ଅଙ୍କିତାଙ୍କୁ ମିଳିଥିଲା କାଷ୍ଟିଂ କାଉଚ୍ର ସିଧା ଅଫର୍, ଖୋଲିକି କହିଲେ ଅଭିନେତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ: ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ କାମ କରିଥିବା ଅଙ୍କିତା ଲୋଖଣ୍ଡେ ‘ବଗ୍ ବସ୍-୧୭’ କୁ ଯିବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ତାଙ୍କ କାଷ୍ଟିଂ କାଉଚ୍ ଅଭିଜ୍ଞତା ବାଣ୍ଟିଛନ୍ତି ଏହି ଅଭିନେତ୍ରୀ। ଅଙ୍କିତା କହିଛନ୍ତି ଯେ ତାଙ୍କୁ ଏକ ଦକ୍ଷିଣ ଚଳଚ୍ଚିତ୍ର ପାଇଁ କୁହାଯାଇଥିଲା ଯେ ଫିଲ୍ମ ପାଇବା ପାଇଁ ନିର୍ମାତାଙ୍କ ସହ ଶୋଇବାକୁ ପଡିବ।
ଅଙ୍କିତା କହିଛନ୍ତି କି ‘‘ମୋତେ ଏକ ଦକ୍ଷିଣ ସିନେମା ପାଇଁ ଅଫର୍ ମିଳିଥିଲା। ମୋତେ ସେତେବେଳେ ମାତ୍ର ୧୯ ବର୍ଷ ବୟସ ହୋଇଥାଏ। ସେମାନେ ମୋତେ ଭିତରକୁ ଡାକିଲେ। ଯେତେବେଳେ ମୁଁ ସେଠାକୁ ଯାଇଥିଲି, ମୋତେ କୋଠରୀ ଭିତରେ ଆପୋଷ ବୁଝାମଣା କରିବାକୁ କୁହାଯାଇଥିଲା। ମୁଁ ଏକ ସରଳ ପ୍ରଶ୍ନ ପଚାରି ପରିସ୍ଥିତିକୁ ଏଡ଼ାଇବାକୁ ଚେଷ୍ଟା କରିଥିଲି, ‘କେଉଁ ପ୍ରକାର ଆପୋଷ ବୁଝମଣା’। ତାପରେ ସେମାନେ ମୋତେ ସିଧା କହିଥିଲେ କି ତୁମକୁ ନିର୍ମାତା ସହିତ ଶୋଇବାକୁ ପଡ଼ିବ।’’
ଅଙ୍କିତା ସେହି ବ୍ୟକ୍ତିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, “ମୁଁ ଭାବୁନାହିଁ ଯେ ଆପଣଙ୍କୁ ପ୍ରତିଭାର ଆବଶ୍ୟକତା ଅଛି। କେବଳ ଶୋଇବା ପାଇଁ ଗୋଟିଏ ଝିଅ ଦରକାର ଏବଂ ମୁଁ ସେପରି ଝିଅ ନୁହେଁ।’’
ଆପଣ ଜାଣନ୍ତି ଯେ ‘ବିଗ୍ ବସ୍-୧୭’ରେ ଅଙ୍କିତା ଲୋଖଣ୍ଡେ ପୂରା ଚର୍ଚ୍ଚାରେ ରହିଥିଲେ। ସେ ଗୃହରେ ସର୍ବଦା ନିଜ ପତି ଭିକି ଲୋଖଣ୍ଡେଙ୍କ ସହ ଝଗଡ଼ା କରୁଥିବାର ନଜର ଆସିଥିଲେ। ହେଲେ ବାହାରକୁ ଆସିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁ ଠିକ୍ ହୋଇଯାଇଛି।
[ad_2]




