ଦେଶ- ବିଦେଶ
ଗୁଜରାଟରେ ପୁଣି ଜଣେ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଲେ – Kalinga News

[ad_1]
ଗାନ୍ଧୀନଗର: ଗୁଜରାଟରେ ପୁଣି ଜଣେ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ମାନାବାଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ବିଧାୟକ ଅରବିନ୍ଦ ଲଦାନୀ ବୁଧବାର ବିଧାନସଭା ବାଚସ୍ପତି ଶଙ୍କର ଚୌଧୁରୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ଖୁବ୍ଶୀଘ୍ର ବିଜେପିରେ ଯୋଗଦେବେ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ। ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେବାରେ ଲଦାନୀ ଚତୁର୍ଥ କଂଗ୍ରେସ ବିଧାୟକ ଭାବେ ବିଜେପିରେ ଯୋଗ ଦେଉଛନ୍ତି। ଏହାଫଳରେ ଗୁଜରାଟରେ କଂଗ୍ରେସର ବିଧାୟକ ସଂଖ୍ୟା ୧୩କୁ ଖସିଆସିଛି। ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା ତଥା ତିନିଥର ବିଧାୟକ ହୋଇଥିବା ଅର୍ଜୁନ ମୋଧ୍ବାଡିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସର ଆଉ ଦୁଇ ବିଧାୟକ ଚିରାଗ ପଟେଲ ଓ ସିଜେ ଚାୱଡା ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଲଦାନୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି ବୋଲି ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ।
[ad_2]




