ମନୋରଞ୍ଜନ

ଅଭିନେତ୍ରୀଙ୍କ ସହିତ ମୋର ଅନ୍-ସ୍କ୍ରିନ୍ ‌ରୋମାନ୍ସ ଦେଖି ଈର୍ଷା କରୁଥିଲେ ଉପାସନା: ରାମ ଚରଣ – Kalinga News

[ad_1]

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରାମ ଚରଣ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ହିଟ୍ ଫିଲ୍ମ ଦେଇଥିବା ଏହି ଅଭିନେତା ଆଜି ୩୯ ବର୍ଷ ବୟସରେ ପାଦ ଦେଇଛନ୍ତି। ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ମସିହାରେ ଉପସାନା କୋମିନେନିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୁପରଷ୍ଟାର ତାଙ୍କ ପତ୍ନୀ ଉପସାନାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାମ ଚରଣ ପ୍ରକାଶ କରିଛନ୍ତି ଯେ, ଉପାସନା, ଅଭିନେତ୍ରୀଙ୍କ ସହିତ ମୋର ଅନ୍-ସ୍କ୍ରିନ୍ ‌ରୋମାନ୍ସ ଦେଖି ଈର୍ଷା କରୁଥିଲେ।

ମସାଲାକୁ ଦେଇଥିବା ଏକ ସାକ୍ଷାତକାରରେ ରାମ ଚରଣ କହିଛନ୍ତି “ମୋର ମୋ ମା’ଙ୍କ ସହ ଥିବା ସମ୍ପର୍କକୁ ଦେଖି ପ୍ରଥମେ ପ୍ରଥମେ ଉପାସାନା ଈର୍ଷା କରୁଥିଲେ। ଏମିତି କି ଫିଲ୍ମରେ କିଛି ରୋମାଣ୍ଟିକ୍ ଦୃଶ୍ୟ ଦେଖିବା ପରେ ବି ସେ ଈର୍ଷା କରିବା ଆରମ୍ଭ କରୁଥିଲେ। ପରେ ସମୟ ସହ ସେ ଆମ ପରିବାର ଓ ମୋ କାମକୁ ବୁଝିପାରିଲେ। ମୁଁ ଭାବୁଥିଲି ସେ କେବେ ବି ମୋ କାମକୁ ବୁଝିପାରିବେ ନାହିଁ। ହେଲେ ସେ ମୋତେ ଭୁଲ ପ୍ରମାଣିତ କ‌ଲେ।”

ଏହା ପୂର୍ବରୁ ଉପାସନା ଏକ ସାକ୍ଷାତକାରରେ କହିଥିଲେ ଯେ, ପ୍ରଥମେ ଫିଲ୍ମରେ ତାଙ୍କର ଅନ୍ୟ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟ ଦେଖିଲେ ମୁଁ ଚିଡ଼ିଯାଉଥିଲି। ତାଙ୍କୁ ପଚାରୁଥିଲି ‌ଯେ, ଏଭଳି କରିବା କ’ଣ ଜରୁରୀ ଥିଲା। ଏହା ଶୁଣି ସେ ମୋତେ କହୁଥିଲେ, ଦୟାକରି ମୋତେ ଓ ମୋ କାମକୁ ବୁଝ। ଏସବୁ କରିବାକୁ ପଡେ। ତଥାପି ସେସବୁକୁ ଗ୍ରହଣ କରିବା ମୋ ପାଇଁ ସହଜ ନଥିଲା। କିନ୍ତୁ ମୁଁ ସମୟ ସହ ସବୁ ବୁଝିଲି ଏବଂ ଜାଣିଲି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button