ମନୋରଞ୍ଜନ

ଏହି ଯୁବକଙ୍କ ସହ ‘ବ୍ରେକ୍‌ଫାଷ୍ଟ୍‌ ଡେଟ୍‌’ରେ ଗଲେ ସାରା ତେନ୍ଦୁଲକର୍‌ – Kalinga News

[ad_1]

ନୂଆଦିଲ୍ଳୀ: କ୍ରିକେଟ୍‌ର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ସେ ଅଧିକାଂଶ ସମୟ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥ‌ାନ୍ତି। ଅତୀତରେ କ୍ରିକେଟର୍‌ ଶୁଭମନ୍‌ ଗିଲ୍‌ଙ୍କୁ ଡେଟ୍‌ କରୁଥିବା ନେଇ ତାଙ୍କ ନାମରେ କଥା ଉଠିଥିଲା ମଧ୍ୟ। ନିକଟରେ ସାରା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ‘ବ୍ରେକ୍‌ଫାଷ୍ଟ୍‌ ଡେଟ୍‌’ରେ ଯାଇଥିବା କଥା ଉଲ୍ଲେଖ କରିଛନ୍ତି।

ସାରା ଓ ତାଙ୍କ ଭାଇ ଅଜୁର୍ନ, ତେନ୍ଦୁଲକର ଭାଇଭଉଣୀଙ୍କ ଦୈନନ୍ଦିନ ଜୀବନକୁ ଖୁବ୍ ଉପଭୋଗ କରୁଥିବା ସେମାନଙ୍କ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ଦେଖିବାକୁ ମିଳିଥାଏ। ଆପଣ ଭାବୁଥିବେ ଯେ ସାରା କାହା ସହ ‘ବ୍ରେକ୍‌ଫାଷ୍ଟ୍‌ ଡେଟ୍‌’ରେ ଯାଇଛନ୍ତି। ଜାଣିରଖନ୍ତୁ ‌ଯେ ସାରା ତାଙ୍କ ଭାଇ ଅର୍ଜୁନଙ୍କ ସହ ଏହି ଡେଟ୍‌ରେ ଯାଇଛନ୍ତି। ସାରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଛୋଟ କ୍ଲିପ୍ ପୋଷ୍ଟ କରିଛନ୍ତି। ଯେଉଁଥିରେ ବ୍ରାଉନ୍‌ ଟୋଷ୍ଟ୍‌, ଅଣ୍ଡା ଏବଂ ୨ କପ୍‌ ବ୍ଲାକ୍‌ କଫି ଦେଖିବାକୁ ମିଳିଛି। କ୍ୟାପ୍‌ସନରେ ସେ ତାହାକୁ ‘ବ୍ରେକ୍‌ଫାଷ୍ଟ୍‌ ଡେଟ୍‌’ ବୋଲି ଉଲ୍ଲେଖ କରିଛନ୍ତି।

ପ୍ରଥମେ ଭାରତୀୟ ଷ୍ଟାର କ୍ରିକେଟର ଶୁଭମନ ଗିଲ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ପରସ୍ପରକୁ ଡେଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଶୁଭମନଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଯୋଡ଼ା ଯାଇଥିଲା। ଅନେକ ଥର ସାରା ତେନ୍ଦୁକୁଲର ଶୁଭମନଙ୍କ ସହ ସିକ୍ରେଟ୍ ଡେଟରେ ଯାଇ ସ୍ପଟ୍ ହୋଇଛନ୍ତି। ଏଥର କିନ୍ତୁ ସେ ଶୁଭମନ ନୁହେଁ, ନିଜ ଭାଇଙ୍କ ସହ ଡେଟ୍‌ରେ ଯାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button