ସ୍ୱାସ୍ଥ୍ୟ

ଶକ୍ତି ଯୋଗାଇ Vitamin-P; ଫାଇଦା ଜାଣି ହେବେ ଆଶ୍ଚର୍ଯ୍ୟ

Vitamin-P Benefits: ଭିଟାମିନ୍‌ P ଏକ ପ୍ରକାର ଭିଟାମିନ୍‌ ହୋଇଥାଏ। ଭିଟାମିନ୍‌ P ଫ୍ଲାଭୋନାଏଡ୍‌ ନାମରେ ଜଣାଶୁଣା। ତେବେ ଆସନ୍ତୁ ଜାଣିବା ଭିଟାମିନ୍‌ Pର ସ୍ୱାସ୍ଥ୍ୟ ପ୍ରତି କଣ ଉପକାରିତା ରହିଛି।

ଭିଟାମିନ୍‌ P କଣ ହୋଇଥାଏ-

ଭିଟାମିନ୍‌ P କୁ ଫ୍ଲାଭୋନାଏଡ୍‌ କୁହାଯାଏ। ଏହା ପ୍ରକୃତରେ ଭିଟାମିନ୍‌ ନୁହେଁ ବରଂ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ଇନ୍‌ଫ୍ଲାମୋଟାରିଗୁଣ ଥିବା ଫାଇଟୋନ୍ୟୁଟ୍ରାଏଣ୍ଟ୍ସର ଏକ ବର୍ଗ। ଏହା ସାଧାରଣତ ଉଦ୍ଭିଦ ଭିତ୍ତିକ ପଦାର୍ଥ ଅଟେ ଏବଂ ଏହା ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ସହ ଜଡିତ ରହିଥାଏ ।

ଭିଟାମିନ୍‌ P ତଥା ଫ୍ଲାଭୋନାଏଡ୍‌ ଫଳ ଓ ପନିପରିବାକୁ ରଙ୍ଗ କରିବାରେ ବ୍ୟବହାର କରାଯାଏ । ୧୯୩୦ରେ ବୈଜ୍ଞାନିକମାନେ ପ୍ରଥମ ଥର କମଳାରୁ ଫ୍ଲାଭୋନାଏଡ୍‌ ବାହାର କରିଥିଲେ । ସେଥିପାଇଁ ଏହାର ନାମ ଭିଟାମିନ୍‌ P ରେ ନାମିତ କରାଯାଇଥିଲା । ହେଲେ ଏବେ ଏହାକୁ ଭିଟାମିନ୍‌ କୁହାଯାଉ ନାହିଁ ।

ଭିଟାମିନ୍‌ P ର କଣ ଲାଭ-

ଭିଟାମିନ୍‌ P ହାର୍ଟ ଓ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ଭିଟାମିନ୍‌ P ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ୍‌ ଭାବେ ହୋଇଥାଏ। ଏଥିସହ ହାର୍ଟ ପାଇଁ ମଧ୍ୟ ଭଲ ହୋଇଥାଏ ଏବଂ ହାର୍ଟ ଆଟାକରୁ ମଧ୍ୟ ବଞ୍ଚେଇ ଥାଏ ।

ଭିଟାମିନ୍‌ P ଶରୀରରେ ଏକ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ। ଯାହା କ୍ଷତିକାରକ ରେଡିକାଲ୍ସକୁ ନିରପେକ୍ଷ କରିବାରେ ସାହାଯ୍ୟ କରିଥାଏ । ଏହା କୋଷକୁ କ୍ଷତି କରିପାରେ ଓ ପ୍ରତିକ୍ଷଣ ପ୍ରଣାଳିକୁ ଦୁର୍ବଳ କରିଥାଏ। କ୍ରିନକ୍‌ ରୋଗ ମଧ୍ୟ ଏହି କାରଣରୁ ହୋଇପାରେ।

ଭିଟାମିନ୍‌ P ଚର୍ମ ପାଇଁ ଲାଭଦାୟକ ହୋଇଥାଏ । ଏହା ଭାରିକୋଜ୍‌ ପରି ସମସ୍ୟାକୁ କମ୍‌ କରିଥାଏ । ଭିଟାମିନ୍‌ P ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆଖିର ରକ୍ତ ପ୍ରବାହ ପାଇଁ ଲାଭ ହୋଇଥାଏ । ଏହା ଆପଣଙ୍କ ଦୃଷ୍ଟିଶକ୍ତିକୁ ଠିକ୍‌ ରଖିଥାଏ ।

ଏହା ଆଣ୍ଟି-ଇକ୍‌ଫ୍ଲାମେଟୋରୀ ଗୁଣ ଧାରଣ କରିଥାଏ ଯାହା ପ୍ରବାହକୁ କମ୍‌ କରିଥାଏ । ଆଲମଣ୍ଡ ସଠିକ୍ ଭାବରେ ନଖାଇଲେ ଆପଣଙ୍କ ଲିଭରକୁ କ୍ଷତି ପହଞ୍ଚାଇପାରେ

Related Articles

Leave a Reply

Your email address will not be published. Required fields are marked *

Back to top button