ସ୍ବାମୀଙ୍କୁ ଇନଷ୍ଟାରେ ‘ଅନ୍ଫଲୋ’ କଲେ ନୟନତାରା, ଜୋର ଧରିଲା ଛାଡ଼ପତ୍ର ଚର୍ଚ୍ଚା – Kalinga News

[ad_1]
ମୁମ୍ବାଇ: ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କଲେ ସାଉଥ ସୁପରଷ୍ଟାର ନୟନତାରା। ଜୋର ଧରିଲା ଛାଡ଼ପତ୍ର ଚର୍ଚ୍ଚା। ଜୁନ ୨୦୨୨ରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ବିବାହକୁ ପ୍ରାୟ ୨ବର୍ଷ ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ନଥିବା ଚର୍ଚ୍ଚା ହେଉଛି। ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବା ସହ ନୟନତାରା ଯେଉଁ ଷ୍ଟାଟସ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରେଡିଟରେ କରାଯାଇଥିବା ପୋଷ୍ଟରେ ଦାବି କରାଯାଇଛି ଯେ, ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିଛନ୍ତି ନୟନତାରା। ହେଲେ ପୂର୍ବରୁ ନୟନତାରା ସ୍ବାମୀଙ୍କୁ ଫଲୋ କରୁଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ ନୟନତାରାଙ୍କ ଇନଷ୍ଟା ଷ୍ଟାଟସକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସେ ଲେଖିଛନ୍ତି ଯେ, ଆଖିରେ ଲୁହ ଥିଲେ ବି ସେ ସବୁବେଳେ କହିବ ମୁଁ ଏହାର ସାମ୍ନା କରିପାରିବି।

ଏଭଳି ଚର୍ଚ୍ଚା ମଧ୍ୟରେ ନୟନତାରା କି ବିଗ୍ନେଶ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ତେବେ ବିବାହର ୪ମାସ ପରେ ନୟନତାରା-ବିଗ୍ନେଶ ପିତାମାତା ହେବାକୁ ଅନେକ ପସନ୍ଦ କରିନଥିଲେ। ଏହାକୁ ନେଇ ବିବାଦ ବୃଦ୍ଧି ପାଉଥିବା ଦେଖି ଦମ୍ପତି ସରୋଗେସି ଆଇନ ଉଲ୍ଲଂଘନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ତାମିଲନାଡୁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ନୟନତାରା ଏବଂ ବିଗ୍ନେଶ ଶିବନ ଏକ ଆଫିଡେଭିଟ୍ ଦାଖଲ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ସେମାନଙ୍କ ବିବାହ ୬ବର୍ଷ ପୂର୍ବରୁ ପଞ୍ଜିକୃତ ହୋଇଥିବା ବେଳେ ଜୁନ୍ ୯, ୨୦୨୨ରେ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ଏଥିସହ ନୟନତାରା ଏବଂ ବିଗ୍ନେଶ ଶିବନ ଜଣାଇଛନ୍ତି ଯେ, ସେମାନଙ୍କ ସରୋଗେଟ୍ ନୟନତାରାଙ୍କ ଜଣେ ସମ୍ପର୍କୀୟ ଥିଲେ, ଯିଏ ଦୁବାଇରେ ନୟନତାରାଙ୍କ ବ୍ୟବସାୟର ସମ୍ଭାଳନ୍ତି। ସେମାନେ ଏହା ମଧ୍ୟ କହିଥିଲେ ଯେ, ଭାରତରେ ବ୍ୟବସାୟିକ ସରୋଗେସି ନିଷେଧ ହେବାର ସପ୍ତାହ ପୂର୍ବରୁ ଡିସେମ୍ବର ୨୦୨୧ରେ ସେମାନେ ସରୋଗେସି ପାଇଁ ପଞ୍ଜୀକୃତ କରିଥିଲେ।
[ad_2]




