ଖେଳ ଖବର

ଭାରତ-ପାକିସ୍ତାନ ବିଶ୍ବକପ୍ ଟିକେଟ୍‌ ଦାମ୍‌ ୧.୮୪ କୋଟି – Kalinga News

[ad_1]

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ରହିଥିବା ଅହେତୁକ ଦୁର୍ବଳତା ଏବେ ନୂଆ ଶିଖର ଛୁଇଁଛି। ଚଳିତ ବର୍ଷ ଜୁନ୍‌ ମାସରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହି ଦୁଇ ପଡ଼ୋଶୀଙ୍କ ମୁକାବିଲାର ଟିକେଟ୍ ମୂଲ୍ୟ ଏବେଠାରୁ ଆକାଶଛୁଆଁ ହୋଇଯାଇଛି। ପୁନଃବିକ୍ରି ପ୍ଲାଟ୍‌ଫର୍ମରେ ଟିକେଟ୍‌ର ମୂଲ୍ୟ ୧.୮୪ କୋଟି (୨୨୨,୫୦୦ ଡଲାର୍‌)ରେ ପହଞ୍ଚିଯାଇଛି। ଜୁନ୍‌ ୯ ତାରିଖରେ ଭାରତ ଓ ପାକିସ୍ତାନ ମୁକାବିଲା ନ୍ୟୁୟର୍କରେ ଖେଳାଯିବ। ଜୁନ୍‌ ୧୫ ତାରିଖରେ ଭାରତ-କାନାଡ଼ା ମ୍ୟାଚ୍‌‌ ଫ୍ଲୋରିଡ଼ାରେ ରହିଛି। ଉଭୟ ମ୍ୟାଚ୍‌ର ପ୍ରାଥମିକ ଟିକେଟ୍ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି।

ଆଇସିସିର ଆନୁଷ୍ଠାନିକ ଟିକେଟ୍ ମୂଲ୍ୟ ୪୯୭ ଟଙ୍କା ଧାର୍ଯ୍ୟ ଥିବାବେଳେ ସବୁଠାରୁ ଦାମୀ ପ୍ରିମିୟମ୍ ଶ୍ରେଣୀଭୁକ୍ତ ଟିକେଟ୍‌ର ମୂଳ ଦର ବିନା ଶୁଳ୍କରେ ୩୩,୧୪୮ ଟଙ୍କା ରହିଛି। କିନ୍ତୁ ସିଟ୍‌ଗିକ୍ ଓ ଷ୍ଟବ୍‌ହବ୍‌ ଭଳି ପୁନଃବିକ୍ରି ପ୍ଲାଟ୍‌ଫର୍ମରେ ଏହା ବହୁ ଗୁଣାରେ ବିକ୍ରି ହେଉଛି। ରିସେଲ୍‌ ୱେବସାଇଟ୍‌ରେ ଭିଆଇପି ଟିକେଟ୍‌ ୩୩.୧୫ ଲକ୍ଷରେ ବିକ୍ରି ହୋଇଛି। ପ୍ଲାଟ୍‌ଫର୍ମ ଫି ସହିତ ଏହାର ମୂଲ୍ୟ ୪୧.୪୪ ଲକ୍ଷ ହୋଇଯାଉଛି। ଷ୍ଟବ୍‌ହବ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ସର୍ବନିମ୍ନ ଟିକେଟ୍ ମୂଲ୍ୟ ୧.୦୪ ଲକ୍ଷ ରହିଥିବା ବେଳେ ସିଟ୍‌ଗିକ୍‌ରେ ସର୍ବାଧିକ ମୂଲ୍ୟ ପ୍ଲାଟଫର୍ମ ଫି ସହିତ ୧.୮୪ କୋଟିରେ ପହଞ୍ଚିଛି। ୨୦୨୩ ଦିନିକିଆ ବିଶ୍ବକପ୍ ସମୟରେ ଭାରତ-ପାକିସ୍ତାନ ମୁକାବିଲାର ଟିକେଟ୍‌ ମାଧ୍ୟମିକ ବଜାରରେ ୫୬ ହଜାର ଟଙ୍କା ଥିଲା। ଏହି ଟିକେଟ୍‌ ବିଶ୍ବର ବୃହତମ ମନୋରଂଜନ ଲାଇଭ୍ ଟିକେଟ୍‌ ମଞ୍ଚ ଭାୟାଗୋଗୋରେ ବିକ୍ରି ହୋଇଥିଲା। ଅନ୍ୟପକ୍ଷରେ ଆମେରିକାରେ ଖେଳାଯାଉଥିବା ବାର୍ଷିକ ପ୍ରତିଯୋଗିତା ‘ମେଜର୍ ଲିଗ୍ ବେସ୍‌ବଲ୍‌’ର ବିଶ୍ବ ସିରିଜ୍ ଟିକେଟ୍‌ ପ୍ରାୟ ୯.୧ ଲକ୍ଷ ରହୁଥିବାବେଳେ ଏନ୍‌ବିଏ ଫାଇନାଲ୍ସ ମୂଲ୍ୟ ୧୯.୯ ଲକ୍ଷ ରହିଥିଲା। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଆଇସିସି ଫେବ୍ରୁଆରିରେ ଟିକେଟ୍ ବିକ୍ରି କରିଥିଲା। ଭାରତ ଓ ପାକିସ୍ତାନ ଟିକେଟ୍ ସ୍ବାଭାବିକ ଭାବେ ତତ୍‌କ୍ଷଣାତ ଶେଷ ହୋଇଯାଇଥିଲା। ଟିକେଟ୍‌ ସଂଖ୍ୟାଠାରୁ ଏହାର ଚାହିଦା ପାଖାପାଖି ୨୦୦ଗୁଣ ବଢ଼ିଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button