ଚର୍ଚ୍ଚାରେ ଜୁରେଲଙ୍କ ସଲାମ: କାରଗିଲ୍ ଯୋଦ୍ଧାଙ୍କ ସାହସୀ ପୁଅ – Kalinga News

[ad_1]
ରାଞ୍ଚି: ରାଞ୍ଚି ଟେଷ୍ଟ୍ର ଘଡ଼ିସନ୍ଧି ମୁହୂର୍ତ୍ତରେ ସାହସିକ ପାଳି ଖେଳି ଭାରତର ନୂଆ ସଙ୍କଟ ମୋଚକ ସାଜିଛନ୍ତି ଯୁବ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲ। ସୋମବାର ଜୁରେଲଙ୍କ ୯୦ ରନ୍ର ମୂଲ୍ୟବାନ ପାଳି ଯେତିକି ଚର୍ଚ୍ଚିତ ହୋଇଥିଲା ତା’ଠାରୁ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ତାଙ୍କ ନିଆରା ଉତ୍ସବ ପାଳନ। ଦ୍ବିତୀୟ ଟେଷ୍ଟ୍ ଖେଳି ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିବା ପରେ ଏହି ୨୩ ବର୍ଷୀୟ ତାରକା ସମସ୍ତଙ୍କୁ ସଲାମ କରି ଖୁସି ମନାଇଥିଲେ। ତାଙ୍କର ଏହି ଫଟୋଟି କ୍ଷଣକ ଭିତରେ ଭାଇରାଲ୍ ହୋଇଯାଇଥିଲା। କ୍ରିକେଟ୍ପ୍ରେମୀ ମଧ୍ୟ ତାଙ୍କର ଏହି ସଲାମର କାରଣ ଖୋଜିବା ଆରମ୍ଭ କରି ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ସେ ବେଶ୍ କିଛି ସମୟ ପାଇଁ ଟ୍ରେଣ୍ଡ୍ କରିଥିଲେ। ଅବଶ୍ୟ ମାତ୍ର କିଛି ମିନିଟ୍ ପରେ ତାଙ୍କର ଏହି ସେନା ସଲାମର ଅସଲ କାରଣ ଜଣାପଡ଼ିଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକୃତ କଥା ହେଲା ଧ୍ରୁବ ଜୁରେଲଙ୍କ ପିତା ନେମ୍ ସିଂହ ଜୁରେଲ ଭାରତୀୟ ସେନାର ଜଣେ ଯବାନ ଥିଲେ। ଅବଶ୍ୟ ୨୦୦୮ ମସିହାରୁ ସେନାରୁ ସେ ଅବସର ନେଇ ସାରିଲେଣି। ହେଲେ କାରଗିଲ୍ ଯୁଦ୍ଧ ବେଳେ ନିଜ ସାହସ ଓ ବୀରତ୍ବ ପାଇଁ ନେମ୍ ସିଂହ ବେଶ୍ ଚର୍ଚ୍ଚିତ ହୋଇଥିଲେ। ନେମ୍ ସିଂହ କାରଗିଲ ଯୁଦ୍ଧକୁ ଯିବା ବେଳେ କିନ୍ତୁ ଧ୍ରୁବ ଜନ୍ମ ହୋଇ ନଥିଲେ। ହେଲେ ପିତାଙ୍କ ସାହସ ଓ ଲଢ଼ୁଆ ପ୍ରବୃତ୍ତିର ଝଲକ ତାଙ୍କ ଖେଳରେ ଅନେକ ସମୟରେ ପ୍ରତିଫଳିତ ହୋଇଥାଏ। ୨୦୦୧ରେ ଧ୍ରୁବ ଜନ୍ମ ହେଲା ପରେ ପିତା ନେମ୍ ସିଂହ ସେ ଏନ୍ଡିଏ କିମ୍ବା ଆଇଏମ୍ଏ ପରୀକ୍ଷା ଦେଇ ଭାରତୀୟ ସେନାରେ ଜଣେ ଅଫିସର ହୁଅନ୍ତୁ ବୋଲି ଚାହୁଥିଲେ। ହେଲେ ଧ୍ରୁବ କ୍ରିକେଟ୍କୁ ବାଛିବା ପରେ ନେମ୍ ତାଙ୍କୁ ସମର୍ଥନ ଦେଇ ଆସୁଥିଲେ। ସେ ଯେଭଳି କରଗିଲରେ ଲଢ଼ୁଥିଲେ ଠିକ୍ ସେହିଭଳି ପିଚ୍ରେ ଲଢ଼ିବାକୁ ସବୁବେଳେ ପରାମର୍ଶ ଦେଉଥିଲେ। ଆଜି ଧ୍ରୁବ ତାଙ୍କର ସେହି ପରାମର୍ଶର ସମ୍ମାନ ରଖିଛନ୍ତି।
