ଜ୍ୟୋତିଷ

ମୃତ ଲୋକଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ ? ମିଳିଥାଏ ଏହି ସଂକେତ

ବନ୍ଧୁଗଣ ସ୍ଵପ୍ନ ଶାସ୍ତ୍ର ରେ ଗୋଟିଏ ଗୋଟିଏ ସ୍ଵପ୍ନର ବିଶେଷ ଅର୍ଥ ବର୍ଣ୍ଣନା କରାଯାଇଛି । ଏହା ସହ ପ୍ରତେକ ସ୍ଵପ୍ନର ଅର୍ଥ ଜାଣିବା ପାଇଁ ବି ସ୍ଵପ୍ନ ଶାସ୍ତ୍ର ରହିଛି । ଯେଉଁଥିରେ ପ୍ରତେକ ପ୍ରଶ୍ନର ଉତ୍ତର ରହିଛି । ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତେକ ସ୍ଵପ୍ନାର ବିଶେଷ ମହତ୍ଵ ରହିଛି ଯାହା ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ପର୍କରେ ଆମକୁ ସଂକେତ ଦେଇଥାଏ । ସେହି ସ୍ଵପ୍ନ ମାନଙ୍କ ମଧ୍ୟରୁ କିଛି ସ୍ଵପ୍ନ ମୃ-ତ ବ୍ୟକ୍ତିଙ୍କର ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ସ୍ଵପ୍ନରେ ମୃ-ତ ବ୍ୟକ୍ତିଙ୍କୁ ଦେଖିବାର କଣ ଅର୍ଥ ହୋଇଥାଏ । ୧- ଯଦି କୌଣସି ବ୍ୟକ୍ତି ରୋଗରେ ପୀଡିତ ହୋଇ ମୃ-ତ୍ୟୁବରଣ କରିଥାନ୍ତି ଓ ସେହି ବ୍ୟକ୍ତି ଆପଣଙ୍କ ସ୍ଵପ୍ନରେ ସଂପୂର୍ଣ୍ଣ ସୁସ୍ଥ ଦେଖା ଯାଉଛନ୍ତି ତେବେ ସେ କୌଣସି ଉତ୍ତମ କୂଳରେ ଜନ୍ମଗ୍ରହଣ କରିବାର ସଂକେତ ଦେଇଥାନ୍ତି । ଏହାକୁ ଆଶ୍ଵାସନା ସ୍ଵପ୍ନ ବୋଲି କୁହାଯାଏ ।

୨- ଯଦି କୌଣସି ସୁସ୍ଥ ବ୍ୟକ୍ତି ଅକାଳ ମୃ-ତ୍ୟୁବରଣ କରିଛନ୍ତି ଓ ସେ ଆପଣଙ୍କୁ ସ୍ଵପ୍ନରେ ରୋଗରେ ଗ୍ରାସିତ ହେବାର ଦେଖା ଯାଇଥାନ୍ତି ତେବେ ସେହି ମୃ-ତ ପରିଜନ ଆପଣଙ୍କୁ ନିଜର କିଛି ଇଚ୍ଛା ବ୍ୟକ୍ତ କରୁଛନ୍ତି । ଯାହାକୁ ଆପଣ ପୂରଣ କରିବା ଉଚିତ । ଯଦି ତାଙ୍କର ସେହି ଇଚ୍ଛା ଜାଣିଛନ୍ତି ତାହାକୁ ଅବଶ୍ୟ ପୂରଣ କରିଲେ ତାଙ୍କ ଆତ୍ମାକୁ ଶାନ୍ତି ଇଲିଥାଏ ।

୩- ଯଦି ଆପଣ କୌଣସି ଜୀବିତ ବ୍ୟକ୍ତିଙ୍କୁ ସ୍ଵପ୍ନରେ ମରିବାର ଦେଖନ୍ତି ତେବେ ସେଇ ବ୍ୟକ୍ତିଙ୍କ ଆୟୁ ବୃଦ୍ଧି ହେବାର ସଂକେତ ହୋଇଥାଏ ।

୪- ମୃ-ତ ପରିଜନଙ୍କୁ ଚୁପଚାପ ବା ମୌନ ରହିବାର ଦେଖନ୍ତି ତେବେ ଜୀବନରେ ଆସୁଥିବା ସମସ୍ଯା ବିଷୟରେ ସଂକେତ ଦେଇଥାଏ । କିନ୍ତୁ ମୃ-ତ ପରିଜନ ମୌନ ରହି ସ୍ଵପ୍ନରେ ଆଶୀର୍ବାଦ ମୁଦ୍ରାରେ ଦେଖା ଦିଅନ୍ତି ତେବେ ଆପଣ ଯାହା ବି କାମ କରିବେ ସେଥିରେ ପୂର୍ଣ୍ଣ ସଫଳତା ମିଳିବାର ସଂକେତ ଦେଇଥାଏ ।

୫- ଯଦି କୌଣସି ମୃ-ତ ପରିଜନ ଆପଣଙ୍କୁ ସ୍ଵପ୍ନରେ ଉଦାସ ଦେଖା ଦିଅନ୍ତି ତେବେ ସେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ନୁହନ୍ତି । ସେହି କାର୍ଯ୍ୟକୁ ବନ୍ଦ କରିବାର ସଂକେତ ଦେଇଥାନ୍ତି ।

୬- କୌଣସି ମୃ-ତ ପରିଜନ ସ୍ଵପ୍ନରେ ଆସି କିଛି ବସ୍ତୁ ମାଗୁଥିବାର ଦେଖାଗଲେ ମୃ-ତ ପରିଜନ ମାଗୁଥିବା ବସ୍ତୁକୁ କୌଣସି ବ୍ରାମହାନ ଙ୍କୁ ଦାନ କରନ୍ତୁ । ଦାନ କରିବା ସମୟରେ ତାଙ୍କୁ ଧ୍ୟାନ ଦେଇ କରିଲେ ପିତୃ ପୁରୁଷ ପ୍ରସନ୍ନ ହୋଇଥାନ୍ତି ।

୭- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ମୃ-ତ ବ୍ୟକ୍ତି ବହୁତ ଦୂରରେ ବା ଆକାଶରେ ଥିବା ଦେଖା ଦିଅନ୍ତି ତେବେ ସେ ମୋକ୍ଷ ପ୍ରାପ୍ତିର ସଂକେତ ଦେଇଥାନ୍ତି ।

୮- କୌଣସି ମୃ-ତ ବ୍ୟକ୍ତି ଗୃହର କୌଣସି ସ୍ଥାନରେ ବା ଆଖପାଖରେ ଦେଖା ଦିଅନ୍ତି ତେବେ ମୃ-ତ ବ୍ୟକ୍ତି ପରିବାର ର ମୋହମାୟାରୁ ମୁକ୍ତ ନ ହେବାର ସଂକେତ ମିଳିଥାଏ । ତେବେ ଗୋମାତାଙ୍କୁ ପ୍ରତେକ କିଛି ଖାଇବାକୁ ଦିଅନ୍ତୁ ଏପରି ସ୍ଵପ୍ନ ଦେଖିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button