ରାଜନୀତି

ତିର୍ତ୍ତୋଲରେ ବଦଳିପାରେ ଚେହେରା: ୨୦୦୦ ପରଠାରୁ କେହି ଜିତି ନାହାନ୍ତି ଦ୍ବିତୀୟ ଥର – Kalinga News

[ad_1]

ପ୍ରତିଦଳରେ ଆଶାୟୀଙ୍କ ଲମ୍ବା ତାଲକା

ଜଗତସିଂହପୁର /ତିର୍ତ୍ତୋଲ/ଝଙ୍କଡ଼: ଜଗତ୍‌ସିଂହପୁର ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୦୦ ମସିହା ପରଠାରୁ କେହି ଲଗାତାର ଦ୍ବିତୀୟ ଥର ନିର୍ବାଚିତ ହେବାର ସ‌ୁଯୋଗ ପାଇନଥିବାରୁ ଏହି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। ୨୦୦୦ ମସିହାରେ ବିଜେଡିରୁ ଦେବାଶିଷ ସାମନ୍ତରାୟ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରେ କଂଗ୍ରେସରୁ ଚିରଞ୍ଜୀବ ବିଶ୍ବାଳ, ୨୦୦୯ରେ ବିଜେଡିରୁ ରବୀନ୍ଦ୍ର ନାଥ ଭୋଇ, ୨୦୧୪ରେ ଡାକ୍ତର ରାଜଶ୍ରୀ ମଲ୍ଲିକ, ୨୦୧୯ରେ ବିଷ୍ଣୁ ଦାସ ନିର୍ବାଚିତ ହୋଇଥିଲେ। ୨୦୨୦ରେ ବିଷ୍ଣୁ ଦାସଙ୍କ ଦେହାନ୍ତ ହେବାରୁ ଉପନିର୍ବାଚନରେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ନିର୍ବାଚିତ ହୋଇ ଏବେ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଛନ୍ତି। ୨୦୦୯ ପରଠାରୁ ବିଜେଡି ହାତରେ ଏହି ଆସନ ରହି ଆସିଛି। ଏଭଳି ପରିସ୍ଥିତିରେ ୨୦୨୪ ସାଧାରଣ ନିର୍ବାଚନରେ ଏହି ଆସନରୁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ତାହାକୁ ନେଇ ଆକଳନ ଜାରି ରହିଛି।

ଶାସକ ଦଳ ବିଜେଡିରୁ ବିଧାୟକ ବିଜୟ ଶଙ୍କର ଦାସଙ୍କ ସମେତ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଯୁଧିଷ୍ଠିର ସେଠୀ, ପୂର୍ବତନ ସାଂସଦ ଡ. କୁଳମଣି ସାମଲ, ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଡ. ରମାକାନ୍ତ ଭୋଇଙ୍କ ଭଳି ନେତା ଆଶାୟୀ ଅଛନ୍ତି। ଅନ୍ୟପଟେ ମହିଳା କମିସନ୍ ଅଧ୍ୟକ୍ଷା ମିନତୀ ବେହେରା, ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ, କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ତିର୍ତ୍ତୋଲ ବ୍ଲକ୍‌ର ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖଙ୍କ ନାଁ ବି ବିଜେଡି ଟିକେଟ ଆଶାୟୀ ତାଲିକାରେ ରହିଛି। କଂଗ୍ରେସରୁ ୨୦୨୦ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଯୁବନେତା ହିମାଂଶୁ ଭୂଷଣ ମଲ୍ଲିକ ପୁଣି ସୁଯୋଗ ପାଇବେ ବୋଲି ଆଶା କରାଯାଉଥିବା ବେଳେ ପ୍ରତିମା ମଲ୍ଲିକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସେହିପରି, ବିଜେପିରୁ ଆଇନଜୀବୀ ରାଜକିଶୋର ବେହେରା, ସ୍ମିତା ପ୍ରଧାନ, ଇଂ. ପ୍ରକାଶ ଚନ୍ଦ୍ର ଦଳାଇ, ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ମଧ୍ୟ ଟିକେଟ୍‌ ଦୌଡ଼ରେ ରହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button