ବିଜେଡିରେ ମିଶିଲେ ବିଜୟଙ୍କ ପୁଅ ଅରବିନ୍ଦ – Kalinga News

[ad_1]
ନବୀନ-ବିଜୟ ବିବାଦରେ ପୂର୍ଣ୍ଣଛେଦ
ଭୁବନେଶ୍ବର: ଅରବିନ୍ଦ ବାବୁ ୱେଲକମ୍ ଟୁ ଦ ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ତିନି ପଦ କଥା କହି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି। ଏହାସହ ଦୀର୍ଘ ୨୪ବର୍ଷ ଧରି ଚାଲିଥିବା ନବୀନ-ବିଜୟ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଆଜି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଇଛନ୍ତି। ଏଥିପାଇଁ ଆଜି ନବୀନ ନିବାସରେ ସ୍ବତନ୍ତ୍ର ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ବିଜୟଙ୍କ ପୁଅ ଅରବିନ୍ଦ ନବୀନ ନିବାସରେ ପହଞ୍ଚିବା ପରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେ ନବୀନ ତାଙ୍କୁ ଦଳକୁ ସ୍ବାଗତ କରିବା ସହ କହିଥିଲେ ଅରବିନ୍ଦ ବାବୁ ତୁମେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ କଠିନ ପରିଶ୍ରମ କରିବ। ତୁମ ଉପରେ ମୋ ଆଶୀର୍ବାଦ ଅଛି। ଦୟାକରି ତୁମ ବାପାଙ୍କୁ ପଠାଇବ। ଏହାପରେ ଅରବିନ୍ଦ କହିଥିଲେ ଆଇ ୱିଲ୍ (ଜଣାଇ ଦେବି)।ଅରବିନ୍ଦଙ୍କୁ ସ୍ବାଗତ କରିବା ପରେ ନବୀନ ତାଙ୍କ ପୋର୍ଟିକୋକୁ ଆସି ବିଜୟଙ୍କ ଅନୁଗତମାନଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ। ନବୀନ କହିଥିଲେ ମୁଁ ଅାପଣମାନଙ୍କୁ ସମସ୍ତଙ୍କୁ ବିଜୁ ପରିବାରକୁ ସ୍ବାଗତ କରୁଛି। ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରକୁ ସ୍ବାଗତ କରୁଛି। ଆପଣମାନେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଭଲ କାମ କରନ୍ତୁ। ବହୁତ ବହୁତ ବହୁତ ଧନ୍ୟବାଦ।

Sambad is now on WhatsApp
Join and get latest news updates delivered to you via WhatsApp
ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗଦେବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ବିଧାୟିକା ସାବିତ୍ରୀ ଅଗ୍ରୱାଲ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଅରବିନ୍ଦ ବିଜେଡିରେ ମିଶିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। କିଛି ଦିନ ତଳେ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ନଳିନୀ ମହାନ୍ତିଙ୍କ ପୁଅ ତଥା ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ।
[ad_2]