ଦେଶ- ବିଦେଶ

ପ୍ରଥମ ଥର ଲୋକସଭା ନିର୍ବାଚନ ଲଢ଼ିବେ ସୁଶମାଙ୍କ ଝିଅ ବାଂଶୁରୀ ସ୍ବରାଜ – Kalinga News

[ad_1]

ନୂଆଦିଲ୍ଲୀ : ପୂର୍ବତନ ବିଦେଶ ବ୍ୟାପାର ମନ୍ତ୍ରୀ ସୁଶମା ସ୍ବରାଜଙ୍କ ଝିଅ ବାଂଶୁରୀ ସ୍ବରାଜ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ। ତେବେ ସେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ। ପ୍ରଥମ ପର୍ଯ୍ୟାୟ ତାଲିକାରେ ବିଜେପି ବାଂଶୁରୀ ସ୍ବରାଜଙ୍କ ନାଁ ଘୋଷଣା କରିଛି। ବାଂଶୁରୀ ସ୍ବରାଜ ନୂଆଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ବାଂଶୁରୀ ଜଣେ ପ୍ରମୁଖ ଆଇନଜୀବୀ। ମା’ଙ୍କ ମୃତ୍ୟୁ ପରେ ସେ ଆଇନ କ୍ଷେତ୍ରରୁ ରାଜନୈତିକ ଦିଗରେ ପାଦ ଥାପିଥିଲେ। ଗତବର୍ଷ ବିଜେପି ତାଙ୍କୁ ଦଳର ଦିଲ୍ଲୀ ଲିଗାଲ୍ ସେଲରେ ସହସଂଯୋଜକ ନିଯୁକ୍ତ କରିଥିଲା। ଆଇନ ବୃତ୍ତିରେ ବାଶୁରୀଙ୍କର ୧୫ ବର୍ଷର ଅଭିଜ୍ଞତା ରହିଛି। ୨୦୦୭ରୁ ସେ ବାର୍ କାଉନସିଲ ଅଫ୍ ଦିଲ୍ଲୀରେ ଯୋଗ ଦେଇଥିଲେ। ୱାରଓ୍ବିକ୍ ୟୁନିଭର୍ସିଟିରେ ସେ ଇଂରାଜି ଭାଷାରେ ଅଣ୍ଡରଗ୍ରାଜୁଏସନ ଅଧ୍ୟୟନ କରିବାପରେ ସେ ଲଣ୍ଡନର ବିପିପି ଲ’ ସ୍କୁଲରେ ଡିଗ୍ରି କଲେ। ବାଂଶୁରୀ ସ୍ବରାଜ ଗତବର୍ଷ ଏନସିଟି ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩ ପ୍ରସଙ୍ଗରେ ଆପ୍ ଉପରେ ତୀବ୍ର ଆକ୍ରମଣ କରି ଚର୍ଚ୍ଚାକୁ ଆସିଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରି ବାଂଶୁରୀ ଆପ୍ ସରକାରକୁ ନିକମ୍ମି କହିଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button