ବିନା ବିବାହରେ ହିଁ ମା ବନିଗଲେ ବଲିଉଡର ଏହି ଫେମସ ଅଭିନେତ୍ରୀମାନେ

ସାଧାରଣ ସମାଜରେ ଯଦି କୌଣସି ମହିଳା ବିବାହ ପୂର୍ବରୁ ଗର୍ଭବତୀ ହୋଇଥାଏ, ତେବେ ତାକୁ ଏହି ଭୁଲ ପାଇଁ ସମାଜର ବହୁତ ଅପମାନ ଓ ଦୁଃଖ ସହିବାକୁ ପଡିଥାଏ । ହେଲେ ବଲିଉଡରେ ଏହା ସବୁ ସାଧାରଣ ଅଟେ । ବଲିଉଡର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ଭାଗ୍ୟଶ୍ରୀ

ବଲିଉଡ ଅଭିନେତା ଭାଗ୍ୟଶ୍ରୀ ନିଜର ପ୍ରଥମ ଫିଲ୍ମ ‘ମେନେ ପ୍ୟାର କିୟା’ରୁ ବହୁତ ଲୋକପ୍ରିୟତା ହାସିଲ କରିଥିଲେ । ଭାଗ୍ୟଶ୍ରୀ ୯୦ ଦଶକର ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରେ ରହିଥିଲେ । ଭାଗ୍ୟଶ୍ରୀ ମାତ୍ର ୧୭ ବର୍ଷ ବୟସରେ ଗର୍ଭବତୀ ହୋଇଯାଇଥିଲେ, ଏହା ପରେ ସେ ୧୯୯୦ ମସିହାରେ ହିମାଲୟା ଦଶାନୀଙ୍କ ସହ ବିବାହ କରିଥିଲେ ।
ଉର୍ବଶୀ ଢୋଲକିଆ

ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ‘କସୋଟୀ ଜିନ୍ଦେଗୀ କି’ ସିରିଏଲରେ ସେ କମୋଲିକାର ଭୂମିକା କରିଥିଲେ । ମାତ୍ର ୧୫ ବର୍ଷ ବୟସରେ ଉର୍ବଶୀଙ୍କ ବିବାହ ହୋଇଥିଲା ଓ ୧୬ ବର୍ଷ ବୟସରେ ସେ ଗର୍ଭବତୀ ହୋଇଯାଇଥିଲେ । ବିବାହର ଦେଢ ବର୍ଷ ପରେ ତାଙ୍କର ତଲାକ ହୋଇଯାଇଥିଲା ।
ଡିମ୍ପଲ କପାଡିଆ

ଡିମ୍ପଲ ନିଜ ସମୟରେ ସବୁଠାରୁ ଷ୍ଟାଇଲିସ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଥିଲେ । ସେହି ସମୟରେ ଡିମ୍ପଲ ରାଜେସ ଖନାଙ୍କୁ ପ୍ରେମ କରିଥିଲେ ଓ ୧୬ ବର୍ଷ ବୟସ ୧୯୭୩ ମସିହାରେ ସେ ରାଜେସ ଖନାଙ୍କୁ ବିବାହ କରିଥିଲେ ଏବଂ ସେହି ବର୍ଷ ଡିମ୍ପଲ ଟ୍ଵିଙ୍କଲ ଖନାଙ୍କୁ ଜନ୍ମ ଦେଇଥିଲେ । ଏହାର ଅର୍ଥ ହେଉଛି ସେ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ ।