ଧ୍ରୁବଙ୍କ ନେତୃତ୍ବରେ ଭାରତୀୟ ୧୯ ବର୍ଷରୁ କମ୍ ଦଳ ୨୦୧୯ରେ ବାଂଲାଦେଶକୁ ହରାଇ ଏସିଆ କପ୍ ବିଜେତା ହେବା ପରେ ତାଙ୍କୁ ସମସ୍ତେ ‘କ୍ୟାପଟେନ୍ ଧ୍ରୁବ’ ବୋଲି ଡାକୁଥିଲେ। ତେବେ ରବିବାର ନିଜ ପିତା ନେମ୍ ସିଂହ ଓ ଭାରତୀୟ ସେନାକୁ କୃତଜ୍ଞତା ଜଣାଇ ହିଁ ଧ୍ରୁବ ସେନା ସଲାମରେ ଜୀବନର ପ୍ରଥମ ବଡ଼ ସଫଳତାକୁ ପାଳନ କରିଥିଲେ। କେବଳ ବ୍ୟାଟିଂ ନୁହେଁ ୱିକେଟ୍ ପଛରେ ତାଙ୍କ ବିଚକ୍ଷଣ ଉପସ୍ଥିତ ବୁଦ୍ଧି ପାଇଁ କେହି କେହି ତାଙ୍କୁ ଦ୍ବିତୀୟ ଧୋନିର ଆଖ୍ୟା ଦେଲେଣି। ଧ୍ରୁବ କିନ୍ତୁ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସଙ୍କୁ ନିଜ ଆଦର୍ଶ ଭାବେ ବର୍ଣ୍ଣନା କରନ୍ତି। ଡି’ଭିଲିୟର୍ସଙ୍କ ଭଳି ବ୍ୟାଟିଂ କରିବାକୁ ସବୁବେଳେ ଚେଷ୍ଟା କରନ୍ତି। ସୂଚନାଯୋଗ୍ୟ ଯେ, ଧ୍ରୁବ ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ୍ ଏବଂ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ ଖେଳନ୍ତି ସେ। ରାଜକୋଟରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଛନ୍ତି ସେ। ସେହିଭଳି ୨୦୨୦ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ବକପ୍ ଦଳର ଉପଅଧିନାୟକ ଥିଲେ। ଏଥିରେ ଭାରତ ଉପବିଜେତା ହୋଇଥିଲା। ଏହାର ଗୋଟିଏ ବର୍ଷ ପରେ ଘରୋଇ କ୍ରିକେଟ୍ରେ ତାଙ୍କୁ ଉତ୍ତର ପ୍ରଦେଶ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଥିଲା। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ
ରାଞ୍ଚି ଟେଷ୍ଟ୍ର ଦ୍ବିତୀୟ ପାଳିରେ ଇଂଲଣ୍ଡର ୫ଜଣ ବ୍ୟାଟର୍ଙ୍କୁ ଆଉଟ୍ କରି ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି। ଭାରତରେ ସର୍ବାଧିକ ଟେଷ୍ଟ୍ ୱିକେଟ୍ ନେବାରେ ଅନ୍ୟତମ ଭାରତୀୟ କିଂବଦନ୍ତି ସ୍ପିନର ଅନିଲ କୁମ୍ବଲେଙ୍କୁ ଟପିଛନ୍ତି ସେ। କୁମ୍ବଲେ ଭାରତ ମାଟିରେ ୬୩ ଟେଷ୍ଟ୍ ଖେଳି ୩୫୦ ୱିକେଟ୍ ଅକ୍ତିଆର କରିଛନ୍ତି। ଏହି କ୍ରମରେ ୫୯ ଟେଷ୍ଟ୍ରୁ ଅଶ୍ବିନଙ୍କ ୱିକେଟ୍ ସଂଖ୍ୟା ୩୫୨ରେ ପହଞ୍ଚିଛି। ଇଂଲଣ୍ଡ ଓପନର ବେନ୍ ଡକେଟ୍ ଓ ତୃତୀୟ ସ୍ଥାନରେ ଖେଳିଥିବା ଓଲି ପୋପ୍ଙ୍କୁ ଲଗାତାର ବଲ୍ରେ ଆଉଟ୍ କରି କୁମ୍ବଲେଙ୍କୁ ଟପିଥିଲେ। ଏହି ସମୟରେ ନିଜେ କୁମ୍ବଲେ ଭାଷ୍ୟକାର ବକ୍ସରେ ବସି ମ୍ୟାଚ୍ର ଧାରାବିବରଣୀ ଦେଉଥିଲେ। ରବିବାର କୁମ୍ବଲେଙ୍କ ଗୋଟିଏ କୀର୍ତ୍ତିମାନକୁ ଭାଙ୍ଗିଥିବା ଅଶ୍ବିନ ସଂଯୋଗବଶତଃ ଆଉ ଏକ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ଏବେ ଟେଷ୍ଟ୍ରେ ସେ କୁମ୍ବଲେଙ୍କ ସହ ସମାନ ୩୫ ପାଞ୍ଚ ୱିକେଟ୍ ସଫଳତା ପାଇଛନ୍ତି। ଏହି କ୍ଷେତ୍ରରେ ହରଭଜନ ସିଂହ (୨୫) ଦ୍ବିତୀୟ ସ୍ଥାନରେ ରହିଛନ୍ତି।
[ad_2]




