ଖେଳ ଖବର

ୟୁରୋ କପ୍‌: ରୋମାନିଆ, ସ୍ଲୋଭାକିଆ ଜିତିଲେ – Kalinga News

[ad_1]

ମ୍ୟୁନିକ୍: ଚଳିତ ୟୁରୋ କପ୍ ଫୁଟ୍‌ବଲ୍ ପ୍ରତିଯୋଗିତାରେ ସୋମବାର ଗ୍ରୁପ୍ ‘ଇ’ର ପ୍ରଥମ ଦୁଇ ମ୍ୟାଚ୍‌ରେ ରୋମାନିଆ ଓ ସ୍ଲୋଭାକିଆ ବିଜୟୀ ହୋଇଛନ୍ତି। ରୋମାନିଆ ଏକତରଫା ଭାବେ ୩-୦ ଗୋଲ୍‌ରେ ୟୁକ୍ରେନକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ ଅଜବ ଭାବେ ଗତିଶୀଳ ହୋଇଥିଲା। ୟୁକ୍ରେନ୍ ବଲ୍ ନିୟନ୍ତ୍ରଣରେ ପ୍ରଧାନ୍ୟ (୭୨ ପ୍ରତିଶତ) ବିସ୍ତାର କରିଥିଲେ ମଧ୍ୟ ଗୋଟିଏ ବି ଗୋଲ୍ ଦେଇପାରି ନଥିଲା। ଗୋଲପୋଷ୍ଟ୍‌କୁ ମାରିଥିବା ୨ଟି ସଟ୍‌ରେ ଏହି ଯୁଦ୍ଧ ପ୍ରଭାବିତ ଦେଶ ନିଷ୍ଫଳ ରହିଥିଲା।

ଅନ୍ୟପକ୍ଷରେ ଗୋଲ୍ ପୋଷ୍ଟକୁ ମାରିଥିବା ୫ଟିରୁ ୩ ଗୋଲ୍ ଦେଇ ରୋମାନିଆ ବାଜି ମାରିନେଇଥିଲା। ନିକୋଲା ଷ୍ଟାନିକ୍ୟୁଙ୍କ ୨୯ତମ ମିନିଟ୍ ଗୋଲ୍ ବଳରେ ରୋମାନିଆ ପ୍ରଥମାର୍ଦ୍ଧକୁ ୧-୦ ଅଗ୍ରଣୀରେ ଶେଷ କରିଥିଲା। ଦ୍ବିତୀୟାର୍ଦ୍ଧରେ ଦଳ ଉତ୍ତମ ତାଳମେଳ ତଥା ସମନ୍ବୟରେ ଖେଳି ଆଉ ଦୁଇ ଗୋଲ୍‌ ଲଦି ଦେଇଥିଲା। ୫୩ ମିନିଟରେ ରଜଭାନ ମାରିନ୍ ଏବଂ ୪ ମିନିଟ୍ ପରେ ଡେନିସ୍ ଡ୍ରାଗସ୍ ଏହି ଦୁଇ ଗୋଲ୍ ଦେଇ ହଳଦିଆ ଜର୍ସି ଦଳକୁ ୩-୦ ବିଜୟ ସହ ୩ ପଏଣ୍ଟ୍ ପ୍ରଦାନ କରିଥିଲେ। ଗ୍ରୁପ୍ ‘ଇ’ର ଅନ୍ୟ ଏକ ମ୍ୟାଚ୍‌ରେ ସୋମବାର ସ୍ଲୋଭାକିଆ ୧-୦ ‌ଗୋଲ୍‌ରେ ବେଲଜିୟମ୍‌କୁ ପରାସ୍ତ କରିଛି। ଏକମାତ୍ର ଗୋଲ୍‌ ଇଭାନ୍ ସ୍କ୍ରାଞ୍ଚ୍‌ ସପ୍ତମ ମିନିଟ୍‌ରେ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button