ସ୍ୱାସ୍ଥ୍ୟ

ମଧୁମେହ ଠାରୁ ଆରମ୍ଭ କରି ଓଜନ ନିୟନ୍ତ୍ରଣ କରିଥାଏ ଛତୁ, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା

ଛତୁ ବା ମସରୁମ୍‌ ଏକ ଶାକାହାରୀ ଭୋଜନ। ସମସ୍ତ ଶାକାହାରୀ ବ୍ୟକ୍ତି ଏହାକୁ ଖାଇବାକୁ ବେଶ ପସନ୍ଦ କରନ୍ତି। ଏହାଛଡା ଛତୁ ଖାଇବା ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଛତୁ ଏପରି ଏକ ଜିନିଷ ଯାହା ପ୍ରାୟ ସବୁବେଳେ ମିଳିଥାଏ। ମସରୁମ୍‌ରେ ଏପରି ଅନେକ ତତ୍ତ୍ୱ ରହିଛି, ଯାହା ଶରୀରକୁ ପୋଷଣ ଦେଇଥାଏ। ମସରୁମରେ ଭିଟାମିନ ବି, ସେଲେନିୟମ, କପର, ପୋଟାସିୟମ ରହିଛି। ଯାହା ଶରୀରକୁ ନିରୋଗ ବନାଇଥାଏ। ଏହା ସହିତ ଏଥିରେ ଆଇରନର ଅଧିକ ମାତ୍ରା ଏବଂ କମ୍‌ କ୍ୟାଲୋରୀ ରହିଥାଏ। ମସରୁମ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ହୃଦ ସମ୍ବନ୍ଧୀତ ସମସ୍ୟା ମଧ୍ୟ କମ୍‌ ଦେଖାଦେଇଥାଏ। ତେବେ ଛତୁ ଖାଇବା ଦ୍ୱାରା ଆଉ କ’ଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା…

– ଛତୁରେ ଭିଟାମିନ ବି ରହିଥାଏ। ଯାହା ଖାଦ୍ୟକୁ ଗ୍ଲୁକୋରେ ପରିବର୍ତ୍ତନ କରି ଉର୍ଜା ଉତ୍ପନ୍ନ କରିଥାଏ। ଭିଟାମିନ ବି ୨ ଏବଂ ବି ୩ ମେଟାବଲିଜିମକୁ ଷ୍ଟ୍ରଙ୍ଗ କରିଥାଏ।

chhatu

– ମସରୁମରେ ଭିଟାମିନ ଡି ର ଭଲ ସ୍ରୋତ ରହିଥାଏ। ଏହି ଭିଟାମିନ ହାଡକୁ ମଜବୁତ କରିବା ପାଇଁ ବେଶ୍‌ ଜରୁରୀ ହୋଇଥାଏ। ନିୟମିତ ଭାବେ ମସରୁମ ଖାଇବା ଦ୍ୱାରା ଆବଶ୍ୟକତା ଅନୁଯାୟୀ ୨୦ ପ୍ରତିଶତ ଭିଟାମିନ ଡି ଆମକୁ ମିଳିଯାଏ।

– ମସରୁମ ଖାଇବା ଦ୍ୱାରା ଶରୀର ରକ୍ତରେ ହିମୋଗ୍ଲୋବିନ ସ୍ତର ବନାଇ ରଖିଥାଏ। ଏହାଛଡା ଏଥିରେ ଫଲିକ ଏସିଡ ବହୁତ ରହିଥାଏ।

– ଛତୁରେ ଥିବା ତତ୍ତ୍ୱ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ। ତେଣୁ ଥଣ୍ଡା ଏବଂ ଜ୍ୱର ଜଲଦି ହୁଏନାହିଁ। ଛତୁରେ ଥିବା ସେଲେନିୟମ ଇମ୍ୟୁନ ସିଷ୍ଟମକୁ ଉତ୍ତମ କରିଥାଏ।

55

– ମଧୁମେହ ରୋଗୀ ଏହାକୁ ଖାଇବା ଫାଇଦାଯୁକ୍ତ ହୋଇଥାଏ। ଏଥିରେ ଫ୍ୟାଟ, କାବ୍ରୋ ହାଇଡ୍ରେଟ ଏବଂ ସୁଗର ମଧ୍ୟ ନଥାଏ। ଏହା ଶରୀରରେ ଇନସୁଲିନ ପ୍ରସ୍ତୁତ କରେ।

– ଏଥିରେ ଲୀନ ପ୍ରୋଟିନ ରହିଥାଏ, ଯାହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ମୋଟାପଣ କମ୍‌ କରିବା ଏବଂ ପ୍ରୋଟିନ ଡାଏଟରେ ଥିବା ବ୍ୟକ୍ତି ଏହାକୁ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button