ମନୋରଞ୍ଜନ

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁଙ୍କ ମୃତ୍ୟୁ ପରେ ମା’ ହେବାକୁ ଯାଉଛନ୍ତି ତାଙ୍କ ମା’ – Kalinga News

[ad_1]

ଚଣ୍ଡିଗଡ଼: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ରହିଛି। ଏହି ଖୁସି ଖବରଟି ହେଉଛି ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣକୌର ସିଂ ଅନ୍ତସତ୍ତ୍ବା ଅଛନ୍ତି। ଆଗାମୀ ମାସରେ ତାଙ୍କର ପ୍ରସବ ତାରିଖ ଥିବା କଥା ଗାୟକ ସିଦ୍ଧୁଙ୍କ ମାମୁଁ ଚାମକୌର ସିଂ ଏସୂଚନା ଦେଇଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପ୍ରଥମ ଥର ପାଇଁ ତାଙ୍କ ଘରେ ଖୁସିର ବାତାବରଣ ଦେଖିବାକୁ ମିଳିବ। କାରଣ ପୁଅ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପରିବାର ସ୍ତବ୍ଧ ହୋଇଯାଇଥିଲା। ହସ ଓ ଖୁସି କ’ଣ ସବୁକିଛି ଭୁଲି ଯାଇଥି‌ଲେ।

ସୂଚନାଯୋଗ୍ୟ, ସିଦ୍ଧୁ ମୁସେୱାଲା ବାପା ଓ ମା’ଙ୍କ ଏକମାତ୍ର ପୁଅ ଥିଲେ। ୨୦୨୨ ମଇ୯ ତାରିଖରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ମା’ ଚରଣକୌର ସିଂ ଓ ବାପା ବାଲକୌର ସିଂ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ବୃଦ୍ଧ ବାପା ଓ ମା’ଙ୍କ ଉତ୍ତରାଧିକାରୀ ବୋଲି କେହି ନଥିଲେ।

ଏହି ଦୁଃଖଦ ଘଟଣାପରେ ଚରଣକୌର ସିଂଙ୍କୁ ଆଇଭିଏଫ ଟେକ୍ନୋଲୋଜି ସାହାଯ୍ୟରେ ଗର୍ଭଧାରଣ କରିବାକୁ ପରିବାରଲୋକଙ୍କ ଠାରୁ ଆରମ୍ଭ କରି ଅନେକ ସମ୍ପର୍କୀୟ ବୁଝାଇଥିଲେ କିନ୍ତୁ ପୁଅକୁ ହରାଇ ସ୍ତବ୍ଧ ହୋଇଯାଇଥିବା ମା’ ଏସବୁ ପାଇଁ ରାଜି ହୋଇ ନଥିଲେ। ଧୀରେଧୀରେ ଚରଣକୌର କୂଳରକ୍ଷା ପାଇଁ ଆଇଭିଏଫ ଟେକ୍ନୋଲୋଜି ସାହାଯ୍ୟରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ୯ମାସର ଅନ୍ତସତ୍ତ୍ବା ଅଛନ୍ତି। ମାର୍ଚ୍ଚ ମାସରେ ତାଙ୍କର ପ୍ରସବ ସମୟ ଥିବା ପରିବାରଲୋକଙ୍କ ପକ୍ଷରୁ ସୂଚନା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button