ସ୍ୱାସ୍ଥ୍ୟ

ଧଳାବାଳ, ଡାଇବେଟିସ, ଆଣ୍ଠୁଗଣ୍ଠି ବିନ୍ଧା, ପେଟ ରୋଗ, କିଡନୀ ଷ୍ଟୋନ, କେଶ ଝଡ଼ିବା ୧୦୦ ରୋଗ ଭଲ

ବନ୍ଧୁଗଣ ଆମ ଦେଶରେ ବିଭିନ୍ନ ପ୍ରକାରର ଫୁଲ ଦେଖିବାକୁ ମିଳିଥାଏ । ଆପଣ ରାତିଦିନ ଏହାକୁ ଦେଖିଥାନ୍ତି । କିନ୍ତୁ ଏହାର ଉପକାରିତା ବିଷୟରେ ଆପଣ ଜାଣି ନାହାନ୍ତି । ଅଧିକାଂଶ ଲୋକ ଖାଲି ଏହାକୁ ଠାକୁରଙ୍କ ପୂଜାରେ ବ୍ୟବହାର କରିଥାନ୍ତି । ହେଲେ ମନେ ରଖନ୍ତୁ ଏହି ଫୁଲ ଓ ଏହାର ପତ୍ରରୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିଥାଏ । ବହୁ ପୁରତାନ କାଳରୁ ଲୋକେ ଏହାକୁ ଲଗାଇ ଆସୁଛନ୍ତି ।

କାରଣ ଏଥିରୁ ସ୍ଵାସ୍ଥ୍ୟଗତ ଫାଇଦା ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ସେହି ଫୁଲର ବ୍ୟବହାର କରିଲେ କେଉଁ ସବୁ ରୋଗ ଭଲ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଆମେ ଏଠାରେ ଯେଉଁ ଫୁଲ ବିଷୟରେ କହୁଛୁ ତାହା ହେଉଛି ମନ୍ଦାର ଫୁଲ ଓ ତାର ପତ୍ର । ଆପଣଙ୍କ ଘରେ ନିଶ୍ଚୟ ମନ୍ଦାର ଗଛ ଲାଗିଥିବ ।

ଏହି ଗଛର ପ୍ରୟୋଗ କରି କେଶ ଝଡିବା ବା ପାଚିବା ଭଳି ସମସ୍ୟାକୁ ଠିକ କରିପାରିବେ । ରକ୍ତହୀନତା, ଆଁଠୁ ଗଣ୍ଠି ବିନ୍ଧା, ଅର୍ଶ, ପାଟିରେ ବାରମ୍ବାର ଶିତୁଳିଆ ହେଉଛି ତେବେ ଏହାର ପ୍ରୟୋଗ କରିଲେ ଚମତ୍କାରୀ ଫାଇଦା ମିଳିଥାଏ । ଡାଇବେଟିସ, ଉଚ୍ଚ ରକ୍ତଚାପ, କିଡନି, ଷ୍ଟୋନ, ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଏହି ଫୁଲର ବ୍ୟବହାର କରିଲେ ଲାଭ ମିଳିଥାଏ । ଏଥିପାଇଁ ଆପଣଙ୍କୁ କିଛି ମନ୍ଦାର ପତ୍ର ତୋଳି ଆଣନ୍ତୁ ।

ଏହାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଯଦି ଆପଣଙ୍କ ପାଟିରେ ଶିତୁଳିଆ ହୋଇଛି ତେବେ ମନ୍ଦାର ପତ୍ର ଚୋବାଇଲେ ଦୁଇ ଦିନରେ ଭଲ ହୋଇଯିବ । କିଛି ମନ୍ଦାର ପତ୍ରକୁ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯଦି ଆପଣଙ୍କର କେଶ ଅଧିକ ଝଡୁଛି ତେବେ ମନ୍ଦର ପତ୍ରର ପେଷ୍ଟ ତିଆରି କରି କେଶରେ ଲଗାନ୍ତୁ ।

ସପ୍ତାହକୁ 3ରୁ 4 ଥର ଏହାର ପ୍ରୟୋଗ କରିଲେ ହେୟାର ଫଲ ବନ୍ଦ ହେବା ସହ କେଶ ପାଚିବା ବନ୍ଦ ହୋଇଯିବ । ଯଦି ପେଟରେ କଷ୍ଟ ହେଉଛି ତେବେ ମନ୍ଦାର ପତ୍ରର ରସ ସେବନ ଅରନ୍ତି ତେବେ ପେଟ ବଥା ସମସ୍ଯା ଦୂର ହୋଇଥାଏ । ଯଦି କାହାକୁ ଜାଏଣ୍ଟ ପେନା ସମସ୍ଯା ଅଛି ତେବେ ମନ୍ଦାର ଫୁଲର ପେଷ୍ଟ କରି ଏହାର ଲେପ ଦିଅନ୍ତୁ । ଦେଖିବେ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ଦୂର ହେବ ସହ ଫୁଲା କମିଯିବ ।

ମନ୍ଦାର ଫୁଲର ଚାହା କରି ସେବନ କରିଲେ ଡାଇବେଟିସ, କିଡନି ଷ୍ଟୋନ ସମସ୍ଯା ଦୂର ହୋଇଥାଏ । ଏହି ଚାହାରେ ଲେମ୍ବୁ ନିଶ୍ଚୟ ଆଡ କରନ୍ତୁ । ଯେଉଁ ମାନାଙ୍କର ଆନିମିଆ ସମସ୍ଯା ଅଛି ସେମାନଙ୍କ ପାଇଁ ମନ୍ଦାର ଫୁଲର ପାଉଡର ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏକ କପ କ୍ଷୀର ସହ ମନ୍ଦାର ଫୁଲର ପାଉଡର ସକାଳେ ଓ ସନ୍ଧ୍ୟାରେ ସେବନ କରିଲେ ରକ୍ତ ଅଭାବ ଦୂର ହେବ ।

ଯଦି ଅର୍ଶ ସମସ୍ଯା ଅଛି ତେବେ ମନ୍ଦାର କଢ ନେଇ ଘିଅରେ ଭାଜି ସେଥିରେ ମିଶ୍ରି ମିଶାନ୍ତୁ । ସେଥିରେ କେଶର ମିଶାଇ ସେବନ କରିଲେ ଅର୍ଶ ସମସ୍ଯା ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button