ମନୋରଞ୍ଜନ

ସେନସର୍ ସ୍କ୍ରିନିଂ ନେଇ ଓଏଫ୍‌ଡିସି ନାଁରେ ଅଭିଯୋଗ ଆଣିଲେ ସିନେ ନିର୍ମାତା, ଖଣ୍ଡନ କଲେ ଅଧ୍ୟକ୍ଷ – Kalinga News

[ad_1]

ଭୁବନେଶ୍ବର: ଓଲିଉଡ କଳି ପୁଣି ତେଜିଛି। କିଛି ଦିନର ବିରାମ ପରେ ପ୍ରଯୋଜକଙ୍କ ଅସନ୍ତୋଷ ବଢ଼ିଛି। ଓଡ଼ିଶା ଫିଲ୍ମ ଉନ୍ନୟନ କର୍ତ୍ତୃପକ୍ଷ (ଓଏଫ୍‌ଡିସି) ଟଙ୍କା ଲୁଟୁଥିବା ନେଇ ସିନେ ପ୍ରଯୋଜକ ଅଭିଯୋଗ ଆଣିଛନ୍ତି। ସେନ୍ସର ସ୍କ୍ରିନିଂ ପାଇଁ ନିଜର ମିନି ଥିଏଟରରେ ୧୨ ହଜାର ଟଙ୍କା ଗଣିବାକୁ ପଡୁଛି ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ସିନେ ନିର୍ମାତା ସ୍ଥିତ ପଟ୍ଟନାୟକ। ଏହି ବାବଦରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବରୁ ଓଏଫଡିସିର ନିଜର ପ୍ରିଭ୍ୟୁ ଥିଏଟର ଥିବା ସତ୍ତ୍ୱେ କାହିଁକି ଏହି ଅର୍ଥ ଆଦାୟ କରୁଛି? ଏଥିରେ ଆଜି ପର୍ଯ୍ୟନ୍ତ ସିନେ ନିର୍ମାତାଙ୍କର କୌଣସି ସୁଫଳ ହୋଇଥିବା ଆମେ ଜାଣିନାହୁଁ। ଅନ୍ତତଃ ରାଜ୍ୟର ସିନେମା ଶିଳ୍ପ ବଞ୍ଚିବା ପାଇଁ ସିନେ ନିର୍ମାତାଙ୍କର ମୁଣ୍ଡରୁ ବୋଝ ହାଲୁକା କରନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଫିଲ୍ମ ସ୍କ୍ରିନିଂ ନେଇ ଅର୍ଥ ବାବଦକୁ ଯେଉଁ ଟୁଇଟ କରିଛନ୍ତି ତା ଉପରେ ମୁଁ କହିବି କି ଏଇଟା ଲାଞ୍ଚ ନୁହେଁ। ଏଇଟା ଦେୟ ଆଗରୁ ଓଏଫ୍‌ଡିସିରେ ସ୍କ୍ରିନିଂ ପାଇଁ ଯନ୍ତ୍ରପାତି ବାହାରୁ ମଗାଯାଉଥିଲା।। ଏବେ ଆମର ନିଜର ପ୍ରିଭ୍ୟୁ ଥିଏଟରରେ ଅର୍ଥାତ୍ ଯେଉଁଠାରେ ସ୍କ୍ରିନିଂ ହେଉଛି। ତାର ମରାମତି ହୋଇଛି ନୂଆ ମେସିନ୍ ଲାଗିଛି। ତେଣୁ ସେହି ତୁଳନାରେ ଦେୟ ମଧ୍ୟ ଧାର୍ଯ୍ୟ ରଖାଯାଇଛି। ତେଣୁ ଯଦି କେହି ଓଏଫଡିସି କର୍ମଚାରୀ କୌଣସି ପ୍ରଯୋଜକଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ପଇସା ନେଇଛି, ସିଧାସଳଖ ଓଏଫ୍‌ଡିସି କାର୍ଯ୍ୟଳୟକୁ ଆସି ଅଭିଯୋଗ କରିପାରିବେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button