ମନୋରଞ୍ଜନ

ରଙ୍ଗ ଖେଳିବା ପରେ ମୁହଁରେ ଲଗାଇବା ପାଇଁ ଭୁଲନ୍ତୁ ନାହିଁ ଏହି ୨ଟି ଫେସ୍‌ ମାସ୍କ

ରଙ୍ଗ ଖେଳିବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ରଙ୍ଗ ଖେଳ ସରିବା ପରେ ତ୍ୱଚା ଏବଂ କେଶରୁ ରଙ୍ଗ ଛଡାଇବା ଅତ୍ୟନ୍ତ କଷ୍ଟକର ହୋଇପଡେ। ବିଶେଷରୂପେ କାର୍ଯ୍ୟରତ ଥିବା ମହିଳାମାନେ ରଙ୍ଗ ଖେଳିବା ପରେ, ତା’ପରଦିନ ଅଫିସ୍‌ ଯିବା ପାଇଁ ତ୍ୱଚା ସଫା ଥିବା ଆବଶ୍ୟକ। କିନ୍ତୁ ଏତେ କମ ସମୟରେ ତ୍ୱଚାରୁ ରଙ୍ଗ ଛଡାଇବା ସହଜ ନୁହେଁ। ଏଥିପାଇଁ ଆମେ ଆଜି ଆପଣଙ୍କୁ ଏଭଳି ଏକ ଫେସ୍‌ ପ୍ୟାକ୍‌ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣଙ୍କ ତ୍ୱଚା ଏବଂ କେଶରେ ଲାଗିଥିବା ରଙ୍ଗକୁ ଆପଣ ବହୁତ ଜଲଦି ହଟାଇ ପାରିବେ।

ବେସନ ପ୍ୟାକ୍‌ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ:

ବେସନ- ୨ଚାମଚ

ମୁଲତାନ ମାଟି- ୨ ଚାମଚ

ଗୋଲାପ ଜଳ- ୨ ଚାମଚ

କ୍ଷୀର- ୧ଚାମଚ

ଲେମ୍ବୁ ରସ- ୧ଚାମଚ

ଦହି- ୧ଚାମଚ

ପ୍ରସ୍ତୁତି ପ୍ରଣାଳୀ:

face-packsସର୍ବ ପ୍ରଥମେ ଏକ ପାତ୍ରରେ ଏହି ସବୁ ଜିନିଷକୁ ଭଲଭାବେ ମିଶ୍ରଣ କରନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଏହି ଫେସ୍‌ ପ୍ୟାକ୍‌ କୁ ମୁହଁ ଏବଂ କେଶରେ ଲଗାନ୍ତୁ। ଲଗାଇବା ସମୟରେ ହାଲୁକା ରଗଡିଲା ଭଳି ରଙ୍ଗ ଲାଗିଥିବା ସ୍ଥାନରେ ଲଗାନ୍ତୁ। ଲଗାଇବାର ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ଲାଗାଇବା ସମୟରେ ଯେପରି ଖରାକୁ ବାହାରିବେ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦେବେ।

ମସୁର ହାଲି ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

masoor dal face packମସୁର ଡାଲି- ୨ଚାମଚ

ଚାଉଳ ପାଉଡର- ୧ଚାମଚ

କ୍ଷୀର- ୧ଚାମଚ

ଲେମ୍ବୁ ରସ- ୧ଚାମଚ

ଦହି- ୧ଚାମଚ

ପ୍ରସ୍ତୁତି ପ୍ରଣାଳୀ:

faceଏକ ପାତ୍ରରେ ଏହି ସବୁ ଜିନିଷ ପକାଇବାରେ ପରେ ଭଲଭାବେ ମିଶ୍ରଣ କରନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣକୁ ରଙ୍ଗ ଲାଗିଥିବା ସ୍ଥାନରେ ହାଲୁକା ସ୍କ୍ରବ କରିବା ଭଳି ଲଗାନ୍ତୁ। ୩ ରୁ ୪ ମିନିଟ୍‌ ପର୍ଯ୍ୟନ୍ତ ସ୍କ୍ରବ କରନ୍ତୁ। ଏହାପରେ ଏହି ପ୍ୟାକ୍‌ କୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଦେଖିବେ ଏହି ଦୁଇଟି ଫେସ୍‌ ପ୍ୟାକ୍‌ ମଧ୍ୟରୁ ଯେଉଁଟି ବି ଆପଣ ବ୍ୟବହାର କରିବେ ତୁରନ୍ତ ଆପଣଙ୍କ ତ୍ୱଚାରେ ଥିବା ଦାଗ ଦୂର ହୋଇଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button