ସ୍ୱାସ୍ଥ୍ୟ

୬ ମାସରେ ଥରେ ଖାଆନ୍ତୁ, ପେଟର ପୋକ ମଳ ବାଟେ ବାହାରି ଯିବ

ବନ୍ଧୁଗଣ ଆମେ ଯେଉଁ ଖାଦ୍ଯ ଖାଇଥାଉ ତାହା ଆମ ଶରୀରକୁ ଯାଇଥାଏ । ଆମ ଶରୀରରେ ଯେଉଁ ବି ରୋଗ ହୋଇଥାଏ ତାହା ପେଟରୁ ହୋଇଥାଏ । ଆଜିର ସମୟରେ ଷ୍ଟୋମାକ ବା ପେଟରେ କୃମି ଭଳି ସମସ୍ଯା ଅନେକ ଲୋକ ଭୋଗୁଛନ୍ତି । ହେଲେ ଏହା ଛୋଟ ପିଲାଙ୍କୁ ଖାଲି ହୁଏ ନାହି ବରଂ ଛୋଟ ବଡ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ ।

ଭୁଲ ଖାଦ୍ୟପେୟ ଓ ଖରାପ ଜୀବନ ଶୈଳୀ ରୁ ଆମ ପେଟରେ କୃମି ହୋଇଯାଏ । ସେଥିପାଇଁ ଯେବେ ଏହାର ଲକ୍ଷଣ ଦେଖାଯିବ ଏହାର ଉପଚାର କରିବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ ଏମିତି ଘରୋଇ ରେମେଡି କହିବୁ ଯାହାକୁ ଆପଣ କୃମି ଦୂର କରିବା ପାଇଁ ବ୍ୟବହାର କରିବେ । ଏହି ଉପଚାର ବନେଇବା ପାଇଁ ପ୍ରଥମ ସାମଗ୍ରୀ ହେଉଛି ବିଡଙ୍ଗ ଚୂନ । ଆପଣ ବିଡଙ୍ଗ ଚୂନ କୁ ଅଧା ଛେଚି ନିଅନ୍ତୁ ।

ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଆପଣ ଏହାକୁ 7 ଦିନ ଯାଏଁ ଲଗାତାର ଖାଆନ୍ତୁ । ଏହାକୁ ପ୍ରତେକ ଦିନ ସକାଳୁ ଖାଲି ପେଟରେ ସେବନ କରିବାକୁ ହେବ । ସଂଧାରେ ମଧ୍ୟ ଏହାକୁ ଖାଲି ପେଟରେ ସେବନ କରନ୍ତୁ । ତା ପରେ ରାତିରେ ଏକ ଚାମଚ ତ୍ରିଫଳା ପାଉଡର ନିଅନ୍ତୁ । ସେଥିରେ ଦୁଇ ଚାମଚ ଜଡା ତେଲ ଭଲ ଭାବେ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ ।

ଏହା ଦ୍ଵାରା ପେଟ ଭଲ ଭାବେ ସଫା ହୋଇଯିବ । ଆଉ କୃମି ମାଲା ବାଟେ ବାହାରିଯିବ । ଛୋଟ ପିଲାଙ୍କୁ ଯଦି ଏହା ଦେବେ ତେବେ ଏହାର ଅଧା ଦୋଜ ଦିଅନ୍ତୁ । ଏହା ଅପିଲା ଖାଇବାକୁ ପସନ୍ଦ କରିବେ ନାହି । ସେଥିପାଇଁ ଆପଣ କଳା କିସମିସ 7ରୁ 8ଟି ନେଇ ପାଣିରେ 4ରୁ 5 ଘଣ୍ଟା ଯାଏଁ ଭିଯାଇ ରଖନ୍ତୁ । ପରେ ସେହି ପାଣି ରେ କିସମିସ କୁ ପାଣିରୁ ଛାଣି ପିଲାଙ୍କୁ ପିଇବାକୁ ଦିଅନ୍ତୁ ।

ଏହା ଦ୍ଵାରା ପିଲାଙ୍କର ପେଟରୁ କୃମି ବାହାରି ଯିବେ । ପେଟରୁ କୃମି ବାହାର କରିବା ପାଇଁ ଆଉ ଏକ ଘରୋଇ ଉପଚାର ବନାଇବା ଏପାଇଁ ଏକ ଚାମଚ ଜୁଆଣୀ ଗୁଣ୍ଡ ନିଅନ୍ତୁ । ଏବେ ସେଥିରେ ଦୁଇ ରୁ 3 ଚାମଚ ସେନ୍ଧା ଲୁଣ ମିଶାନ୍ତୁ । ତା ପରେ ଏକ ଚାମଚ ଗୁଡ ପକାନ୍ତୁ । ଏବେ ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ସକାଳୁ ଖାଲି ପେଟରେ ସେବନ କରିବାକୁ ହେବ ।

ଏହାକୁ ସେବନ କରିଲେ ମୂଳରୁ କୃମି ମରି ଯାଇଥାନ୍ତି । ଯଦି କୃମି ହେବାର ଲକ୍ଷଣ ଏବେ ଏବେ ଆରମ୍ଭ ହୋଇଛି ତେବେ 15 ଦିନ ପରେ ଏହି ରେମେଡି କୁ ଲଗାତାର ଖାଆନ୍ତୁ । ଯେଉଁ ପିଲା ମାନଙ୍କର କୃମି ନାହି ସେମାନଙ୍କୁ ଏହି ରେମଡି 3 ବା 6 ମାସକୁ ଥରେ ଦେଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button