ଇସ୍ତଫା ଗୁଜବକୁ ଖଣ୍ଡନ କଲେ ହିମାଚଳ ମୁଖ୍ୟମନ୍ତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ: ଗତକାଲି ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ହିମାଚଳ ପ୍ରଦେଶରେ ସଙ୍କଟର ସମ୍ମୁଖୀନ ହୋଇଛି। ୬ ଜଣ ବିଧାୟକ କ୍ରସ ଭୋଟ୍ କରିଛନ୍ତି ଏବଂ କଂଗ୍ରେସକୁ ସମର୍ଥନ କରିଥିବା ୩ ଜଣ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି। ଉକ୍ତ ଘଟଣା ପରେ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଅଛି କି ନା’ ସେନେଇ ସନ୍ଦେହ ପ୍ରକଟ ହୋଇଛି। ଇତି ମଧ୍ୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଇସ୍ତଫା ଦେଇଛନ୍ତି ବୋଲି ଜୋରଦାର ଗୁଜବ ହେଉଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ସୁଖୁ ଏହି ଗୁଜବକୁ ଖଣ୍ଡନ କରି କହିଛନ୍ତି, ମୁଁ ଇସ୍ତଫା ଦେଇନାହିଁ। ସୁଖୁ କହିଛନ୍ତି, ମୁଁ ଇସ୍ତଫା ଦେଇନାହିଁ କି ମତେ କେହି ଇସ୍ତଫା ଦେବାପାଇଁ କହିନାହିଁ। ଆମେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବୁ। ବଜେଟ ଉପସ୍ଥାପନ ପୂର୍ବରୁ ବିଜେପି ଦଳକୁ ଭାଙ୍ଗିବାପାଇଁ ଗୁଜବ ପ୍ରସାର କରୁଛି ବୋଲି ସେ କହିଛନ୍ତି। ସୁଖୁ କହିଛନ୍ତି, ସେମାନେ ଦଳରେ ବିଭାଜନ ସୃଷ୍ଟି କରିବାକୁ ଚାହାନ୍ତି। କଂଗ୍ରେସ ବିଧାୟକମାନେ ଦଳ ଛାଡ଼ି ତାଙ୍କ ଦଳରେ ଯୋଗ ଦିଅନ୍ତୁ ବୋଲି ସେମାନେ ଚାହାନ୍ତି। ଉଲ୍ଲେଖଯୋଗ୍ୟ ଯେ କ୍ରସ ଭୋଟିଂ ପୂର୍ବରୁ କଂଗ୍ରେସର ୪୦ ବିଧାୟକ ଥିଲେ। କିନ୍ତୁ ୬ଟି କ୍ରସ ଭୋଟିଂ ହେବାପରେ ଏହାର ସଂଖ୍ୟା ୩୪କୁ ଖସି ଆସିଛି। ହିମାଚଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଠାରୁ ଏହା କମ୍। ବିଜେପିର ୨୫ ବିଧାୟକ ଥିବା ସତ୍ତ୍ବେ ବିଜେପି ନିକଟରେ ଏବେ ୩୪ରୁ ଅଧିକ ବିଧାୟକଙ୍କର ସମର୍ଥନ ରହିଛି। ତେଣୁ ହିମାଚଳରେ ଆଗକୁ ରାଜନୈତିକ ସ୍ଥିତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।
[ad_2]




