠକ ହୋଇଥିଲା। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏଥିରେ ବିଜେପି-ବିଜେଡି ମେଣ୍ଟକୁ କେନ୍ଦ୍ର କରି ଉଭୟ ଦଳକୁ କଟାକ୍ଷ କରିଥିଲେ। ସାଂସଦ ସପ୍ତଗିରି ଉଲାକାଙ୍କ ସହ ବ୍ୟକ୍ତିଗତ ଏବଂ ରାଜନୈତିକ ସଂପର୍କ ଭଲ ରହିଥିବା ପୁଣି ସ୍ପଷ୍ଟ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଆଗାମୀ ନିର୍ବାଚନ ନିମନ୍ତେ ଟିକେଟ୍‌ ପାଇବାକୁ ଆଦୌ ବ୍ୟାକୁଳ ନୁହନ୍ତି। ଯଦି ଦଳ ଟିକେଟ୍‌ ନଦିଏ, ତେବେ ସାଧାରଣ କର୍ମୀ ଭାବେ ସେ ଦଳ ପାଇଁ କାମ କରିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button