ମନୋରଞ୍ଜନ

ଫସିଛନ୍ତି ବିରାଟ, ଚିନ୍ତାରେ ଅନୁଷ୍କା; ଭିଡିଓ କଲ୍ କରି ପଚାରିଲେ ହାଲଚାଲ – Kalinga News

[ad_1]

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲ ପରେ ଭାରତ ଫେରିପାରିନାହିଁ ଟିମ୍ ଇଣ୍ଡିଆ। ବାରବାଡୋସରେ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତୀୟ ଟିମ୍ ସେଠାରେ ଫସି ରହିଛନ୍ତି। ବାତ୍ୟା ପାଇଁ ବିମାନ ଉଡ଼ାଣ ବନ୍ଦ ରହିଥିବା ବେଳେ ଏବେ କ୍ରିକେଟରଙ୍କ ପାଇଁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ବାରବାଡୋସରେ ପହଞ୍ଚିଥିବା ଜଣାପଡ଼ିଛି। ଏମଧ୍ୟରେ କ୍ରିକେଟର ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଭିଡିଓ କଲରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ କଥା ହେଉଥିବା ଦେଖାଯାଇଛି।

ଭିଡିଓରେ ଦେଖାଯାଇଛି ଯେ, ହୋଟେଲର ବାଲକୋନିକୁ ଆସି ବିରାଟ, ଅନୁଷ୍କାଙ୍କୁ ବାହାରର ଦୃଶ୍ୟ ଦେଖାଉଛନ୍ତି। ଭିଡିଓରେ ବାରବାଡୋସରେ କିଭଳି ଭୟଙ୍କର ସ୍ଥିତି ରହିଛି, ତାହା ଦେଖିବାକୁ ମିଳିଛି। ଦୁହିଁଙ୍କ ଏହି ଭିଡିଓ ଏବେ ପୁଣି ତାଙ୍କ ପ୍ରଶଂସକଙ୍କ ମନ କିଣିଛି। ଭାରତୀୟ ଟିମ୍ ଟି-୨୦ ବିଶ୍ବକପ ଜିତିବା ପରେ ଉଭୟ ବିରାଟ ଓ ଅନୁଷ୍କା କରିଥିବା ପୋଷ୍ଟ ସମସ୍ତଙ୍କ ମନ କିଣିଥିଲା।

କିଛି ଦିନ ତଳେ ବିରାଟ, ଅନୁଷ୍କାଙ୍କ ସହ ଫଟୋ ସେୟାର କରି ଲେଖିଥିଲେ ଯେ,  “ତୁମ ବିନା ଏହା ମଧ୍ୟରୁ କୌଣସିଟି ସମ୍ଭବ ନଥିଲା। ତୁମେ ମୋତେ ନମ୍ର ରହିବା ଶିଖାଇବା ସହ ସଚ୍ଚୋଟତାର ସହିତ ଭୁଲ-ଠିକ ଜଣାଇଥିଲ। ଏହା ପାଇଁ ମୁଁ କୃତଜ୍ଞ। ଏହି ବିଜୟ ଯେତିକି ମୋର ସେତିକି ତୁମର। ଧନ୍ୟବାଦ ଏବଂ ମୁଁ ତୁମକୁ ଭଲ ପାଏ ଅନୁଷ୍କା। ”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button