ମନୋରଞ୍ଜନ

ସୋମି ଖାନ୍‌ଙ୍କୁ ବିବାହ କଲେ ରାକ୍ଷୀ ସାୱନ୍ତଙ୍କ ପୂର୍ବ ସ୍ବାମୀ ଆଦିଲ୍‌! – Kalinga News

[ad_1]

ମୁମ୍ବାଇ: ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଦୁରାନୀ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଖବରରୁ ପ୍ରକାଶ ଯେ ସେ ପୁଣି ଥରେ ଲୁଚି କରି ବିବାହ କରିଛନ୍ତି। ଆଦିଲଙ୍କ ନିକଟସ୍ଥ ସୂତ୍ରରୁ ଗଣମାଧ୍ୟମକୁ ଏହି ଖବର ହସ୍ତଗତ ହୋଇଛି।

ସୂତ୍ରରୁ ପ୍ରକାଶ ଯେ ଆଦିଲ୍‌ ମାର୍ଚ ୨ ତାରିଖରେ ଜୟପୁରରେ ଗୋପନରେ ବିବାହ କରିଛନ୍ତି। ଆଦିଲଙ୍କ ବାହାଘର ଅତ୍ୟନ୍ତ ତରବରିଆ‌ ଭାବେ ହୋଇଛି। ଏବେ ସେ ତାଙ୍କ ବିବାହକୁ ଗୋପନ ରଖିବାକୁ ଚାହୁଁଛନ୍ତି।

ସୂତ୍ରରୁ ଆଦିଲଙ୍କ ବିବାହକୁ ନେଇ ଏକ ବଡ଼ ଧରଣର ଖୁଲାସା‌ ହୋଇଛି। ସୂଚନା ରହିଛି ଯେ ଆଦିଲ୍ ପୂର୍ବତନ ବିଗ୍‌ ବସ୍‌ ପ୍ରତିଦ୍ବନ୍ଦ୍ବୀ ସୋମି ଖାନ୍‌ଙ୍କୁ ବିବାହ କରିଛନ୍ତି। ଯିଏକି ସବା ଖାନ୍‌ଙ୍କ ଭଉଣୀ।

ଆଦିଲ ଦୀର୍ଘ ଦିନରୁ ରାକ୍ଷୀଙ୍କ ସହ ନିଜ ସଂପର୍କକୁ ନେଇ ବିବାଦରେ ରହିଛନ୍ତି। ‌ସେଥିପାଇଁ ସେ ନିଜ ବିବାହକୁ ଗୋପନ ରଖିଛନ୍ତି। ସେ ଚାହୁଁନଥିଲେ ଯେ ତାଙ୍କ ବାହାଘର ବିଷୟରେ ଲୋକ ଜାଣନ୍ତୁ ବୋଲି।

ଆପଣ ଜାଣନ୍ତି ଯେ ସୋମି ଖାନ୍‌ ବିଗ୍‌ ବସ୍‌-୧୨ରେ ନିଜ ଭଉଣୀ ସବାଙ୍କ ସହ ନଜର ଆସିଥିଲେ। ସାମି ଜୟପୁରର ବାସିନ୍ଦା। ଏହି କାରଣରୁ ଆଦିଲ ତାଙ୍କୁ ଜୟପୁରରେ ହିଁ ବିବାହ କରିଛନ୍ତି। ହେଲେ ଉଭୟ ବର-କନ୍ୟା ବିବାହକୁ ନେଇ କେହି ବି ଏବେ ପର୍ଯ୍ୟନ୍ତ ନିଜର ପ୍ରତିକ୍ରିୟା ରଖିନାହାନ୍ତି। ବିଗ୍‌ ବସ୍‌ ପରେ ମୋସି ଖାନ୍‌ ଅନେକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button