ବିଜୟ ଦେବରାକୋଣ୍ଡାଙ୍କୁ ବିବାହ କରିବେ କି ରଶ୍ମିକା – Kalinga News

[ad_1]
ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦନା ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରଶ୍ମିକା ମନ୍ଦନା ଏବେ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କୁ ଡେଟ୍ କରୁଛନ୍ତି। ଅନେକ ଥର ଦୁହିଁଙ୍କୁ ଏକାଠି ଦେଖାଯାଉଥିବାବେଳେ କିନ୍ତୁ ଦୁହେଁ ନିଜ ସମ୍ପର୍କ ଉପରେ ନୀରବତା ବଜାୟ ରଖିଛନ୍ତି | ରଶ୍ମିକା ଏବଂ ବିଜୟଙ୍କ ବିବାହ ଖବର ଅନେକ ଥର ଆସିଛି। ବର୍ତ୍ତମାନ ରଶ୍ମିକାଙ୍କ ଫ୍ୟାନ ପୃଷ୍ଠାରେ ଏକ ପୋଷ୍ଟରେ ମନ୍ତବ୍ୟ ଦେଇ ଲୋକଙ୍କୁ ସୂଚନା ଦେଇଛନ୍ତି। ଏକ ଫ୍ୟାନ ପେଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ରଶ୍ମିକାଙ୍କ ସ୍ୱାମୀ କିପରି ହେବା ଉଚିତ ବୋଲି ଲେଖାଯାଇଥିଲା। ଫ୍ୟାନ ପେଜ ଦ୍ୱାରା ଉଲ୍ଲେଖ କରାଯାଇଥିବା କଥାକୁ ରଶ୍ମିକା ଠିକ ବୋଲି କହିଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ବାସ୍ତବରେ ଏଥିରେ ଲେଖାଯାଇଥିଲା ଯେ ତାଙ୍କ ସ୍ୱାମୀ ଭିଡି ଭଳି ହେବା ଉଚିତ୍। ବିଜୟ ଦେବରାକୋଣ୍ଡାଙ୍କୁ ଭିଡି ବୋଲି ମଧ୍ୟ କୁହାଯାଏ | ସେହି ପୋଷ୍ଟରେ ରଶ୍ମିକାଙ୍କ ମନ୍ତବ୍ୟ ଦେଖି ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ସେ ବିଜୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ବାସ୍ତବରେ ପୋଷ୍ଟରେ ଲେଖାଯାଇଥିଲା ଯେ, ‘ରଶ୍ମିକାଙ୍କ ସ୍ୱାମୀ ଭିଡି ପରି ହେବା ଉଚିତ୍ | ଭିଡି ଅର୍ଥ- ଭେରି ଡେୟାରିଂ ବା ବହୁତ ସାହସୀ | ଯିଏ ରଶ୍ମିକାଙ୍କୁ ସୁରକ୍ଷା ଦେଇପାରିବେ | ଆମେ ତାଙ୍କୁ ରାଣୀ ବୋଲି କହୁ ଏବଂ ତାଙ୍କ ସ୍ୱାମୀ ମଧ୍ୟ ଜଣେ ରାଜା ଭଳି ହେବା ଉଚିତ୍’ | ଫ୍ୟାନ ପେଜର ଏହି ପୋଷ୍ଟରେ ରଶ୍ମିକା ମନ୍ଦନା ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି- ‘ଏହା ଏକଦମ ଠିକ | ରଶ୍ମିକାଙ୍କ ଏହି ମନ୍ତବ୍ୟ ପରେ ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ସେ ବିଜୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଜଉଲ୍ଲେଖ ଥାଉ କି ଯେ ରଶ୍ମିକା ଏବଂ ବିଜୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଗୀତା ଗୋବିନ୍ଦମ୍ ଏବଂ ଡିୟର କମ୍ରେଡ ଭଳି ଚଳଚ୍ଚିତ୍ରରେ ଉଭୟଙ୍କ କେମେଷ୍ଟ୍ରିକୁ ସମସ୍ତେ ପସନ୍ଦ କରିହିଲେ |
[ad_2]




