ଦେଶ- ବିଦେଶ

ପେଟ କମାଇବା ପାଇଁ ଡାଏଟ୍‌ ! ଦିନରେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ ?

ବର୍ତ୍ତମାନର ଖରାପ ଆଧୁନିକ ଜୀବନଶୈଳୀ କାରଣରୁ ପେଟରେ ଚର୍ବି ବୃଦ୍ଧି ହେବା ସାଧାରଣ ଘଟଣା ହୋଇସାରିଲାଣି । ପେଟ ତଥା ଶରୀରରେ ଚର୍ବି ବୃଦ୍ଧି ହେବା ଯୋଗୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ଯାମାନ ହେବାର ସମ୍ଭାବନା ରହିଥାଏ । ତେଣୁ ପେଟର ଚର୍ବି କମାଇବା ନେଇ ଡାଏଟିସିଆନ ନିହାରିକା ଦାସ କଣ କହୁଛନ୍ତି ତାଙ୍କ ମୁହଁରୁ ଜାଣନ୍ତୁ । ଆମ ଶରୀରକୁ ଯେତିକି ମାତ୍ରାରେ ଖାଦ୍ୟ ଖାଇବା ଦରକାର ତା’ ଠାରୁ ଯଦି ଆମେ ଅଧିକ ପରିମାଣର ଖାଦ୍ୟ ଖାଇଥାଉ । ତେବେ ସେହି ଅଦରକାରୀ ଖାଦ୍ୟର ଅବଶିଷ୍ଠାଂଶ ଆମ ପେଟରେ ଚର୍ବି ଆକାରରେ ଜମା ହେବାକୁ ଲାଗିଥାଏ ।

 

ଏହା ଛଡା ଯେଉଁ ମାନେ ବହୁତ ସମୟ ପର୍ଯ୍ୟନ୍ତ ଗୋଟେ ଜାଗାରେ ବସିକି କିଛି କାମ କରିଥାନ୍ତି । ଯେଉଁ ମାନେ ସଙ୍ଗେ ସଙ୍ଗେ କିଛି ହେଭି ଖାଦ୍ୟ ଖାଇ ଦେଇ ଶୋଇପଡନ୍ତି । ସେମାନଙ୍କ କ୍ଷେତ୍ରରେ ପେଟର ଚର୍ବି ଅଧିକ ବଢି ଯାଇଥାଏ । ତେଣୁ କୌଣସି ପ୍ରକାର ହେଭି ଖାଇବା ଖାଇ ଦେଇ ସଙ୍ଗେ ସଙ୍ଗେ ଶୋଇପଡନ୍ତୁ ନାହିଁ କି ବସିକି କାମ କରନ୍ତୁ ନାହିଁ। ଖାଇ ସାରିବା ପରେ କମ୍ ସମୟ ପାଇଁ ଟିକେ ଚଲାବୁଲା କରନ୍ତୁ । ତାପରେ ନିଜର କାମ କରନ୍ତୁ ।

ଯେଉଁ ମାନଙ୍କର ବହୁତ ସମୟ ବସିକି କାମ କରିବା ଦ୍ଵାରା ପେଟ ବଢି ଯାଉଛି । ସେମାନେ ଯେତେ ସମ୍ଭବ ପୌଷ୍ଟିକ ଯୁକ୍ତ ହାଲୁକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ପେଟରେ ଚର୍ବି ଜମା ହୋଇଥିଲେ । ସକାଳୁ ଉଠି ଖାଲି ପେଟରେ 1 ଗ୍ଳାସ ସାମାନ୍ୟ ଉଷୁମ ପାଣିରେ 1 ଚାମଚ ମେଥି ପାଉଡର ମିଶାଇ ପିଇପାରିବେ । ସକାଳୁ ଏକ୍ସରସାଇଜ 15 ରୁ 30 ମିନିଟ ପର୍ଯ୍ୟନ୍ତ ନିହାତି ଭାବେ କରିବାକୁ ଚେଷ୍ଟା କରନ୍ତୁ ।

 

ଖାଲି ପେଟରେ ଏକ୍ସରସାଇଜ ନକରି ଗୋଟେ କଦଳୀ, ବ୍ରାଉନ ବ୍ରେଡ ଏଭଳି କିଛି ଲାଇଟ୍ ଖାଇବା ଖାଇ ଏକ୍ସରସାଇଜ କରନ୍ତୁ । ତାପରେ ବ୍ରେକଫାଷ୍ଟରେ ମାଣ୍ଡିଆ, ଛାତୁ, ଓଟ୍ସ, କିମ୍ବା ସ୍ପ୍ରାଉଡ ସାଲାଡ ଭଳି ପ୍ରୋଟିନ ଓ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ଖାଦ୍ୟ ସକାଳ ବ୍ରେକଫାଷ୍ଟରେ ଖାଆନ୍ତୁ । ତା’ ସହ ଘରେ ପ୍ରସ୍ତୁତ କରି କୌଣସି ଫଳ ଜୁଷ ବି ପିଇପାରିବେ । ବ୍ରେକଫାଷ୍ଟ ଓ ଲଞ୍ଚର ମଝି ସମୟରେ ଗୋଟେ ସେଓ, କମଳା, କାକୁଡି, ଦହି ସର୍ବତ, ପଇଡ ପାଣି, ବାଦାମ ଏହି ସବୁ ଖାଦ୍ୟରୁ ବି କିଛି କିଛି ଖାଇପାରିବେ ।

ଲଞ୍ଚରେ ରୁଟି ଓ ଭାତ ଏକା ସାଥିରେ ମିଶାଇ ନଖାଇ ଭାତ କି ରୁଟି ଯାହା ବି ଖାଇବାକୁ ଚାହୁଁଥିବେ । ତାହା ମଧ୍ୟରୁ ଗୋଟେ ହିଁ ଖାଆନ୍ତୁ । ଭାତ ସହ ଡାଲି, ଦହି ସାଲାଡ, ବିଭିନ୍ନ ପ୍ରକାର ପରିବାରୁ ପ୍ରସ୍ତୁତ ଭଜା ତରକାରୀ ଲଞ୍ଚରେ ଖାଇପାରିବେ । ସନ୍ଧ୍ଯାରେ ଖାଲି ପେଟରେ ନ ରହି ଗୋଟେ କପ ଗ୍ରୀନ ଟି, ଅଣ୍ଡା, ବା କୌଣସି ପ୍ରକାର ଫଳରୁ ଗୋଟେ ଫଳ ଏଥିମଧ୍ୟରୁ କିଛି ବି ଆଣି ଖାଇପାରିବେ ।ରାତିରେ ଅଧିକ ଭାରୀ ଖାଇବା ନଖାଇ ରୁଟି ତା’ ସହ ଡାଲମା, ସଂତୁଳା, ଭଜା ତରକାରୀ ଏଥିମଧ୍ୟରୁ କିଛି ବି ଲଗାଇ ରୁଟି ଖାଇପାରିବେ । ହେଲେ ଖାଇକି ସଙ୍ଗେ ସଙ୍ଗେ ଶୋଇବାକୁ ନଯାଇ ଖାଇବାର ଅଧ ଘଣ୍ଟା କିମ୍ବା ଘଣ୍ଟାଏ ପରେ ଶୁଅନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button