ମନୋରଞ୍ଜନ

ସୁଟିଂ ଅଧାରୁ ହଠାତ ବାପାଙ୍କ ନାମରେ ଥିବା ଆଶ୍ରମରେ ଯାଇ ପହଞ୍ଚିଲେ ଅକ୍ଷୟ; ଦାନ କଲେ ଏକକୋଟି ଟଙ୍କା – Kalinga News

[ad_1]

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଉଦୟପୁର ଗସ୍ତରେ ଅଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଖେଲ ଖେଲ ମେଁ’ର ସୁଟିଂ ଉଦୟପୁରର ବିଭିନ୍ନ ଅଞ୍ଚଳରେ ଚାଲିଛି। ଏହି କ୍ରମରେ ଗତବୁଧବାର (ଫେବୃଆରି ୨୮) ତ‌ାରିଖ ସକାଳେ ଅଭିନେତା ଅକ୍ଷୟ କୁମାର ସୁଟିରୁ ଅଧାରୁ ହଠାତ୍ ତାଙ୍କ ପିତା ହରିଓମଙ୍କ ନାମରେ ଉଦୟପୁରରେ ନିର୍ମିତ ‌ହୋଇଥିବା ଆଶ୍ରମରେ ଯାଇ ପହଞ୍ଚିଥିଲେ। ପୂର୍ବରୁ କୌଣସି ଯୋଜନା ନଥିବା ବେଳେ ହଠାତ ଆଶ୍ରମରେ ଅକ୍ଷୟଙ୍କୁ ଦେଖି ପିଲା ଠାରୁ ବଡ଼ ସମସ୍ତେ ଆଶ୍ଚର୍ଯ୍ୟ  ହୋଇଯାଇଥିଲେ।

ଅକ୍ଷୟ ଆଶ୍ରମରେ ପହଞ୍ଚି ସେଠାରେ ରହୁଥିବା ପିଲାମାନଙ୍କ ସହିତ କିଛିସମୟ ବିତାଇବା ପରେ ଫଟୋ ଉଠାଇଥିଲେ। ଏଥିସହିତ ଆଶ୍ରମରେ ଅକ୍ଷୟ ଆଳତୀ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ସେ ୧ କୋଟି ଟଙ୍କା ଦାନ କରିବା ସହିତ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେତୁ ଜମି ଦେଖିବା ପାଇଁ ପରିଚାଳକଙ୍କୁ କହିଛନ୍ତି। ହରିଓମ୍ ଆଶ୍ରମ ସହିତ ଅକ୍ଷୟଙ୍କ ସମ୍ପର୍କ ଗତ ୨ବର୍ଷ ହେବ ଯୋଡ଼ି ହୋଇ ରହିଛି।

ବନବାସୀ କଲ୍ୟାଣ ପରିଷଦର ରାଜ୍ୟ ଉପାଧ୍ୟକ୍ଷ ଜଗଦୀଶ ଯୋଶୀ ଏକଦା ତାଙ୍କ ପୁଅକୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ। ସେଠ‌ାକୁ ଅକ୍ଷୟ କୁମାର ବି ଯାଇଥିଲେ। ଏହି ସମୟରେ ଜଗଦୀଶ ଅକ୍ଷୟଙ୍କୁ କହିଥିଲେ ପିଲାଙ୍କ ଏକ ଆଶ୍ରମ ରହିଛି ଯାହାକି ଭଡ଼ା ଘରେ ଚାଲିଛି।

ଏକଥା ଶୁଣି ଅକ୍ଷୟ ଆଶ୍ରମ ପାଇଁ ଦେଢ଼ କୋଟି ଟଙ୍କା ସାହାଯ୍ୟ କରିଥିଲେ। ଅକ୍ଷୟଙ୍କ ସାହାଯ୍ୟରେ ପିଲାଙ୍କ ରହିବା ପାଇଁ ଏକ ହଷ୍ଟେଲ ତିଆରି ହୋଇଥିଲା। ଯେଉଁଥିରେ ୨୫ଜଣ ପିଲା ବସବାସ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button