୨୮ କେନ୍ଦ୍ର ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା: ୬୬% ମନ୍ତ୍ରୀଙ୍କ ବୟସ ୫୧ରୁ ୭୦ ବର୍ଷ ମଧ୍ୟରେ – Kalinga News

[ad_1]
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏମିତି ୨୮ ଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ନାମରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ, ନାରୀ ନିର୍ଯାତନା ଏବଂ ଘୃଣା ମନ୍ତବ୍ୟ ଭଳି ଗୁରୁତର ଅପରାଧ ରହିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ନାମକ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଏହା କୁହାଯାଇଛି। ନିର୍ବାଚନ ବେଳେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଏଡିଆର୍ ଏହି ତଥ୍ୟ ଦେଇଛି। ଦୁଇ ଜଣ ମନ୍ତ୍ରୀଙ୍କ ନାଁରେ ଦଫା ୩୦୭ (ହତ୍ୟା ଉଦ୍ୟମ) ଲାଗିଥିବା ଜଣାପଡ଼ିଛି। ସେମାନେ ହେଉଛନ୍ତି ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ସୁକାନ୍ତ ମଜୁମଦାର। ଏହି ଦୁଇ ନେତାଙ୍କ ନାଁରେ ନାରୀ ନିର୍ଯାତନା ମାମଲା ବି ରହିଛି। ସଂଜୟ କୁମାର ଏବଂ ସୁରେଶ ଗୋପୀଙ୍କ ନାଁରେ ମଧ୍ୟ ନାରୀ ନିର୍ଯାତନା ମାମଲା ରହିଥିବା ସତ୍ୟପାଠରୁ ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)ର ବିଶ୍ଳେଷଣ ଅନୁଯାୟୀ, ନୂତନ ମନ୍ତ୍ରିମଣ୍ଡଳରେ ୭୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୪୭ ଜଣ ଅର୍ଥାତ୍ ୬୬ ପ୍ରତିଶତ ମନ୍ତ୍ରୀଙ୍କ ବୟସ ୫୧ରୁ ୭୦ ବର୍ଷ ମଧ୍ୟରେ। ୨୨ ଜଣ ମନ୍ତ୍ରୀଙ୍କ ବୟସ ୫୧ରୁ ୬୦ ବର୍ଷ ମଧ୍ୟରେ ଥିବା ବେଳେ ବାକି ୨୫ ଜଣ ମନ୍ତ୍ରୀଙ୍କ ବୟସ ୬୧ରୁ ୭୦ ବର୍ଷ ମଧ୍ୟରେ ରହିଛି। ଯୁବବର୍ଗରେ ୨୪ ପ୍ରତିଶତ ମନ୍ତ୍ରୀଙ୍କ ବୟସ ୩୧ରୁ ୫୦ ବର୍ଷ ମଧ୍ୟରେ ରହିଛି। ଏହି ଗ୍ରୁପ୍ରେ ୧୭ ଜଣ ମନ୍ତ୍ରୀ ଥିବା ବେଳେ ୩୧ରୁ ୪୦ ବର୍ଷ ମଧ୍ୟରେ ୨ ଜଣ ମନ୍ତ୍ରୀ ଏବଂ ୪୧ରୁ ୫୦ ବର୍ଷ ବୟସ ବର୍ଗର ୧୫ ଜଣ ମନ୍ତ୍ରୀ ଅଛନ୍ତି। ରିପୋର୍ଟରେ ୭୧ରୁ ୮୦ ବର୍ଷ ବୟସ୍କ ମନ୍ତ୍ରୀମାନଙ୍କର ଏକ ଛୋଟ କିନ୍ତୁ ଉଲ୍ଲେଖନୀୟ ବର୍ଗକୁ ମଧ୍ୟ ଚିହ୍ନଟ କରାଯାଇଛି। ଏହି ଦଳରେ ୭ ଜଣ ମନ୍ତ୍ରୀ ଅଛନ୍ତି, ଯାହା କି ସମୁଦାୟ ସଂଖ୍ୟାର ୧୦ ପ୍ରତିଶତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୧ ଜଣ ମନ୍ତ୍ରୀଙ୍କ ସହ ରବିବାର ଶପଥ ଗ୍ରହଣ କରିଛନ୍ତି।
[ad_2]