ପାଠମନସ୍କ ସନ୍ମୀରା – Kalinga News

[ad_1]
ବର୍ତ୍ତମାନର ପ୍ରତିଶ୍ରୁତିସଂପନ୍ନ ନାୟିକାଙ୍କ ଭିତରୁ ସନ୍ମୀରା ଅନ୍ୟତମ। ‘ସପନର ପଥେ ପଥେ’ ଚଳଚ୍ଚିତ୍ରରେ ସେ ନାୟିକା ଭାବେ ପ୍ରଥମେ ଓଡ଼ିଆ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନଜର ଆସିଥିଲେ ସନ୍ମୀରା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଏହା ଭିତରେ ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଓ ‘ଗୁପ୍ଚୁପ୍’ ଭଳି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିସାରିଛନ୍ତି ସନ୍ମୀରା। ‘ଲୈଲା ଓ ଲୈଲା’ରେ ଉଚ୍ଚକୋଟୀର ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ଏବେ ତାଙ୍କ ହାତରେ ରହିଛି ‘ଚାରିଧାମ’। ଏଥିରେ ସେ ପ୍ରଥମ ଥର ଲାଗି ଅନୁଭବଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସନ୍ମୀରା ଖାଲି ଜଣେ ଭଲ କଳାକାର ନୁହନ୍ତି, ଉତ୍ତମ ଛାତ୍ରୀ ମଧ୍ୟ। ସେ ବାରିପଦାର ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ତିନି ଶିକ୍ଷା ସମାପ୍ତ କରିବା ପରେ ଏବେ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରୁଛନ୍ତି। ସେ ମନସ୍ତତ୍ତ୍ବରେ ପିଜି କରୁଛନ୍ତି। ମେଧାବୀ ଛାତ୍ରୀ ସନ୍ମୀରା ପିଜି ଏଣ୍ଟ୍ରାନ୍ସରେ ଚତୁର୍ଥ ରାଙ୍କ୍ରେ ଥିଲେ। ଅନ୍ୟପକ୍ଷରେ ତାଙ୍କୁ ଜଣେ ପାଠମନସ୍କ କଳାକାର କହିଲେ ଅତ୍ୟୁକ୍ତି ହେବନାହିଁ। ଅଧିକାଂଶ ସମୟରେ ସେ ସୁଟିଂସେଟ୍କୁ ପାଠ୍ୟପୁସ୍ତକ ଧରି ଯାଇଥାନ୍ତି। ଅଭିନୟ ପାଇଁ ସେ କେବେ ହେଲେ ପାଠପଢ଼ାରେ ଅବହେଳା କରିନାହାନ୍ତି। ସନ୍ମୀରା କହନ୍ତି, ମୁଁ ଚାହିଥିଲେ ବନାରସ ହିନ୍ଦୁ ୟୁନିଭର୍ସିଟି କିଂବା ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢ଼ିପାରିଥାନ୍ତି, କିନ୍ତୁ ପାରିବାରିକ କାରଣରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ନିଷ୍ପତ୍ତି ନେଲି। ମୁଁ ପଢ଼ାକୁ ଅଧିକ ଗୁରୁତ୍ବ ଦେଉଥିବା କାରଣରୁ ନିକଟ ଅତୀତରେ କୌଣସି ଫିଲ୍ମ ସାଇନ୍ କରିନି।
[ad_2]




