ଦେଶ- ବିଦେଶ

୩ ଫୁଟ୍ ଉଚ୍ଚତାର ଡାକ୍ତରଙ୍କ ସଂଘର୍ଷ କାହାଣୀ , ଡାକ୍ତର ହେବାପାଇଁ ସୁପ୍ରିମକୋର୍ଟ ଗଲେ – Kalinga News

[ad_1]

ନୂଆଦିଲ୍ଲୀ : ୨୩ ବର୍ଷୀୟ ଡକ୍ଟର ଗଣେଶ ବରେୟାଙ୍କ କମ୍ ଉଚ୍ଚତା ପାଇଁ ତାଙ୍କୁ ଏମବିବିଏସ୍ ପଢ଼ିବାକୁ ମ୍ସିଆଇ (ମେଡିକାଲ କାଉନସିଲ ଅଫ ଇଣ୍ଡିଆ) ଅଯୋଗ୍ୟ ବିବେଚିତ କରିବାପରେ ସେ ହାର୍ ମାନିନଥିଲେ। ସେ ସ୍କୁଲ୍ ପ୍ରିନ୍ସପାଲଙ୍କ ସହଯୋଗ କ୍ରମେ ଜିଲ୍ଲାପାଳ, ରାଜ୍ୟ ଶିକ୍ଷା ମନ୍ତ୍ରୀ ଏବଂ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ। ଗୁଜରାଟ ହାଇକୋର୍ଟରେ ମାମଲା ହାରିବାପରେ ବି ସେ ଆଶା ହରାଇନଥିଲେ। ଡାକ୍ତର ଗଣେଶ ବରେୟା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଏବଂ ୨୦୧୮ରେ ସେ ମାମଲା ଜିତିବାପରେ ଏମବିବିଏସ୍ ଆଡମିସନ୍ କଲେ। ଏମବିବିଏସ୍ ଶେଷ କରିବାପରେ ସେ ଏବେ ଭାବନଗରର ସାର୍ ଟି ହସ୍ପିଟାଲରେ ଇଣ୍ଟର୍ଣ୍ଣ ଭାବେ କାମ କରୁଛନ୍ତି। ଗଣେଶ ବରେୟା କହିଛନ୍ତି, ମୁଁ ଦ୍ବାଦଶ ଶ୍ରେଣୀରେ ପାସ୍ କରିବାପରେ ନିଟ୍ରେ ଉତ୍ତୀର୍ଣ୍ଣ ହେଲି। କିନ୍ତୁ ମୋ ଉଚ୍ଚତା ପାଇଁ ମତେ ଏମବିବିଏସ୍ ଆଡମିସନ ପାଇଁ ଅନୁମତି ମିଳିଲାନି। କମ୍ ଉଚ୍ଚତା ପାଇଁ ମୁଁ ଏମର୍ଜେନ୍ସି କେସ୍ ସମ୍ଭାଳି ପାରିବିନି ବୋଲି ମତେ କୁହାଯାଇଥିଲା। କିନ୍ତୁ ମୁଁ ସଂଘର୍ଷ କଲି ଏବଂ ଶେଷରେ ଜିତିଲି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button