ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ରୁଟ୍ ଉଦଘାଟନ କଲେ ମୋଦୀ – Kalinga News

[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ରୁଟ୍ ଉଦଘାଟନ କରିଛନ୍ତି। ଏହା ଭିତ୍ତିଭୂମି ବିକାଶ ଦିଗରେ ଦେଶର ପଦକ୍ଷେପକୁ ଦର୍ଶାଉଥିବା ଏକ କିମ୍ବଦନ୍ତୀ ପ୍ରକଳ୍ପ। ମୋଦୀ ମଧ୍ୟ ଆଜି ପ୍ରାୟ ୧୫,୪୦୦ କୋଟି ଟଙ୍କାର ବିଭିନ୍ନ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୋଦୀ ମେଟ୍ରୋ ରେଳ ସେବା ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅଣ୍ଡରୱାଟର ମେଟ୍ରୋ ରୁଟ୍ ସେବା ହେଉଛି କୋଲକାତା ମେଟ୍ରୋର ପୂର୍ବ-ପଶ୍ଚିମ କରିଡରର ହାଓଡ଼ା ମଇଦାନ ଏସପ୍ଲାନେଡ ସେକ୍ସନର ଏକ ଅଂଶ। ହୁଗୁଳି ନଦୀ ତଳେ ଏହା ୪.୮ କିମି ପରିବ୍ୟାପ୍ତ ଅଟେ। ମେଟ୍ରୋ ସର୍ଭିସ ହାଓଡ଼ା ଏବଂ ସଲ୍ଟ ଲେକକୁ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ଆଜି ଅନେକ ସ୍କୁଲ ଛାତ୍ରଙ୍କ ସହ ଅଣ୍ଡରୱାଟର ମେଟ୍ରୋରେ ପ୍ରଥମ ଯାତ୍ରା କରିଛନ୍ତି। ମେଟ୍ରୋ ଟ୍ରେନ ପରିସରର ଭିଡିଓରୁ ଦେଖିବାକୁ ମିଳିଛି ଯେ ମୋଦୀ ସ୍କୁଲ ପିଲାମାନଙ୍କ ସହ ବସି ସେମାନଙ୍କ ସହ କଥା ହେଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ପିଲା ମୋଦୀଙ୍କ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ମେଟ୍ରୋ ଟ୍ରେନରେ ପଶ୍ଚିମବଙ୍ଗ ବିଜେପି ସଭାପନି ସୁକାନ୍ତ ମଜୁମଦାର ଏବଂ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ଓ ଅନ୍ୟ ମେଟ୍ରୋ କର୍ମଚାରୀମାନେ ମୋଦୀଙ୍କ ସହ ପ୍ରଥମ ଯାତ୍ରା କରିଥିଲେ। ଉଦଘାଟନ ଉତ୍ସବରେ ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧିମାନେ ଯୋଗ ଦେଇଥିଲେ। ତେବେ ମେଟ୍ରୋ ଅଣ୍ଡରୱାଟର ଆଜି ଊଦଘାଟନ ହୋଇଥିଲେ ସୁଦ୍ଧା ଯାତ୍ରୀମାନଙ୍କ ପାଇଁ ସେବା ପରବର୍ତ୍ତୀ ତାରିଖରେ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଏପ୍ରିଲରେ କୋଲକୋତା ମୋଟ୍ରୋ ଅଣ୍ଡରୱାଟର ଟନେଲରେ ଟ୍ରେନ ଚଳାଇ ଇତିହାସ ସୃଷ୍ଟି କରିବାପରେ ଆଜି ଅଣ୍ଡରୱାଟର ମେଟ୍ରୋ ରୁଟ୍ ଉଦଘାଟନ ହୋଇଛି।
[ad_2]




