ଜୀବନ ନେଇଗଲା ଗୁଗୁଲ ମ୍ୟାପ
ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗୁଲ ମ୍ୟାପ୍। ହେଲେ ଏବେ ସେହି ଗୁଗୁଲ ମ୍ୟାପ୍ ମୃତ୍ୟୁର କାରଣ ସାଜିଛି।ସେହି ଗୁଗୁଲ ମ୍ୟାପ୍ ପାଇଁ ଅକାଳରେ ଚାଲିଛି ତିନି ଜଣଙ୍କ ଜୀବନ। ଅଧା ଗଢ଼ା ପୋଲରୁ ଖସି ପଡିଛି କାର୍।
ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ ।ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ।ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ସାହାରା ନେଇଥିଲେ ଗୁଗୁଲ ମ୍ୟାପ୍ । ଯେଉଁ ବାଟ କଢ଼େଇ ନେଲା ଗୁଗୁଲ ମ୍ୟାପ୍ ସେହି ବାଟ ଦେଇ ଚାଲିଥିଲେ କାର୍ ଡ୍ରାଇଭର। ଶେଷରେ ଗୁଗୁଲ ମ୍ୟାପ୍ର ଜିପିଏସ୍ ସିଷ୍ଟମ୍ ସେମାନଙ୍କୁ ଏକ ଅଧା ଗଢ଼ା ପୋଲ ଉପରେ ଆଣି ଛାଡି ଦେଇଥିଲା।
ଗୁଗଲ ମ୍ୟାପ୍ର ନିର୍ଦ୍ଦେଶ ଅନୁସାରେ କାର୍ ନେଇ ପୋଲ ଉପରକୁ ଚଢ଼ି ଯାଇଥିଲେ ଏମାନେ। ପୋଲ ଅଧା ତିଆରି ହୋଇଥିବାରୁ ରାତିରେ ରାସ୍ତା ଦେଖା ଯାଇ ନଥିଲା। ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଶୁଖି ଯାଇଥିବା ରାମଗଙ୍ଗା ନଦୀ ଖସି ପଡ଼ିଥିଲା। ୫୦ ଫୁଟ ତଳକୁ ଖସିପଡ଼ିବାରୁ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।