ରାଜନୀତି

ହିମାଚଳରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିଲେ ଜେପି ନଡ୍ଡା, ଗୁଜରାଟରୁ ରାଜ୍ୟସଭା ସଦସ୍ୟତା ଜାରି ରଖିବେ – Kalinga News

[ad_1]

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିଛନ୍ତି। ହିମାଚଳ ପ୍ରଦେଶରୁ ଇସ୍ତଫା ଦେଇଛନ୍ତି ଜେପି ନଡ୍ଡା । ନିକଟରେ ନଡ୍ଡା ମଧ୍ୟ ଗୁଜୁରାଟରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଣୁ ସେ ଗୁଜରାଟରୁ ରାଜ୍ୟସଭା ସାଂସଦ ପଦ ବଜାୟ ରଖିବାକୁ ହିମାଚଳ ଆସନକୁ ଛାଡ଼ିଦେଇଛନ୍ତି ।

ନଡ୍ଡା  ଗତ ଫେବୃଆରୀ ୨୦ ରେ ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଫ​ଳରେ ସେ ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ଆଶା କରାଯାଉଥିଲା । ଆଶାନୁରୂପଭାବେ ସେ ଇସ୍ତଫା ଦେଇଛନ୍ତି । ତେବେ ହିମାଚଳରୁ ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ୧୪ ଦିନ ବାକି ଥିଲା, କିନ୍ତୁ ଏହା ପୂର୍ବରୁ ନଡ୍ଡା ରାଜ୍ୟସଭା ସଭାପତିଙ୍କ ନିକଟରେ ସେ ନିଜର ଇସ୍ତଫା ପତ୍ର ଦାଖଲ କରିସାରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ନଡ୍ଡା ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୨୭ତାରିଖରେ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଥିଲେ। ସେମାନଙ୍କ ମଧ୍ୟରେ ନଡ୍ଡା ଥିଲେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button