ମନୋରଞ୍ଜନ

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ହାଜର ହେଲେ ନାହିଁ ଜୟପ୍ରଦା, ପଳାତକ ଘୋଷଣା କଲେ କୋର୍ଟ – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ତାଙ୍କ ନାମରେ ୨ଟି ମାମଲା ରାମପୁରରେ ରୁଜୁ ହୋଇଥିଲା। ଯାହାର ଶୁଣାଣି ରାମପୁରର ଏମପି-ଏମଏଲଏ ସ୍ପେଶାଲ କୋର୍ଟରେ ଚାଲୁଛି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟାଙ୍କୁ ଫେବୃଆରି ୧୨ରେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଅଭିନେତ୍ରୀ କୋର୍ଟରେ ପହଞ୍ଚି ନ ଥିଲେ।  ଏହାପରେ କୋର୍ଟ ସମନ ଜାରି କରି ଉଭୟ ମାମଲାରେ ଜୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତାଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ନହେବାରୁ ଏହି ମାମଲାକୁ ନେଇ କୋର୍ଟ ମଙ୍ଗଳବାର ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଫେରାର ଘୋଷଣା କରିଛନ୍ତି। ଜୟାଙ୍କ ବି‌ରୋଧରେ ୮୨ସିଆରପିସିର କାର୍ଯ୍ୟାନୁଷ୍ଠାନ  କରି ପୁଲିସ ଅଧ୍ୟକ୍ଷକଙ୍କୁ ଡେପୁଟି ଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦିଅଯାଇଛି।

ସ୍ବାରରେ ପଞ୍ଜୀକୃତ ହୋଇଥିବା ମାମଲା ଅନୁଯାୟୀ, ଜୟପ୍ରଦା ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ମଧ୍ୟ ଏପ୍ରିଲ ୧୯ ରେ ନୁରପୁର ନାମକ ଏକ ଗ୍ରାମରେ ଏକ ରାସ୍ତା ଉଦଘାଟନ କରିଥିବା ଅଭିଯୋଗ ହୋଇଥିଲା।

ସେହିପରି ଜୟା ଏକ ସାଧାରଣ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କେମ୍ରି ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button