ରାଜନୀତି

ଜଣେ ମହିଳାଙ୍କୁ ବିହାର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି, ଦୌଡ଼ରେ ରେଣୁ ଦେବୀ ଆଗୁଆ – Kalinga News

[ad_1]

ପଟନା : ବିହାରରେ ରାଜନୈତିକ ପରିସ୍ଥିତି ଏବେ ବେଶ ନାଟକୀୟ ହୋଇପଡ଼ିଛି । ଯେକୌଣସି ସମୟରେ ସରକାର ଭାଙ୍ଗିଯିବାର ଆଶଙ୍କା ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ଏନଡିଏ ମେଣ୍ଟକୁ ଫେରିବାର ସମ୍ଭାବନା ବେଳକୁ ବେଳ ଉଜ୍ଜଳ ହେବାରେ ଲାଗିଛି। ତେବେ ନୂଆ ସରକାରରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ଚାହୁଁଛି ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ନାଁ ସର୍ବାଗ୍ରେ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେଙ୍କ ଘରେ ଏହି ବୈଠକ ଶେଷ ହୋଇଛି। ସମ୍ରାଟ ଚୌଧୁରୀ, ସୁଶୀଲ ମୋଦି, ରେଣୁ ଦେବୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ରେଣୁ ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ହୋଇଥିଲା। ଏବେ ଅମିତ ଶାହାଙ୍କ ଘରେ ଏକ ବୈଠକ ବସିବାର ସମ୍ଭାବନା ରହିଛି ।

ବିହାରରେ ରାଜନୈତିକ ହଟଚମଟ ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ କେରଳ ଗସ୍ତ ବାତିଲ କରିଛନ୍ତି । ଜାନୁଆରୀ ୨୭ ତାରିଖ ସକାଳେ ସେ କେରଳ ଯିବାର ଥିଲା।

ସେପଟେ ବିହାର ବିଜେପି ବିଧାୟକ ଜ୍ଞାନେନ୍ଦ୍ର ସିଂହ ଜ୍ଞାନୁ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏରେ ଯୋଗ ଦେବେ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ ଏନଡିଏକୁ ଆସିଲେ ଆମେ ତାଙ୍କୁ ସ୍ୱାଗତ କରିବୁ । ଦିନେ ଦୁଇ ଦିନ ମଧ୍ୟରେ ସେ ଏନଡିଏରେ ଯୋଗ ଦେବେ ବୋଲି ମୁଁ ଆଶାବାଦୀ । ଏବେ ଏହି କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ  ରାଜ୍ୟ ପ୍ରଭାରୀ ବିନୋଦ ତାୱଡେଙ୍କ ଦିଲ୍ଲୀସ୍ଥିତ ଘରେ ପହଞ୍ଚିଛନ୍ତି। ଚୌଧୁରୀଙ୍କ ସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ମଧ୍ୟ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button