ପ୍ରଥମ କରି ଭାରତୀୟ ଫିଲ୍ମର ହେବ ହଲିଉଡ ରିମେକ୍, ‘ଦୃଶ୍ୟମ’କୁ ବଡ଼ ସଫଳତା – Kalinga News
[ad_1]
ନୂଆଦିଲ୍ଲୀ: ବଲିଉଡରେ ଦକ୍ଷିଣ ଚଳଚ୍ଚିତ୍ରର ରିମେକ୍ ଓ ବଲିଉଡ ଏବଂ ସାଉଥରେ ହଲିଉଡ ଚଳଚ୍ଚିତ୍ରର ରିମେକ୍ ହେଉଥିବା ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ଏବେ ଏହାର ଠିକ୍ ଓଲଟା ଘଟିଛି। ଏବେ ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରି ନୁହେଁ, ବରଂ ହଲିଉଡ ଭାରତୀୟ ଫିଲ୍ମର ରିମେକ୍ କରିବାକୁ ଯାଉଛି। ସାଉଥର ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ’ର ବଲିଉଡ ରିମେକ୍ ହୋଇସାରିଥିବା ବେଳେ ଏବେ ଏହାର ହଲିଉଡ ରିମେକ୍ ହେବ ବୋଲି ଜଣାପଡ଼ିଛି। ଏହି ସିନେମାରେ ସୁପରଷ୍ଟାର ମୋହନଲାଲଙ୍କୁ ଦେଖିବାକୁ ମିଳିଥିଲା। ୨୦୧୩ରେ ଏହି ମାଲାୟାଲମ୍ ଚଳଚ୍ଚିତ୍ର ରିଲିଜ୍ ହୋଇଥିବା ବେଳେ ବର୍ତ୍ତମାନ ହଲିଉଡରେ ଏହାର ରିମେକ୍ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
The cult franchise #Drishyam is all set to go global after garnering massive success in the India and China markets. Producers Kumar Mangat Pathak and Abhishek Pathak announced the Korean remake of the thriller franchise at the Cannes Film Festival 2023, and now they announce the… pic.twitter.com/J7klzfsnjZ
— Ramesh Bala (@rameshlaus) February 29, 2024
ଏକ୍ସରେ ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଫିଲ୍ମର କୋରିୟାନ ରିମେକ୍ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଏବେ ହଲିଉଡରେ ମଧ୍ୟ ଏହାକୁ ନିର୍ମାଣ କରାଯିବ।
୨୦୧୩ରେ ‘ଦୃଶ୍ୟମ’ ରିଲିଜ୍ ହେବା ପରେ ଫିଲ୍ମଟି ସୁପରହିଟ୍ ହୋଇଥିଲା। ଏହା ପରେ, ଫିଲ୍ମ ୨୦୧୪ରେ କନ୍ନଡ ଏବଂ ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲା। ୨୦୧୫ରେ କମଲ ହସନ ଏବଂ ଅଜୟ ଦେବଗନଙ୍କୁ ନେଇ ତାମିଲରେ ଏବଂ ହିନ୍ଦୀ ଭାଷାରେ ଫିଲ୍ମର ରିମେକ କରାଯାଇଥିଲା। ଏବେ ଫିଲ୍ମର ଇଣ୍ଡୋନେସିଆନ୍ ଏବଂ କୋରିଆନ୍ ରିମେକ୍ ଉପରେ କାମ ଚାଲୁ ରହିଛି।
[ad_2]