ଦେଶ- ବିଦେଶ

ଏମିତି ଝିଅମାନେ ବିବାହ ପରେ ନିଜ ସ୍ଵାମୀକୁ ଦିଅନ୍ତି ଧୋଖା, ଏହି ଉପାୟରେ ଜାଣନ୍ତୁ

କହିବାକୁ ଗଲେ ପୁରୁଷ ଓ ମହିଳାଙ୍କ ସମ୍ପର୍କ ସର୍ବଦା ବିଶ୍ଵାସ ଉପରେ ହିଁ ଚାଲିଥାଏ । ପରସ୍ପରର ବିଶ୍ଵାସ ହିଁ ଏକ ସୁଖୀ ଦମ୍ପତିର କାହାଣୀ ଲେଖିଥାଏ । କିନ୍ତୁ ଯଦି ଏହି ସମ୍ପର୍କରେ ସନ୍ଦେହର ଆଗମନ ହୋଇଯାଏ ତେବେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଅଧିକ ସମୟ ଲାଗି ନ ଥାଏ । ସେଥିପାଇଁ ନିଜ ପାର୍ଟନର ଉପରେ ବିଶ୍ଵାସ ରଖନ୍ତୁ ଓ ଏହା ସହିତ ନିଜ ପାର୍ଟନର ପ୍ରତି ବିଶ୍ଵାସୀ ରୁହନ୍ତୁ ।

ପୁରୁଷ ଓ ମହିଳାଙ୍କ ରିଲେସନକୁ ନେଇ ଶାସ୍ତ୍ରରେ ବିଭିନ୍ନ କଥା କୁହା ଯାଇଛି । କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ଜଣେ କୁଶଳ ରାଜନୀତିଜ୍ଞ, ଚତୁର କୁଟନୀତିଜ୍ଞ, ପ୍ରକାଣ୍ଡ ଅର୍ଥଶାସ୍ତ୍ରୀ ରୂପରେ ଜଣା ଯାଉଥିଲେ । ଚାଣକ୍ୟ ସେହି ସମୟରେ ପୁରୁଷ ଓ ମହିଳାମାନଙ୍କ ସମ୍ବନ୍ଧକୁ ନେଇ ବିଭିନ୍ନ କଥା କହିଛନ୍ତି ଓ କେତେକ ନିୟମ ବିଷୟରେ ବି ସେ କହିଛନ୍ତି । ଚାଣକ୍ୟ ପୁରୁଷମାନଙ୍କୁ ସର୍ବଦା ଏହିଭଳି ମହିଳାମାନଙ୍କ ଠାରୁ ସାବଧାନ ରହିବାକୁ ଉପଦେଶ ଦେଇଛନ୍ତି, ଯେଉଁମାନେ ତାଙ୍କୁ କେତେବେଳେ ବି ଧୋଖା ଦେଇ ପାରନ୍ତି ।

ଏହିଭଳି ଝିଅମାନେ ଦିଅନ୍ତି ଧୋକା :

ପୁଅ ଝିଅର ସୁନ୍ଦରତାକୁ ଦେଖି ତାହା ସହିତ ବିବାହ କରିନିଏ । କିନ୍ତୁ ପରେ ସେ ପଶ୍ଚାତାପ କରିଥାଏ । ଚାଣକ୍ୟଙ୍କ ଅନୁସାରେ ଖରାପ ସଂସ୍କାର ବାଲା ଝିଅ କେବେ ବି ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ବଞ୍ଚାଇ ପାରିବ ନାହିଁ ଓ ସେ କାହାକୁ ବି ଧୋକା ଦେଇ ଦେବ ।

ପୁଅମାନଙ୍କୁ ଏହିଭଳି ଝିଅଙ୍କ ସହ କେବେ ବି ବିବାହ କରିବା ଉଚିତ ନୁହେଁ, ଯେଉଁମାନେ ମହଙ୍ଗା ଡ୍ରେସ, ଗହଣା ଇତ୍ୟାଦିକୁ ଅଧିକ ମହତ୍ଵ ଓ ଧନୀ ପୁଅ ସହ ବିବାହ କରିବାର ସ୍ଵପ୍ନ ଦେଖନ୍ତି ।

ଯଦି ଆପଣଙ୍କୁ ବି ଏହିଭଳି ଝିଅର ପ୍ରସ୍ତାବ ଆସୁଛି ତେବେ ତୁରନ୍ତ ଅସ୍ଵୀକାର କରି ଦିଅନ୍ତୁ, କାରଣ ଯଦି ଆପଣ ତାଙ୍କର ଇଚ୍ଛାକୁ ପୁରା କରି ପାରିବେ ନାହିଁ, ତେବେ ସେ ଆପଣଙ୍କୁ ଦିନେ ନା ଦିନେ ଧୋକା ଦେଇ ଦେବ କିମ୍ବା ଛାଡି ଚାଲି ଯାଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button