ରାଜନୀତି

ଦେବାଶିଷଙ୍କୁ ନେଇ ଚର୍ଚ୍ଚା ବଢ଼ିଲା: କର୍ମୀଙ୍କ ପ୍ରଶ୍ନ ବିଜେପିକୁ ଯିବେ କି? – Kalinga News

[ad_1]

କିଏ ମୋ’ ସହିତ ରହିବ, ଛିଡ଼ା ହୁଅ: ଦେବାଶିଷ

ବାରଙ୍ଗ: ବାଙ୍କୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ଦେବାଶିଷ ପଟ୍ଟନାୟକ ଆଜି ବାରଙ୍ଗ ବ୍ଲକ୍ ମଧୁବନସ୍ଥିତ ଏକ ଘରୋଇ କଲେଜ ପରିସରରେ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଛନ୍ତି। ବୈଠକରେ ପ୍ରାୟ ଦେଢ ଶହରୁ ଅଧିକ ବ୍ଳକସ୍ତରୀୟ ନେତା ଓ କର୍ମୀ ସାମିଲ ଥିଲେ। ଦେବାଶିଷ ବିଜେପିରେ ଯୋଗ ଦେବାକୁ ନେଇ ହେଉଥିବା ଚର୍ଚ୍ଚା ସଂପର୍କରେ କର୍ମୀମାନେ ତାଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ। ଏଭଳି କିଛି ନିଷ୍ପତ୍ତି ହୋଇ ନାହିଁ ବୋଲି ଦେବାଶିଷ କହିଥିଲେ। ସେ କହିଥିଲେ, ଯେ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ, ସେ ଯାଏ କଂଗ୍ରେସରେ ଅଛନ୍ତି। ତୁମେମାନେ କିଏ ମୋ ସହିତ ରହିବ ଛିଡା ହୁଅ ବୋଲି ଦେବାଶିଷ ପ୍ରଶ୍ନ କରିଥିଲେ। ଉପସ୍ଥିତ ଥିବା ସମସ୍ତ ଛିଡା ହୋଇ ତାଙ୍କୁ ସମର୍ଥନ କରିଥିଲେ। ଦେବାଶିଷ ବିଜେପିକୁ ଯିବା ଏବଂ ଆଜିର ବୈଠକରେ ଏଭଳି ଆଲୋଚନା, ବାଙ୍କୀ ରାଜନୀତିରେ ଏବେ ସବୁଠୁ ଅଧିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

କିଏ ମୋ’ ସହିତ ରହିବ, ଛିଡ଼ା ହୁଅ: ଦେବାଶିଷ
ସମର୍ଥନ ଜଣାଇ ସମସ୍ତେ ଛିଡ଼ାହେଲେ

ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ଦେବାଶିଷ କଂଗ୍ରେସ ପ୍ରାର୍ଥୀ ଭାବେ ୪ଥର (୨୦୦୦, ୨୦୦୪, ୨୦୦୯, ୨୦୧୯) ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଥରେ ବିଜୟୀ ହୋଇଛନ୍ତି। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ୭୪ ହଜାର ୫୯୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ ଦେବାଶିଷ ପାଇଥିଲେ ୫୦ ହଜାର ୪୮୧ ଖଣ୍ଡ ଭୋଟ। ୧୯୯୫ରୁ ୨୦୧୪ ନିର୍ବାଚନ ଯାଏ ବାଙ୍କୀରେ ଜନତା ଦଳ ଓ ଏବେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପ୍ରଭାତ ତ୍ରିପାଠୀ ନିର୍ବାଚନ ଲଢି ଆସୁଥିବା ବେଳେ ୨୦୧୯ରେ ତାଙ୍କ ପୁଅ ଦେବୀରଂଜନ ତ୍ରିପାଠୀ ଏଠାରୁ ବିଜେଡିର ପ୍ରାର୍ଥୀ ହୋଇ ବିଧାୟକ ହୋଇଛନ୍ତି। ୧୯୯୫ ଓ ୨୦୦୦ ନିର୍ବାଚନରେ ପ୍ରଭାତ ବିଜୟୀ ହୋଇଥିବା ବେଳେ ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟନାୟକଙ୍କ ଠାରୁ ମାତ୍ର ଦୁଇ ହଜାର ଭୋଟ ବ୍ୟବଧାନରେ ହାରି ଯାଇଥିଲେ। କିନ୍ତୁ ୨୦୦୯ ନିର୍ବାଚନରେ ପୁଣି ‌କଂଗ୍ରେସ ପ୍ରାର୍ଥୀ ଦେବାଶିଷଙ୍କୁ ହରାଇ ପ୍ରଭାତ ବାଙ୍କୀ ବିଧାନ ସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ ଦେବାଶିଷଙ୍କ ବଦଳରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ରବି ମଲ୍ଲିକ। ୨୦୧୪ ନିର୍ବାଚନରେ ପ୍ରଭାତଙ୍କୁ ୮୫ ହଜାର ୬୩୭ ଖଣ୍ଡ ଭୋଟ ମିଳିଥିବା ବେଳେ ରବିଙ୍କୁ ମିଳିଥିଲା ୪୨ ହଜାର ୯ ଖଣ୍ଡ ଭୋଟ। ସେପଟେ ବିଜେପି ସବୁ ବେଳେ ଏଠାରେ ତୃତୀୟ ସ୍ଥାନରେ ରହି ଆସିଛି। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ସବୁ ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରି ଆସିଛି। ୨୦୦୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଶୁଭ୍ରାଂଶୁ ମୋହନ ପାଢୀ। ୨୦୧୪ରେ ବିଜେପି ପ୍ରାର୍ଥୀ ହୋଇଥିଲେ ଅଜୟ କୁମାର ସ୍ବାଇଁ। ଏବଂ ୨୦୧୯ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିଲେ ଶୁଭ୍ରାଂଶୁ ମୋହନ ପାଢୀ। ୨୦୧୯ ନିର୍ବାଚନରେ ବିଜେପି ତାର ସବୁଠୁ ଅଧିକ ଭୋଟ ଅର୍ଥାତ ୩୨ ହଜାର ୫୧୪ଖଣ୍ଡ ଭୋଟ ପାଇଥିଲା। ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଶୁଭ୍ରାଂଶୁ ମୋହନ ପାଢୀ ଓ ଜିଲ୍ଲା ପରିଷଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତି ରହିଥିବା ବେଳେ ଦେବାଶିଷ ବିଜେପିରୁ ପ୍ରାର୍ଥୀ ହେବା ଚର୍ଚ୍ଚା ବାଙ୍କୀ ରାଜନୀତିକୁ ସରଗରମ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button