ମନୋରଞ୍ଜନ

୭ ମାସ ହେବ ବେରୋଜଗାର ଥିଲେ ସାମନ୍ଥା, ଏବେ ଦେଲେ ଖୁସି ଖବର – Kalinga News

[ad_1]

ନୂଆଦିଲ୍ଳୀ: ଦକ୍ଷିଣୀ ସୁନ୍ଦରୀ ସାମନ୍ଥା ତାଙ୍କ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି। ସେ ଅସୁସ୍ଥତାକୁ ପରାସ୍ତ କରି ପୁଣି ଥରେ ସୁସ୍ଥ ଭାବେ ଫେରିବାର ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ଏକ ସ୍ୱାସ୍ଥ୍ୟ ପୋଡକାଷ୍ଟ ଲଞ୍ଚ କରିବାକୁ ଯାଉଛନ୍ତି, ଯାହା ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ। ସେ ଆହୁରି ମଧ୍ୟ ଥଟ୍ଟା କରି କହିଛନ୍ତି ଯେ ପ୍ରାୟ ୭ ମାସ ହେବ ସେ ବେରୋଜଗାର ଥି‌ଲେ।

ସାମନ୍ଥା ରୁଥ୍‌ ପ୍ରଭୁ ଆହୁରି ବି କହିଛନ୍ତି, ‘ମୁଁ ଶେଷରେ କାମକୁ ଫେରି ଆସିଛି। ମୁଁ ଏତେ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବେକାର ଥିଲି।  ଏହି ସ୍ୱାସ୍ଥ୍ୟ ପୋଡକାଷ୍ଟ ପାଇଁ ମୁଁ ବହୁତ ଉତ୍ସାହିତ ଏବଂ ଭାବପ୍ରବଣ ଅଟେ। ଆସନ୍ତା ସପ୍ତାହରେ ଏହା ପ୍ରକାଶ ପାଇବ।’’

୩୬ ବର୍ଷୀୟା ଅଭିନେତ୍ରୀ ଗତ ବର୍ଷ ୱେବ୍ ସିରିଜ୍ ‘ସିଟାଡେଲ୍ ଇଣ୍ଡିଆ’ର ସୁଟିଂ ଶେଷ କରିଥିଲେ। ଏଥିରେ ବରୁଣ ଧାୱନ ମଧ୍ୟ ମୁଖ୍ୟ ଭୂମିକାରେ ନରଜ ଆସିଥିଲେ। ଏହା ହେଉଛି ପ୍ରିୟଙ୍କା ଚୋପ୍ରାଙ୍କ ୱେବ୍ ସିରିଜର ହିନ୍ଦୀ ରିମେକ୍।
ଗତବର୍ଷ ସାମନ୍ଥା ପ୍ରକାଶ କରିଥିଲେ ଯେ ସେ ଅଟୋ ଇମ୍ୟୁନ କଣ୍ଡିସନ୍ (ମାୟୋସିଟିସ୍) ନାମକ ଏକ ରୋଗରେ ପୀଡିତ। ଏହି ରୋଗ ମାଂସପେଶୀରେ ବହୁତ ଯନ୍ତ୍ରଣା ଦେଇଥାଏ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସାମନ୍ଥାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘କୁଶି’ରେ ବିଜୟ ଦେବରାକୋଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ତାଙ୍କୁ ‘ଶକୁନ୍ତଲାମ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଚଳଚ୍ଚିତ୍ର ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ । ଏବେ ତାଙ୍କୁ ୱେବ୍ ସିରିଜ୍ ‘ସିଟାଡେଲ୍ ଇଣ୍ଡିଆ’ରେ ଦେଖିବାକୁ ମିଳିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button