କାଲକାଟା ହାଇକୋର୍ଟ ବିଚାରପତି ଭାବେ ଇସ୍ତଫା ଦେବାପରେ ବିଜେପିରେ ଯୋଗ ଦେଲେ ଅଭିଜିତ ଗଙ୍ଗୋପାଧ୍ୟାୟ – Kalinga News

[ad_1]
ନୂଆଦିଲ୍ଲୀ : କାଲକାଟା ହାଇକୋର୍ଟ ବିଚାରପତି ଭାବେ ଇସ୍ତଫା ଦେବାର କିଛି ଦିନ ପରେ ଅଭିଜିତ ଗଙ୍ଗୋପାଧ୍ୟାୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ ଗତ ମଙ୍ଗଳବାର ଦିନ ଅଭିଜିତ ଗଙ୍ଗୋପାଧ୍ୟାୟ ଏନେଇ ସୂଚନା ଦେଇଥିଲେ। ଅଭିଜିତଙ୍କୁ ଆଜି ପଶ୍ଚିମବଙ୍ଗର ସଲ୍ଟ ଲେକ୍ ସ୍ଥିତ ବିଜେପି ଅଫିସରେ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଦଳର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ତାଙ୍କୁ ଦଳୀୟ ପତାକା ଦେଇ ଦଳକୁ ସ୍ବାଗତ କରିଥିଲେ। ଦଳରେ ଯୋଗ ଦେବାପରେ ଅଭିଜିତ ଗଙ୍ଗୋପାଧ୍ୟାୟ କହିଛନ୍ତି, ଆଜି ମୁଁ ଏକ ନୂଆ କ୍ଷେତ୍ରରେ ଯୋଗ ଦେଇଛି। ବିଜେପିରେ ଯୋଗ ଦେଇ ମୁଁ ଖୁବ୍ ଖୁସି ଏବଂ ଜଣେ ଦଳୀୟ ସୈନିକ ଭାବେ ମୁଁ କାମ କରିବି। ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ଟିଏମସିକୁ ହଟାଇବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବିଜେପି ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗକୁ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଭଳି ଲୋକ ଦରକାର। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବାବେଳେ ଏହା ପୂର୍ବରୁ ଅଭିଜିତ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗ ଦେଇଛନ୍ତି।
[ad_2]