ମନୋରଞ୍ଜନ

ଆଜି କିଛି ବନାନ୍ତୁ ନୂଆ, ଘରେ ତିଆରି କରନ୍ତୁ ମସୁର ଡାଲି କଟଲେଟ

ଯେତେବେଳେ ଟିଫିନ୍‌ କଥା ଆସେ ସେତେବେଳେ ଡାଏଟରେ ଥିବା ଲୋକ ଟିକେ ସମୟ ଅଟକି ଯାଆନ୍ତି, ଖାଇବେ ନା ଖାଇବେନି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ‘ମସୁର ଡାଲି କଟଲେଟ’ ବନାଇବା ରେସିପି ନେଇ ଆସିଛୁ। ଯାହା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକଦମ୍‌ ଜବରଦସ୍ତ। ଡାଏଟରେ ରହୁଥିବା ଲୋକଙ୍କୁ ଏହା ବହୁତ ପସନ୍ଦ ଆସିବ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧ କପ୍‌ ମସୁର ଡାଲି, ୨ ମିଡିୟମ ସାଇଜ୍‌ ପିଆଜ, ୧/୪ କପ୍‌ କଟା ଧନିଆ ପତ୍ର, ୧ ଟେବୁଲ ଚାମଚ ଅଦା-ରସୁଣ ପେଷ୍ଟ, ୨ଟି କଞ୍ଚା ଲଙ୍କା, ୧ ଚାମଚ ଜିରା, ୧/୪ ଚାମଚ ହେଙ୍ଗୁ, ଏକ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର, ୧ ଟେବୁଲ ଚାମଚ ଗରମ ମସଲା,ଲୁଣ – ସ୍ୱାଦାନୁସାରେ।

dalପ୍ରସ୍ତୁତି ପ୍ରଣାଳୀ

ମସୁର ଡାଲି କଟଲେଟ ପାଇଁ ପ୍ରଥମେ ଡାଲିକୁ ୧୫-୨୦ ମିନିଟ୍‌ ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ଏହାପରେ ମିକ୍ସରରେ ପକାଇ ପେଷ୍ଟ ବନାଇ ଦିଅନ୍ତୁ। ଏବେ ପ୍ୟାନରେ ଦୁଇ ଚାମଚ ତେଲ ପକାଇ ଗରମ କରନ୍ତୁ। ଏବେ ଏଥିରେ ଜିରା ଏବଂ ହେଙ୍ଗୁ ପକାଇ ଦିଅନ୍ତୁ। ଏହାପରେ ପିଆଜ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏହାପରେ ଏଥିରେ ମସୁର ଡାଲି ପେଷ୍ଟ ପକାଇ ଦିଅନ୍ତୁ। ଧୀମା ଆଞ୍ଚରେ ହାଲକା ଗୋଲାପୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାଦ୍ୱାରା ଏଥିରେ ଥିବା ଏକ୍ସଟ୍ରା ପାଣି ମଧ୍ୟ ବାହାରି ଯାଇଥାଏ।

ଏବେ ଏଥିରେ ବଳକା ଥିବା ପିଆଜ, ଅଦା-ରସୁଣ ପେଷ୍ଟ, ଧନିଆ ପତ୍ର, ମସଲା ଏବଂ ଲୁଣ ପକାଇ ଦିଅନ୍ତୁ। ଏବେ ଏଥିରେ ଡାଲିର ମିଶ୍ରଣ ପକାନ୍ତୁ। ଏହାକୁ ବହୁତ ପତଳା କରନ୍ତୁ ନାହିଁ। ଫ୍ରିଜରେ ସେଟ୍‌ ହେବା ପାଇଁ ରଖିଦିଅନ୍ତୁ। ଭଲଭାବେ ସେଟ୍‌ ହେବା ପରେ ଏହାକୁ ସ୍କୋୟାର ସେପରେ କାଟି ଦିଅନ୍ତୁ। ଯେତେବେଳେ ବି ଖାଇବା ପାଇଁ ଇଚ୍ଛା ହେବ ସେତେବେଳେ ଏହାକୁ ଗରମ ତେଲରେ ପକାଇ ଫ୍ରାଏ କରିଦିଅନ୍ତୁ। ଏହା ସୁନେଲୀ ରଙ୍ଗର ହୋଇଗଲା ପରେ ଚଟଣୀ ସହିତ ମସୁର ଡାଲି କଟଲେଟ ଖାଇ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button