ଓଡ଼ିଶା ଏଫ୍ସିର ଯୁଗଳ ବିଜୟ – Kalinga News

[ad_1]
ଆଇଡବ୍ଲ୍ୟୁଏଲ୍: ଆଜି ସ୍ପୋର୍ଟ୍ସ ଓଡ଼ିଶା-ଗୋକୁଳମ୍ କେରଳ ମୁକାବିଲା
ଭୁବନେଶ୍ବର: ଆଇଡବ୍ଲ୍ୟୁଏଲ୍ରେ ଶନିବାର ଓଡ଼ିଶା ଏଫ୍ସି ୪-୦ ଗୋଲ୍ରେ ସେଥୁ ଏଫ୍ସିକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଓଡ଼ିଶା ଏଫ୍ସି ୨୨ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ପହଞ୍ଚିଛି। ୯ ମ୍ୟାଚ୍ରୁ ସପ୍ତମ ବିଜୟ ପାଇଛି। ଗୋଆର ତିଳକ ମୈଦାନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ପାଇଁ ପ୍ୟାରୀ ଖାଖା ୬୦ ଓ ୭୮ ମିନିଟ୍ରେ ଦୁଇଟି ଗୋଲ ଦେଇଥିଲା ବେଳେ ୱିନ୍ ୪ ମିନଟ୍, ଇନ୍ଦୁମତୀ ୨୩ ମିନିଟ୍ରେ ଅନ୍ୟ ଦୁଇ ଗୋଲ୍ ସ୍କୋର କରିଥିଲେ। ଓଡ଼ିଶା ଏଫ୍ସି ପରବର୍ତ୍ତୀ ମ୍ୟାଚ୍ ୮ ତାରିଖରେ ହୋପ୍ସ ଏଫ୍ସି ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଦିଲ୍ଲୀର ଡକ୍ଟର ଆମ୍ବେଦକର ଷ୍ଟାଡିୟମ୍ରେ ଖେଳାଯିବ। ଅନ୍ୟପକ୍ଷରେ ରବିବାର ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ଫୁଟ୍ବଲ୍ ଏରିନାରେ ସ୍ପୋର୍ଟ୍ସ ଓଡ଼ିଶା ଓ ଗୋକୁଳମ୍ କେରଳ ଏଫ୍ସି ମଧ୍ୟରେ ଆଇଡବ୍ଲ୍ୟୁଏଲ୍ର ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତାରେ ସ୍ପୋର୍ଟ୍ସ ଓଡ଼ିଶା ସବୁଠୁ ଖରାପ ପ୍ରଦର୍ଶନ ଦେଇଥିଲା ବେଳେ ବର୍ତ୍ତମାନସୁଦ୍ଧା ୯ ମ୍ୟାଚ୍ ଖେଳିଥିଲା ବେଳେ ଗୋଟିଏ ବି ଜିତିନାହିଁ। ଦୁଇଟି ମ୍ୟାଚ୍ ଅମୀମାଂସିତ ରଖି କେବଳ ୨ ପଏଣ୍ଟ ହାତେଇବା ସହ ପଏଣ୍ଟ ଟେବୁଲ୍ର ସବୁଠୁ ତଳେ ରହିଛି। ଗୋକୁଳମ୍ କେରଳ ପୂର୍ବ ମ୍ୟାଚ୍ରେ ଓଡ଼ିଶା ଏଫ୍ସିକୁ ହରାଇଥିବାରୁ ରବିବାର ଆଉ ଗୋଟିଏ ଓଡ଼ିଶା ଦଳକୁ ପରାଜିତ କରି ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp

ଆର୍ଏଫ୍ଡିଏଲ୍ରେ ଜାମସେଦପୁରକୁ ହରାଇଲା
ଭୁବନେଶ୍ବର: ରିଲାଏନ୍ସ ଫାଉଣ୍ଡେସନ୍ ଡେଭଲପ୍ମେଣ୍ଟ ଲିଗ୍ (ଆର୍ଏଫ୍ଡିଏଲ୍)ର ପୂର୍ବାଞ୍ଚଳ ଆଞ୍ଚଳିକ ଯୋଗ୍ୟତା ପର୍ଯ୍ୟାୟରେ ଶନିବାର ଓଡ଼ିଶା ଏଫ୍ସି ୨-୧ ଗୋଲ୍ରେ ଜାମସେଦପୁର ଏଫ୍ସିକୁ ପରାସ୍ତ କରିଛି। କୋଲକାତାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଧୀରାଜ ଦତ୍ତ ୩୭ ମିନିଟ୍ ଓ ରୋଶନ ପାନ୍ନା ୫୧ ମିନିଟ୍ରେ ଗୋଲ୍ ଦେଇ ଓଡ଼ିଶା ଏଫ୍ସିକୁ ଜିତାଇଥିଲେ। ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ଆର୍ଏଫ୍ଡିଏଲ୍ର ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶା ଏଫ୍ସି ସହିତ ଜାମସେଦପୁର ଏଫ୍ସି, ଇଷ୍ଟ ବେଙ୍ଗଲ ଏଫ୍ସି, ମହମ୍ମଡାନ ଏସ୍ସି, ୟୁନାଇଟେଡ୍ ଏସ୍ସି, ମୋହନ ବାଗାନ ସୁପର ଜାଏଣ୍ଟସ୍, ଆଡାମସ୍ ୟୁନାଇଟେଡ୍, କାଳିଘାଟ ଏମ୍ଏସ୍ ସ୍ଥାନ ପାଇଛନ୍ତି।
[ad_2]




