ରାଜନୀତି

ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ: ଅଜୟ କୁମାର – Kalinga News

[ad_1]

୨୭ରେ ଦିଲ୍ଲୀରେ ବସିବ ସ୍କ୍ରିନିଂ କମିଟି ବୈଠକ, ‘ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ଆମେ ଉଚିତ ସମ୍ମାନ ଦେବୁ

ଭୁବନେଶ୍ବର: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ନଥିବା ବେଳେ କଂଗ୍ରେସ ମାର୍ଚ୍ଚ ପ୍ରଥମ ସପ୍ତାହରେ ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଏଥିପାଇଁ ଅଧିକାଂଶ ଆସନରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି। ଆସନ୍ତା ୨୭ତାରିଖରେ ନୂଆଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସିବ। ଏହାପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ସମସ୍ତ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।

ଆଜି ଶ୍ରୀ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାରେ ୫-ଟି ଅଧ୍ୟକ୍ଷ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି। ଯେଉଁଥିପାଇଁ ବିଜେଡି ନେତାଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି। ଏପରିକି ଏହାକୁ ନେଇ ଅନ୍ତଃକନ୍ଦଳ ବଢ଼ିଲାଣି। ତେଣୁ ବିଜେଡିର ବହୁ ଅସନ୍ତୁଷ୍ଟ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି। ବିଜେପି ଓଡ଼ିଶାରେ ବିଜେଡିକୁ ଚଳାଉଛି। ଓଡ଼ିଶାକୁ ବଞ୍ଚାଇବାକୁ ଚାହୁଁଥିବା ବିଜେଡି ଓ ବିଜେପିର ନେତା ଆମ ସହ ଆସନ୍ତୁ, ଆମେ ସେମାନଙ୍କୁ ଉଚିତ୍ ସମ୍ମାନ ଦେବୁ ବୋଲି ଅଜୟ କୁମାର ଆହ୍ବାନ ଦେଇଛନ୍ତି।

ସେହିପରି ପିସିସି ପ୍ରଗମନ କମିଟି ପର୍ଯ୍ୟବେକ୍ଷକ ପ୍ରବୀଣ ପାଠକ କହିଛନ୍ତି ଯେ ଓଡ଼ିଶାରେ ପ୍ରାର୍ଥୀ ଚୟନ ପାଇଁ ପ୍ରଗମନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକ ବିଧାନସଭା ପାଇଁ ଆବେଦନ କରିଥିଲେ, ସେମାନଙ୍କ ନାମ ପିଇସି ବୈଠକରେ ପ୍ରସ୍ତାବ ଦିଆଯାଇଛି। ଏହା ସହ ଯେଉଁମାନେ ଲୋକସଭା ପାଇଁ ଆବେଦନ କରିଥିଲେ, ସେମାନଙ୍କ ନାମ ମଧ୍ୟ ପିଇସିରେ ଆଲୋଚନା ହୋଇଛି। ତେଣୁ ପ୍ରଗମନର ଦ୍ବିତୀୟ ପର୍ଯ୍ୟାୟରେ ଯେଉଁମାନେ ପ୍ରଦର୍ଶନ ଓ ନିର୍ବାଚନମଣ୍ଡଳୀରେ କାର୍ଯ୍ୟ ଦୃଷ୍ଟିରୁ ଆଗରେ ଥିବେ, ସେମାନଙ୍କ ନାମ ସ୍କ୍ରିନିଂ କମିଟିରେ ଉପସ୍ଥାପନ ହେବ। ଯେଉଁମାନେ ପ୍ରଗମନରେ ନିଜର ତୃଣମୂଳ ସ୍ତରର ଦକ୍ଷତାକୁ ପ୍ରତିପାଦିତ କରିପାରିବେ ସେମାନଙ୍କୁ ଟିକେଟ ପାଇଁ ପ୍ରାଥମିକତା ଦିଆଯିବ। ଶେଷରେ ପ୍ରଗମନ ଓ ସର୍ଭେ ଟିମ୍‌ର ରିପୋର୍ଟ ଅନୁଧ୍ୟାନ କରିବା ପରେ ହିଁ ଓଡ଼ିଶାରେ ଟିକେଟ ବଣ୍ଟାଯିବ। ବର୍ତ୍ତମାନ ସୁଦ୍ଧା ୧୪୭ଟି ବିଧାନସଭା ଆସନ ପାଇଁ ପାଖାପାଖି ୨୬୦୦ଜଣ ଆଶାୟୀ ଆବେଦନ କରିଥିବାବେଳେ ୨୧ଟି ଲୋକସଭା ଆସନ ପାଇଁ ୫୪୫ଜଣ ଆବେଦନ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button