ହାତରେ ପୋଷାକ ଧରି ଉଲଗ୍ନ ହୋଇ ବୁଲୁଛନ୍ତି ଡାକ୍ତର: ଭିଡିଓ ଭାଇରାଲ – Kalinga News

[ad_1]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ବିଡକିନସ୍ଥିତ ସରକାରୀ ଡାକ୍ତରଖାନାରେ ଜଣେ ଡାକ୍ତର ଶୌଚାଳୟ ବାହାରେ ଉଲଗ୍ନ ହୋଇ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଡାକ୍ତରଙ୍କ ଏଭଳି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଡାକ୍ତର କେଉଁ କାରଣରୁ ଏପରି ଉଲଗ୍ନ ହୋଇ ବୁଲୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି,‘ଜଣେ ଡାକ୍ତରଙ୍କ ଅବସ୍ଥା ଯଦି ଏପରି ତେବେ ତାଙ୍କ ପାଖକୁ ଆସୁଥିବା ରୋଗୀଙ୍କର ଯେ ସେ କି ଚିକିତ୍ସା କରୁଥିବେ ତାହା ସେହି ଭଗବାନଙ୍କୁ ହିଁ ଜଣା।’
ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଡାକ୍ତରଙ୍କ ପରିଚୟ ମଳି ପାରି ନଥିବା ବେଳେ ସ୍ଥାନୀୟଲୋକଙ୍କ କହିବାନୁସାରେ, ଡାକ୍ତର ନିଶା ସେବନ କରନ୍ତି। ପ୍ରାୟତଃ ସେ ନିଶାରେ ଥାଆନ୍ତି। ତାଙ୍କର କାର୍ଯ୍ୟକଳାପ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତାଙ୍କ ପାଖକୁ ରୋଗୀଙ୍କୁ ନେଇ ଯିବାକୁ ଭୟ ଲାଗିଥାଏ। ଡାକ୍ତରଙ୍କ ଏଭଳି ସ୍ବଭାବ ପାଇଁ ଅନେକ ଥର ହସ୍ପିଟାଲ ପରିଚାଳକଙ୍କ ନିକଟରେ ଅଭିଯୋଗ ବି ହୋଇଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏହି ଘଟଣାକୁ ନେଇ ଛତ୍ରପତି ସମ୍ଭାଜୀନଗରର ସିଡିଏମ୍ଓ ଦୟାନନ୍ଦ ମୋତିପାବଲେ କହିଛନ୍ତି, ଏ ସଂପର୍କିତ ଅଭିଯୋଗ ଆମେ ପାଇଛୁ। ଭିଡିଓ ଦେଖିବା ପରେ ସଙ୍ଗେସଙ୍ଗେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯଦି ଭିଡିଓ ଅନୁଯାୟୀ ଡାକ୍ତର ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
[ad_2]