ସ୍ୱାସ୍ଥ୍ୟ

ରାତିରେ ମହୁ ସହ କେବଳ ଏହାକୁ ମିଶାଇ ଲଗାନ୍ତୁ, ସକାଳୁ ଉଠିଲା ପରେ ଆପଣଙ୍କ ଚେହେରା କାଚ ଭଳି ଚମକିବାକୁ ଲାଗିବ

ଚେହେରାକୁ ସୁନ୍ଦର କରିବା ପାଇଁ ଲୋକେ ମାର୍କେଟରୁ ବିଭିନ୍ନ ପ୍ରକାର କେମିକାଲଯୁକ୍ତ କସମେଟିକ ପ୍ରଡ଼କ୍ଟର ବ୍ୟବହାର କରିଥାନ୍ତି । ଯାହାକି ଚେହେରାକୁ କିଛି ଦିନ ପାଇଁ ସୁନ୍ଦର ତ ବନାଇଦେଇଥାଏ । ହେଲେ କିଛି ଦିନ ପରେ ସେହି ସୁନ୍ଦରତା ଚାଲିଯିବା ସହ ମୁହଁରେ ଅନେକ ପ୍ରକାର ସ୍କିନ ରିଲେଟେଡ ସମସ୍ଯା ମଧ୍ୟ ଆସିବା ଆରମ୍ଭ ହୋଇଯାଇଥାଏ । ଯାହାକି ଚେହେରାରେ ଆଦ୍ୱା ମଧ୍ୟ ଭଲ ଦେଖାଯାଇନଥାଏ ।

ତେଣୁ ମୁହଁକୁ ପ୍ରାକୃତିକ ଉପାୟରେ କିଭଳି ସୁନ୍ଦର ଓ ଚମକଦାର ବନାଇବା ତାହା ଉପରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାକି ପ୍ରାକୃତିକ ଉପାୟରେ ଆପଣଙ୍କ ମୁହଁକୁ ସୁନ୍ଦର କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ ଆପଣ ଏକ ବାଉଲରେ 1 ଚାମଚ ମହୁ ରଖନ୍ତୁ । ତାପରେ ସେଥିରେ ଅଧା ଚାମଚ ହଳଦୀର ଆଡ୍ କରନ୍ତୁ । ବନ୍ଧୁଗଣ ହଳଦୀ ଓ ମହୁ ଆମ ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ହଳଦୀ ଆମ ମୁହଁରେ ଥିବା କଳାଦାଗକୁ ରିମୁଭ କରିବାରେ ବହୁତ ଅଧିକ ହେଲ୍ପ କରିଥାଏ । ମୁହଁରେ ଜମିରହିଥିବା ମଇଳା, ତେଲ ଆଦି ଅପରିଷ୍କାର ପଦାର୍ଥକୁ ମୁହଁରୁ ବାହାର କରି ମୁହଁକୁ ସଫା କରିଦେଇଥାଏ । ଯାହା ଦ୍ଵାରା ଆପଣଙ୍କର ଚେହେରାର ଗୋରାପଣ ଫୁଟିକି ବାହାରକୁ ବାହାରିଥାଏ । ମହୁ ମଧ୍ୟ ସ୍କିନ ପାଇଁ ବହୁତ ହେଲ୍ପଫୁଲ ଅଟେ । ମହୁ ମୁହଁରେ ସୌନ୍ଦର୍ଜ୍ୟ ଆଣିବା ସହ ଏହା ମୁହଁକୁ ଏକ ନିଆରା ଚମକ ପ୍ରଦାନ କରିଥାଏ ।

ତାପରେ ବାଉଲରେ ରଖିଥିବା ମହୁ ଓ ହଳଦୀକୁ ଭଲ ଭାବେ ମିଶାଇ ଏକ ଫେସପ୍ୟାକ ପ୍ରସ୍ତୁତ କରନ୍ତୁ । ତାପରେ ସେହି ଫେସ ପ୍ୟାକକୁ ଆପଣ ନିଜ ଚେହେରାରେ ଲଗାଇ କିଛି ସମୟ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଏହା ଶୁଖିଗଲା ପରେ ତାହାକୁ ସାଧାରଣ ପାଣି ସହାୟତାରେ ଧୋଇ ଦିଅନ୍ତୁ । ଏହାକୁ ରାତି ସମୟରେ କରି ମୁହଁକୁ ଧୋଇ ଶୋଇ ପସନ୍ତୁ । ସକାଳୁ ଆଉ ଏକ ଉପାୟ କରିବେ ।

ସେଥିପାଇଁ ଆପଣ ଏକ ବାଉଲରେ ଏକ ଚାମଚ ମହୁ ସହ ଅଧା ଲେମ୍ବୁକୁ ଚୁପୁଡି ତାହାର ରସ ମହୁରେ ମିଶାଇ ଦିଅନ୍ତୁ । ତାପରେ ତାହାକୁ ଗୋଳାଇ ନିଜ ଫେସରେ ଆପ ଲାଏ କରନ୍ତୁ । ଏହା ଶୁଖିବା ପରେ ଚେହେରାରେ କୌଣସି ପ୍ରକାର ସାବୁନ କି ଫେସୱାଶର ବ୍ୟବହାର କରିବା ଦରକାର ନାହିଁ । ଆପଣ ସାଧା ପାଣିରେ ନିଜ ମୁହଁକୁ ଧୋଇ ସଫା କରି ଦିଅନ୍ତୁ ।

ଏହି ଉପାୟକୁ କିଛି ଥର କରିବା ପରେ ଆପଣଙ୍କ ଚେହେରାରେ ଆସୁଥିବା ଫରକକୁ ଆପଣ ନିଜେ ହିଁ ଦେଖିପାରିବେ । ଆପଣଙ୍କ ଚେହେରାର ସୁନ୍ଦରତା ପ୍ରାକୃତିକ ଉପାୟରେ ବଢିବାକୁ ଲାଗିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button